ଗଭୀର କୂଅରୁ ବୃଦ୍ଧ ଉଦ୍ଧାର

ଆଠଗଡ: ଆଠଗଡ ସହରର ବୀରକିଶୋରପୁର ଅଞ୍ଚଳରେ ଗଭୀର କୂଅରେ ପଡିଯାଇଥିବା ଜଣେ ବୃଦ୍ଧଙ୍କୁ ଦମକଳ ବାହିନୀ ଉଦ୍ଧାର କରିଥିବା ଜଣାପଡିଛି । ବୀରକିଶୋରପୁରରେ ରହୁଥିବା ବଳଭଦ୍ର ପଣ୍ଡା (୭୩) ଶନିବାର ସକାଳେ ନିଜ ଘର ପରିସରରେ ଥିବା କୂଅ ନିକଟରେ କିଛି କାମ କରୁଥିବାବେଳେ ଅସାବଧାନତା ହେତୁ ଉକ୍ତ ୩୦ ଫୁଟ ଗଭୀର କୂଅ ମଧ୍ୟରେ ଖସି ପଡିଥିଲେ।

ଏହା ଦେଖି ପରିବାର ଓ ସ୍ଥାନୀୟ ଲୋକ ଆଠଗଡ ଦମକଳ କେନ୍ଦ୍ରକୁ ଖବର ଦେବା ପରେ ତୁରନ୍ତ ଦମକଳ ବାହିନୀ ସେଠାରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଅନ୍ୟ ଅଗ୍ନିଶମ କର୍ମଚାରୀଙ୍କ ସହାୟତାରେ ଆଗ୍ନିକ ଅନୁଜ କୁମାର ସେଠୀ ଗଭୀର କୂଅ ମଧ୍ୟରେ ପଶି ସିଡି ଓ ରସି ସାହାଯ୍ଯରେ ବଳଭଦ୍ରଙ୍କୁ ସୁରକ୍ଷିତ ଉଦ୍ଧାର କରି କୂଅ ମଧ୍ଯରୁ ଆଣିଥିଲେ। ଦମକଳ ବାହିନୀ ତାଙ୍କୁ ଡାକ୍ତରଖାନା ନେବା ପରେ ସେଠାରେ ଡାକ୍ତର ପ୍ରାଥମିକ ଚିକିତ୍ସା ପରେ ସେ ବିପଦମୁକ୍ତ ଥିବାରୁ ଛାଡି ଦେଇଥିଲେ।

Comments are closed.