ୟୁପି ପୁଲିସର ଏନକାଉଣ୍ଟର : ଅତିକ୍ ଅହମ୍ମଦ ପୁଅ ଅସଦର ମୃତ୍ୟୁ
ଉମେଶ ପାଲ ହତ୍ୟା ମାମଲା
ଡେସ୍କ : ଉତ୍ତର ପ୍ରଦେଶ ପୁଲିସର ଏନକାଉଣ୍ଟରରେ ଅତିକ୍ ଅହମ୍ମଦ ପୁଅ ଅସଦର ମୃତ୍ୟୁ ଘଟିଛି । ୟୁପିର ଝାନସୀ ଜିଲ୍ଲାରେ ହୋଇଥିବା ଏକ ଏନକାଉଣ୍ଟରରେ ୟୁପି ପୁଲିସର ସ୍ୱତନ୍ତ୍ର ଟାସ୍କଫୋର୍ସ ଉମେଶ ପାଲ ହତ୍ୟା ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ହତ୍ୟା କରିଛି। ଏହି ଏନକାଉଣ୍ଟରରେ ନିହତ ହୋଇଥିବା ଅନ୍ୟତମ ଅଭିଯୁକ୍ତ ହେଉଛି ପୂର୍ବତନ ସାଂସଦ ଅତିକ୍ ଅହମ୍ମଦର ପୁଅ ଅସଦ ଅହମ୍ମଦ ଯିଏ ଉମେଶ ପାଲ ହତ୍ୟା ମାମଲାରେ ସହ-ଅଭିଯୁକ୍ତ। ଉମେଶ ପାଲ ହତ୍ୟା ମାମଲାରେ ଅନ୍ୟ ଅଭିଯୁକ୍ତ ଗୁଲାମଙ୍କୁ ମଧ୍ୟ ପୁଲିସ ଖୋଜୁଛି। ଉଭୟଙ୍କ ନାମରେ ୫ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ଘୋଷଣା କରାଯାଇଥିଲା। ୟୁପିଏସଟିଏଫର ଦୁଇ ଅଧିକାରୀ ଡେପୁଟି ଏସପି ନଭେନ୍ଦୁ ଏବଂ ଡେପୁଟି ଏସପି ଭିମଲ ଏହି ଏନକାଉଣ୍ଟର କରିଥିଲେ। ଏନକାଉଣ୍ଟର ସମୟରେ ଉଭୟ ଅପରାଧୀଙ୍କଠାରୁ ଅତ୍ୟାଧୁନିକ ବିଦେଶୀ ଅସ୍ତ୍ରଶସ୍ତ୍ର ଉଦ୍ଧାର କରାଯାଇଥିବା ପୁଲିସ କହିଛି।
ଅନ୍ୟପକ୍ଷରେ ପୂର୍ବତନ ସାଂସଦ ତଥା ଉମେଶ ପାଲ ହତ୍ୟା ମାମଲାରେ ଅଭିଯୁକ୍ତ ଅତିକ୍ ଅହମ୍ମଦକୁ ଗୁରୁବାର ଏହି ମାମଲାରେ ପ୍ରୟାଗରାଜ କୋର୍ଟରେ ହାଜର କରାଯାଇଥିଲା। ଏହି ସମୟରେ ଅତିକ୍ ଅହମ୍ମଦର ଭଉଣୀ ଆୟଶା ନୁରି ଏବଂ ଭଣଜା ଉନଜିଲା, ଉମେଶ ପାଲ ହତ୍ୟା ମାମଲାରେ ଆତ୍ମସମର୍ପଣ ପାଇଁ ପ୍ରୟାଗରାଜ ସିଜେଏମଙ୍କ କୋର୍ଟରେ ଆବେଦନ କରିଛନ୍ତି।
Comments are closed.