Patra electronics

ବଲାଙ୍ଗୀର ଜିଲା ଗସ୍ତରେ ୫ଟି ସଚିବ

ବଲାଙ୍ଗୀର : ମୋ ସରକାର କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟସେବା ଉପରେ ତତ୍ପରତା ଦେଖିବାକୁ ମିଳିଛି। ସ୍ୱାସ୍ଥ୍ୟସେବା ନେଇ ରୋଗୀଙ୍କ ମତ ନେବାକୁ ଅଚାନକ ବିଭିନ୍ନ ଡ଼ାକ୍ତରଖାନାକୁ ୫ଟି ସଚିବ ଗସ୍ତ କରୁଛନ୍ତି। ଗୁରୁବାର ରୋଗୀଙ୍କ ମତ ନେବାକୁ ୫ଟି ସଚିବ ଭି.କେ ପାଣ୍ଡିଆନ, ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ , ଏନଏଚଏମ ନିର୍ଦ୍ଦେଶିକା ସାଳିନୀ ପଣ୍ଡିତ ବଲାଙ୍ଗୀରରେ ଭୀମଭୋଇ ମେଡ଼ିକାଲ କଲେଜ ଡ଼ାକ୍ତରଖାନାରେ ପହଞ୍ଚିଥିଲେ। ରୋଗୀଙ୍କ ଭଲମନ୍ଦ ବୁଝିବା ସହ ସେ ମିଳୁଥିବା ସୁବିଧା ସମ୍ପର୍କରେ ସେମାନଙ୍କ ସହ ଆଲୋଚନା କରିଥିଲେ। ଡ଼ାକ୍ତରଖାନା ବୁଲିବା ପରେ ସେ ବିଭାଗୀୟ ଡ଼ାକ୍ତର, ଅଧିକାରୀଙ୍କ ସହ ମଧ୍ୟ ଆଲୋଚନା କରିଥିଲେ। ରୋଗୀ କିପରି ସରକାରୀ ଯୋଜନାର ଲାଭ ଉଠାଇପାରିବେ ସେଥିପ୍ରତି ସମସ୍ତେ ସଜାଗ ରହିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହି ଗସ୍ତ ସମୟରେ ଡ଼ିଆଇଜି ହିମାଂଶୁଲାଲ, ଜିଲ୍ଲାପାଳ ଅରିନ୍ଦମ ଡ଼ାକୁଆ ପ୍ରମୁଖ ଉପସ୍ଥିତ ଥିଲେ। ଡ଼ାକ୍ତରଖାନାରେ ପରିମଳ ଅବସ୍ଥା ଭୁଶୁଡ଼ି ପଡ଼ିଥିବା ବେଳେ ରୋଗୀଙ୍କ ପାଇଁ ଆବଶ୍ୟକ ବେଡ଼ ନଥିବା ନେଇ ସବୁବେଳେ ଅଭିଯୋଗ ହେଉଥିବାରୁ ଏ ଦିଗରେ ପଦକ୍ଷେପ ନେବା ପାଇଁ ସଚିବ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି।

Comments are closed.