କିଣନ୍ତୁ ରିୟଲମିର ଏହି ଫୋନ୍, ଦାମ୍ ମାତ୍ର ଏତିକି…

ନୂଆଦିଲ୍ଲୀ : ରିୟଲମି ଲଗାତର ନିଜ ଗ୍ରାହକଙ୍କ ପାଇଁ ଅନେକ ମଡେଲ ନେଇଆସୁଛି । ଗ୍ରାହକଙ୍କ ପାଇଁ କମ୍ ଦାମରେ ୫ଜି ସ୍ମାର୍ଟଫୋନ ଆଣିବା ସହ ଇ-କମର୍ସ ସାଇଟ୍ ଆମାଜନ ସହିତ ଏକ ଖାସ୍ ଚୁକ୍ତି କରିଛି ରିୟଲମି । ଆମାଜନର ମନସୁନ୍ ମୋବାଇଲ ମାନିଆ ସେଲରେ ରିୟଲମିର ଲାଟେଷ୍ଟ ୫ଜି ଫୋନକୁ ବ୍ୟାଙ୍କ ଅଫର ସହିତ ୩୫୦୦ ଟଙ୍କାର ରିହାତିରେ ବିକ୍ରି କରାଯାଉଛି ।

ରିୟଲମିର ଏହି ସେଲରେ ରିୟଲମି ନାରଜୋ ୭୦ଏକ୍ସ ୫ଜିର ନୂଆ ୮ ଜିବି ରାମ୍ କନଫିଗରେସନ ଫୋନକୁ ସିଧା ୨ ହଜାର ଟଙ୍କାର ରିହାତିରେ ବିକ୍ରି କରାଯାଉଛି । ଫୋନ୍ ଫାଷ୍ଟ ଚାର୍ଜିଂ ବ୍ୟାଟେରୀ ଏବଂ ଦମଦାର କ୍ୟାମେରା ସହିତ ଆସୁଛି । ଫୋନର ୮ ଜିବି ରାମ୍ ଓ ୧୨୮ ଜିବି ଷ୍ଟୋରେଜ୍ ଭେରିଏଣ୍ଟର ଦାମ୍ ୧୪,୯୯୯ ଟଙ୍କା ରଖାଯାଇଛି । ଏହି ଫୋନକୁ ଆଇସ୍ ବ୍ଲୁ ଓ ଫରେଷ୍ଟ ଗ୍ରୀନ୍ ରଙ୍ଗରେ କିଣିପାରିବେ ଗ୍ରାହକ ।

ଏହା ସହିତ ଡିବିଏସ୍ ବ୍ୟାଙ୍କ କ୍ରେଡିଟ୍ କାର୍ଡରେ ଫୋନ୍ କିଣିଲେ ୧୫୦୦ ଟଙ୍କାର ରିହାତି ମିଳିଯିବ । ଅର୍ଥାତ୍ ଯଦି ଆପଣଙ୍କୁ କୁପନ ରିହାତି ସହିତ ବ୍ୟାଙ୍କ ରିହାତି ମଧ୍ୟ ମିଳିଯିବ ତେବେ ସମୁଦାୟ ୩୫୦୦ ଟଙ୍କା ଶସ୍ତାରେ ଫୋନ୍ ମିଳିବ । ସେହିଭଳି ପୁରୁଣା ଫୋନକୁ ଏକ୍ସଚେଞ୍ଜ କରିବା ଦ୍ବାରା ମଧ୍ୟ ଆପଣ ୧୧ ହଜାର ଟଙ୍କା ପର୍ଯ୍ୟନ୍ତର ରିହାତି ପାଇପାରିବେ । ଫୋନରେ ୬.୭୨ ଇଞ୍ଚର ଏଲସିଡି ସ୍କ୍ରିନ୍ ରହିଛି । ଏଥିରେ ୧୨୦ ହର୍ଜ ରିଫ୍ରେଶ୍ ରେଟ୍ ମିଳିବ । ଫୋନ୍ ଆଣ୍ଡ୍ରଏଡ୍ ୧୪ରେ ଆଧାରିତ । ଫୋନରେ ୫୦ ଏମପି ଏବଂ ୨ ଏମପିର କ୍ୟାମେରା ଥିବାବେଳେ ସେଲ୍ଫି ପାଇଁ ଫ୍ରଣ୍ଟରେ ୮ ମେଗାପିକ୍ସେଲର କ୍ୟାମେରା ରହିଛି । ଫୋନରେ ୫ ହଜାର ଏମଏଏଚର ବ୍ୟାଟେରୀ ରହିଛି ।

୩ ମାଓ ମିଲିସିଆଙ୍କ ଆତ୍ମସମର୍ପଣ

Comments are closed.