ସାର, କୀଟନାଶକ କଳାବଜାରୀ ରୋକିବା ଲାଗି ସଚେତନତା

ଆଠଗଡ :  ଆଠଗଡ କୃଷି କାର୍ଯ୍ୟାଳୟ ପକ୍ଷରୁ ସାର, କୀଟନାଶକ ଔଷଧ ଓ ବିହନ କଳାବଜାରୀ ରୋକିବା ପାଇଁ ଏକ ସଚେତନତା କାର୍ଯ୍ୟକ୍ରମ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । କୃଷି ଜିଲ୍ଲା ଅଧିକାରୀ ପର୍ଶୁରାମ ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସଚେତନତା କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ତହସିଲାଦର ପ୍ରିୟବ୍ରତ ଦାସ ଯୋଗଦେଇ କୃଷି କାର୍ଯ୍ୟରେ ବ୍ୟବହୃତ ହେଉଥିବା ସାମଗ୍ରୀ ବିଶେଷକରି ସାର, କୀଟନାଶକ ଓ ବିହନ ଆଦିର କଳାବଜାରକୁ ରୋକିବା ପାଇଁ ଦୃଢ ପଦକ୍ଷେପ ନିଆଯିବ ବୋଲି କହିବା ସହ ବିଭିନ୍ନ ସମବାୟ ସମିତିର କର୍ମକର୍ତ୍ତା ଏବଂ ସାର ଓ କୀଟନାଶକ ଔଷଧ ବିକ୍ରେତା ଏଥିରୁ ବିରତ ରହିବା ପାଇଁ ପରାମର୍ଶ ଦେଇଥିଲେ। ଏଥିରେ ଆତ୍ମାର ଅଧ୍ୟକ୍ଷ ରବିନ୍ଦ୍ରନାଥ ରାଉତ, ବ୍ଲକ କୃଷି ଅଧିକାରୀ ସନାତନ ବେହେରା, ସହକାରୀ କୃଷି ଅଧିକାରୀ ପ୍ରିୟନାଥ ପାତ୍ର ଓ ରାକେଶ ରଞ୍ଜନ ରାଉତ ପ୍ରମୁଖ ସମ୍ମାନିତ ବକ୍ତା ଭାବେ ଯୋଗଦେଇ ସାର, କୀଟନାଶକ ଓ ବିହନ ଆଦି କଳାବଜାର ନକରିବା ପାଇଁ ବିକ୍ରେତା ଏବଂ ସମବାୟ ସମିତିର ସଂପାଦକଙ୍କୁ ପରାମର୍ଶ ଦେଇଥିଲେ। ଏହି ସଚେତନତା କାର୍ଯ୍ୟକ୍ରମରେ ଆଠଗଡ ବ୍ଲକର ସମସ୍ତ ସମବାୟ ସମିତି ସଂପାଦକ, ସାର ଓ କୀଟନାଶକ ଔଷଧ ବିକ୍ରେତାମାନେ ଯୋଗଦାନ କରିଥିଲେ।

Comments are closed.