ବୁଲିବାକୁ ଯିବା ବେଳେ ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ
ବାହାରକୁ ଯାତ୍ରା କରିବାକୁ ପ୍ରାୟ ସମସ୍ତଙ୍କୁ ଭଲ ଲାଗେ। ବୁଲିବାକୁ ଯିବା ବେଳେ ପ୍ରତ୍ୟେକ ବ୍ୟକ୍ତିଙ୍କ ମଧ୍ୟରେ ଏକ ଉତ୍ସାହିତ ଦେଖା ଦେଇଥାଏ। କିନ୍ତୁ ବାହାରକୁ ଯାତ୍ରା କରିବା ବେଳେ ନିଜର ଜିନିଷକୁ ପ୍ୟାକିଙ୍ଗ କରିବା ବେଳେ ଅନେକ ଅନେକ ଅସୁବିଧା ହୋଇଥାଏ। ନିଜ ଜିନିଷ ଠିକ ଭାବେ ନ ରଖିଥିବାରୁ ବେଳେ ବେଳେ ତାକୁ ଖୋଜିବାରେ ଅଯଥା ସମୟ ନଷ୍ଟ ହୋଇଥାଏ। ସଠିକ ସମୟରେ ମଧ୍ୟ ସେହି ଜିନିଷ ମିଳି ନଥାଏ। ଯାହାଦ୍ୱାରା ବୁଲିବାର ମଜା କିଛି ମାତ୍ରାରେ ଖରାପ ହୋଇଥାଏ।ଦ୍ୱିତୀୟରେ ବ୍ୟକ୍ତିମାନେ ନିଜ ବ୍ୟାଗ୍ରେ କେଉଁ ଜିନିଷ ନେବେ ତାହା ନେଇ ମଧ୍ୟ ଚିନ୍ତିତ ରହିଥାନ୍ତି। ଆସନ୍ତୁ ଜାଣିବା ଏହି ସମ୍ବନ୍ଧିତ କିଛି ଟିପ୍ସ ବିଷୟରେ ..
ସର୍ବ ପ୍ରଥମେ ଆମେ ଯେଉଁ ବ୍ୟାଗ ନେବା ତାକୁ ଭଲ ଭାବରେ ଖୋଲି ରଖନ୍ତୁ।
ନିଜର ଜୋତା ଓ ଚପଲ ମଧ୍ୟରେ ମୋଜାକୁ ରଖନ୍ତୁ। ତାପରେ ସେହି ଜୋତା ଓ ଚପଲକୁ ବ୍ୟାଗ୍ରେ ରଖନ୍ତୁ। ଏପରି କରିବା ଦ୍ୱାରା ଠିକ ସମୟରେ ଜୋତା ଓ ମୋଜା ଏକା ସହ ମିଳିଯିବ। ଅଯଥାରେ ସମୟ ନଷ୍ଟ ହେବ ନାହିଁ।ଜୋତା ରଖିବା ପରେ ତା ଉପରେ ମୋଟା କପଡାର ଜିନିଷ ଯଥା ପ୍ୟାଣ୍ଟ, ସୁଇଟର ଇତ୍ୟାଦିକୁ ଭଲ ଭାବେ ଗୁଡାଇ କିମ୍ବା ଭାଙ୍ଗି କରି ରଖନ୍ତୁ। ଏପରି କରିବା ଦ୍ୱାରା ବ୍ୟାଗ୍ରେ ଅନେକ ଜାଗା ବଳିବ।
ଯେକୌଣସି ଦ୍ରବ୍ୟ ଭାଙ୍ଗି ଯିବାର ସମ୍ଭାବନା ରହିଥିବ ତାକୁ ବ୍ୟାଗ୍ରେ ଗୁଡାଇ ରଖିଥିବା କପଡା ମଧ୍ୟରେ ରଖନ୍ତୁ। ଏପରି କରିବା ଦ୍ୱାରା ଦ୍ରବ୍ୟ ଭାଙ୍ଗିବାରୁ ସମ୍ଭାବନା କମ ହୋଇଥାଏ। ଏବଂ ତାହା ସୁରକ୍ଷିତ ହୋଇ ରହିଥାଏ।ତାପରେ ହାଲୁକା କପଡା ଯଥା ପୋଷାକ, ବେଡ ସିଟ୍ ଇତ୍ୟାଦିକୁ ଭଲ ଭାବରେ ଭାଙ୍ଗି ରଖନ୍ତୁ।
ସମସ୍ତ କପଡାକୁ ଭାଙ୍ଗି ଅଲଗା ଅଲଗା ପ୍ଲାଷ୍ଟିକ ବ୍ୟାଗ୍ରେ ରଖନ୍ତୁ। ଏହାଦ୍ୱାରା କପଡା ଗୁଡିକ ରଙ୍ଗ ଅନ୍ୟ ପୋଷାକରେ ଲାଗିବାର ସମ୍ଭାବନା ନ ଥାଏ।
ବ୍ୟାଗ୍ରେ ବଳିଥିବା ସ୍ଥାନରେ ରୁମାଲ, ବେଲଟ, ପର୍ସ ପରି ଛୋଟ ଛୋଟ ଦ୍ରବ୍ୟ ରଖି ଦିଅନ୍ତୁ।