ଟିପ୍ପରକୁ ଧକ୍କା ଦେଲା ହାଇୱା, ଚାଳକ ମୃତ
ଆଠଗଡ: ଆଠଗଡ ଥାନା ଅନ୍ତର୍ଗତ ପୁରୁଣା କଟକ-ସମ୍ବଲପୁର ରାସ୍ତାର ହରିପୁର ଛକଠାରେ ଗୁରୁବାର ରାତିରେ ରାସ୍ତା ଉପରେ ଏକ ହାଇୱା ଯାଉଥିବାବେଳେ ହଠାତ୍ ବ୍ରେକ ଲଗାଇବାରୁ ପଛରେ ଆସୁଥିବା ଏକ ଟିପ୍ପର ତା ପଛରେ ପିଟି ହୋଇଯାଇଥିଲା। ଏଥିରେ ଟିପ୍ପର ଗାଡିର ଚାଳକ ନରେଶ କୁମାର କଅଁର ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଆଠଗଡ ଉପଖଣ୍ଡ ଡାକ୍ତରଖାନାକୁ ଆଣିବା ପରେ ପ୍ରାଥମିକ ଚିକିତ୍ସା ପରେ କଟକ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଶୁକ୍ରବାର ଚିକିତ୍ସାଧିନ ଅବସ୍ଥାରେ ଚାଳକ ନରେଶଙ୍କର ମୃତ୍ୟୁ ହୋଇଯାଇଥିବା ଜଣାପଡିଛି। ଘଟଣା ସଂପର୍କରେ କଟକ ବିଡାନାସୀର ନରେନ୍ଦ୍ର କୁମାର ବେହେରା ଆଠଗଡ ଥାନାରେ ଦେଇଥିବା ଏତଲା ଆଧାରରେ ପୁଲିସ ଏଖ ଦୁର୍ଘଟଣାଜନିତ ମାମଲା ରୁଜୁ କରି ପୁଲିସ ତଦନ୍ତ ଜାରି ରଖିଛି।
Comments are closed.