ବିଶ୍ବକପ: ଭାରତକୁ ଟାର୍ଗେଟ ୨୦୦ ରନ, ଅଷ୍ଟ୍ରେଲିଆ ଦଳ ୧୯୯ ରନରେ ହେଲେ ଅଲଆଉଟ

ଚେନ୍ନାଇ : ଚେନ୍ନାଇର ଏମ.ଏ. ଚିଦାମ୍ବରମ ଷ୍ଟାଡିୟମଠାରେ ଚାଲିଥିବା ଆଇସିସି ବିଶ୍ବକପରମ୍ୟାଚରେ ଭାରତୀୟ ସ୍ପିନରଙ୍କ କମାଲ ଦେଖାଇଛନ୍ତି। ଭାରତୀୟ ସ୍ପିନରମାନେ ଅଷ୍ଟ୍ରେଲିଆ ଦଳକୁ ୧୯୯ରେ ସୀମିତ ରଖିବାରେ ସଫଳ ହୋଇଥିଲେ ଏବଂ ୪୯.୩ ଓଭରରେ ୧୯୯ ରନ୍ କରି ଅଷ୍ଟ୍ରେଲିଆ ଦଳ ଅଲଆଉଟ ହୋଇଯାଇଥିଲା। ଏହି ମ୍ୟାଚରେ ଅଷ୍ଟ୍ରେଲିଆର କୌଣସି ବ୍ୟାଟ୍ସମ୍ୟାନ ୫୦ ରନ ଟପି ପାରି ନାହାନ୍ତି। ଜାଡେଜାଙ୍କୁ ୩, କୁଲଦୀପଙ୍କୁ ୨ ଓ ଅଶ୍ବିନୀଙ୍କୁ ଗୋଟିଏ ୱିକେଟ। ବୁମରାଙ୍କୁ ୨, ସିରାଜ ଓ ହାର୍ଦ୍ଦିକଙ୍କୁ ଗୋଟିଏ ଲେଖାଏଁ ୱିକେଟ।

prayash

ଚେନ୍ନାଇର ଏମ.ଏ. ଚିଦାମ୍ବରମ ଷ୍ଟାଡିୟମଠାରେ ଚାଲିଥିବା ଆଇସିସି ବିଶ୍ବକପର ଏକ ମ୍ୟାଚରେ ଭାରତୀୟ ବୋଲିଂ ଆଗରେ ଆତ୍ମସମର୍ପଣ କରିଛି ଶକ୍ତିଶାଳୀ ଅଷ୍ଟ୍ରେଲିଆ । ଅଷ୍ଟ୍ରେଲିଆ ଦଳ ମାତ୍ର ୧୯୯ ରନରେ ଅଲଆଉଟ୍ ହୋଇଯାଇଛି ଓ ଫଳରେ ଭାରତ ଆଗରେ ୨୦୦ ରନର ଲକ୍ଷ୍ୟ ରହିଛି।
ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। କିନ୍ତୁ କୌଣସି ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ ଭାରତୀୟ ବୋଲରଙ୍କ ଆଗରେ ତିଷ୍ଟି ପାରିନଥିଲେ। କେବଳ ଷ୍ଟିଭେନ ସ୍ମିଥ ସର୍ବାଧିକ ୪୬ ରନ ଓ ଡେଭିଡ୍ ୱାର୍ନର ୪୧ରନ କରିଥିଲେ। ମିଚେଲ ଷ୍ଟାର୍କ ୨୮ରନ କରିଥିବାବେଳେ ଗ୍ଲେନ ମାକ୍ସଓ୍ବେଲ ଓ ପାଟ୍ କମିନ୍ସ ୧୫ ରନ ଲେଖାଏଁ କରିଥିଲେ।

 

Comments are closed.