ବଡ଼ମ୍ବା ଶିକ୍ଷାମଣ୍ଡଳରେ ୯୯. ୬୫ % ପରୀକ୍ଷାର୍ଥୀ କୃତକାର୍ଯ୍ୟ

୫୬୮ ନମ୍ବର ରଖି ଶୁଭଲକ୍ଷ୍ମୀ ଶ୍ରେଷ୍ଠ

ବଡ଼ମ୍ବା : ଗୁରୁବାର ପ୍ରକାଶିତ ଚଳିତବର୍ଷର ମାଟ୍ରିକ ପରୀକ୍ଷାଫଳ ସମଗ୍ର ବଡମ୍ବା ବ୍ଲକରେ ଉତ୍ସାହଜନକ ହୋଇପାରିଛି । ସୂଚନାନୁଯାଇ ଏହି ବ୍ଳକର ରତାପାଟ ଗ୍ରମପଞ୍ଚାୟତ ହାଇସ୍କଲର ଛାତ୍ରୀ ଶୁଭଲକ୍ଷ୍ମୀ ଧଳ ସର୍ବାଧିକ ୫୬୮ ନମ୍ବରରଖି ବଡ଼ମ୍ବା ଶିକ୍ଷାମଣ୍ଡଳରେ ଚଳିତବର୍ଷର ଶ୍ରେଷ୍ଠ (ମାଟ୍ରିକ ଟପର) ପରକ୍ଷାର୍ଥୀ ହୋଇଥିବା ଜଣାଯାଇଛି । ସେହିଭଳି ବଡ଼ମ୍ବା ମୋହନ ସୁବୁଦ୍ଧି ହାଇସ୍କୁଲର ଛାତ୍ର ଶୁଭ୍ରାଂଶୁ ସୁବୁଦ୍ଧି ସର୍ବମୋଟ ୫୬୭ ନମ୍ବର ରଖି ବ୍ଲକରେ ୨ୟ ଏବଂ ରତାପାଟ ଗ୍ରାମ ପଞ୍ଚାୟତ ହାଇସ୍କୁଲର ଛାତ୍ର ଦିପ୍ତିକ୍ରୀଷ୍ଣ ରାଉତ ସର୍ବମୋଟ ୫୬୫ ନମ୍ବରରଖି ଶିକ୍ଷାମଣ୍ଡଳରେ ୩ୟ ସ୍ଥାନରେ ଥିବା ପ୍ରକାଶ। ସମୁଦାୟ ଚଳିତବର୍ଷ ଦେଇଥିବା ୩୯ଟି ସ୍କୁଲର ୧,୭୦୧ ଜଣ ପରୀକ୍ଷକ୍ଷର୍ଥୀଙ୍କ ମଧ୍ୟରୁ ୧୬୯୫ ଜଣ କୃତକାର୍ଯ୍ୟ ହୋଇଥିବା ପ୍ରକାଶ। ସେଥିମଧ୍ୟରେ ଏ-୧ରେ ସମୁଦାୟ ୧୨୫ ଜଣ, ଏ-୨ରେ ୬୪୩ ଜଣ ଏବଂ ବି-୧ରେ ୪୯୧ ତଥା ବି-୨ରେ ୨୮୮ଜଣ ପାସ କରିଥିବା ଜଣାଯାଇଛି।

ତେବେ ଡମଣଗାଡ଼ିଆ ରଘୁନାଥ ସାହୁ ହାଇସ୍କୁଲରୁ ସର୍ବାଧିକ ୩୮ଜଣ ପରୀକ୍ଷାର୍ଥୀ ଏ-୧ରେ ଉତ୍ତୀର୍ଣ ହୋଇଥିବା ପ୍ରକାଶ। ସେହିଭଳି ସମୁଦାୟ ୩୨ଟି ସ୍କୁଲ ଶତପ୍ରତିଶତ ସଫଳତା ଅର୍ଜନ କରିଥବା ବେଳେ ମୋଟାମୋଟି ୯୯.୬୫% ପରୀକ୍ଷାର୍ଥୀ ଚଳିତବର୍ଷ କୃତକାର୍ଯ୍ୟ ହୋଇପାରିଥିବା ମଣ୍ଡଳ ଶିକ୍ଷାଅଧିକାରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନାରୁ ଜଣାଯାଇଛି। ସଫଳତା ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ସମେତ ବିଧାୟକ ଦେବୀପ୍ରସାଦ ମିଶ୍ର, ପଞ୍ଚାୟତ ସମିତି ଅଧ୍ୟକ୍ଷ ରଘୁପତି ମହାନ୍ତି ପ୍ରମୁଖ ନିଜର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।

Comments are closed.