www.samajalive.in
Friday, December 5, 2025
17.1 C
Bhubaneswar

ଖୁବଶୀଘ୍ର ଦୁନିଆରୁ ଗାଏବ ହୋଇଯିବ ସ୍ମାର୍ଟଫୋନ୍‌? ମସ୍କ କହିଲେ, ସ୍ଥାନ ନେବ ଏହି ଟେକ୍ନୋଲୋଜି

ନୂଆଦିଲ୍ଲୀ: ଟେକ୍ନୋଲୋଜି ଏବଂ ବିଶେଷକରି ସ୍ମାର୍ଟଫୋନ ଜଗତରେ ଦ୍ରୁତ ଗତିରେ ପରିବର୍ତ୍ତନ ଘଟୁଛି। ଆଜିକାଲି ଫୋନରେ ଏଆଇ ଫିଚର ପ୍ରତି ବହୁତ ଧ୍ୟାନ ଦିଆଯାଉଛି। କିନ୍ତୁ ଏବେ ବି ପ୍ରଶ୍ନ ଉଠୁଛି ଯେ, କ’ଣ ଆଗାମୀ ଦିନରେ ଏପରି କୌଣସି ଟେକ୍ନୋଲୋଜି ଆସିବ କି, ଯାହା ସ୍ମାର୍ଟଫୋନର ସ୍ଥାନ ନେବ। ଏ ବିଷୟରେ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଏଲନ୍ ମସ୍କଙ୍କ ବିଶ୍ୱାସ ଯେ ଏହା ଶୀଘ୍ର ଘଟିବ ଏବଂ ଏହା ନ୍ୟୁରାଲିଙ୍କ ମାଧ୍ୟମରେ ଘଟିବ।

ମସ୍କଙ୍କ କହିବାକଥା, ଭବିଷ୍ୟତରେ ନ୍ୟୁରାଲିଙ୍କ୍ ମସ୍ତିସ୍କ ଚିପ୍‌ ଫୋନ୍‌ର ସ୍ଥାନ ନେବ। ଏକ୍ସରେ ଏକ ପୋଷ୍ଟର ଉତ୍ତର ଦେଇ ଏଲନ ମସ୍କ ଲେଖିଛନ୍ତି, ଭବିଷ୍ୟତରେ କୌଣସି ଫୋନ୍‌ ରହିବ ନାହିଁ, କେବଳ ନ୍ୟୁରାଲିଙ୍କ ରହିବ। ଏଠାରେ ସୂଚନାଯୋଗ୍ୟ, ଏଲନ୍ ମସ୍କ ନ୍ୟୁରାଲିଙ୍କର ସିଇଓ, ଯାହା ମସ୍ତିଷ୍କ ଚିପ୍ ଟେକ୍ନୋଲୋଜି ଉପରେ କାମ କରୁଛି। ଏହି କମ୍ପାନୀ ୨୯ ବର୍ଷୀୟ ନୋଲାଣ୍ଡ ଅର୍ବଘ୍‌ଙ୍କ ଉପରେ ପ୍ରଥମ ମାନବ ପରୀକ୍ଷଣ ମଧ୍ୟ କରୁଛି।

- Advertisement -


ଏହି ପୋଷ୍ଟରେ ମସ୍କଙ୍କର ଏକ ଏଆଇ-ଜେନେରେଟେଡ୍‌ ଫଟୋ ଅଛି, ଯେଉଁଠାରେ ମସ୍କ ତାଙ୍କ କପାଳରେ ଏକ ନ୍ୟୁରାଲ୍‌ ନେଟୱର୍କ ଡିଜାଇନ୍ ସହ ଏକ ଫୋନ୍ ଧରିଛନ୍ତି ଏବଂ ପଚାରିଛନ୍ତି, କ’ଣ ଲୋକେ ନିଜ ଡିଭାଇସ୍‌କୁ ଭାବନା ଦ୍ଵାରା ନିୟନ୍ତ୍ରଣ କରିବା ପାଇଁ ନ୍ୟୁରାଲିଙ୍କ୍‌ ଇଣ୍ଟରଫେସ୍‌ ଇନ୍‌ଷ୍ଟଲ କରିବେ କି ? ଏହି ପୋଷ୍ଟରେ ଅନେକ ଲୋକ ନିଜ ପ୍ରତିକ୍ରିୟା ଦେଇଛନ୍ତି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories