ଏମଜିଇଏମ୍ ସ୍କୁଲରେ ବିଜ୍ଞାନ ମେଳା

ଆଠଗଡ: ଆଠଗଡର ମହାତ୍ମାଗାନ୍ଧୀ ଇଂଲିଶ ମିଡିୟମ୍ ସ୍କୁଲରେ ଶୁକ୍ରବାର ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ସ୍କୁଲର ଅଧ୍ୟକ୍ଷା ପୁଲିନ ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେଗୋପବନ୍ଧୁ ବିଜ୍ଞାନ କଲେଜର ପ୍ରାକ୍ତନ ବିଜ୍ଞାନାଗାର ସହାୟକ ପ୍ରଫୁଲ୍ଲ କୁମାର ବେଉରା, ଅଧ୍ୟାପିକା ସ୍ନିଗ୍ଧା ପାତ୍ର ଓ ସସ୍ମିତା ହୋତା ଅତିଥି ଭାବେ ଯୋଗଦେଇ ବିଜ୍ଞାନ ମେଳାକୁ ଉଦଘାଟନ କରିଥିଲେ। ବିଜ୍ଞାନ ହିଁ ବିଶ୍ୱ ପ୍ରଗତିର ମୁଖ୍ୟ ଆଧାର ପାଲଟିଛି ଏବଂ ଏପରି ବିଜ୍ଞାନ ମେଳା ଆୟୋଜନ ଦ୍ୱାରା ବିଦ୍ୟାର୍ଥୀଙ୍କର ବିଜ୍ଞାନ ଶିକ୍ଷା ଓ ଗବେଷଣା ପ୍ରତି ଆଗ୍ରହ ବଢିବ ବୋଲି ଅତଥିମାନେ ମତପ୍ରକାଶ କରିଥିଲେ।
ଏଥିରେ ସମ୍ମାନିତ ଅତିଥି ଭାବେ ସ୍କୁଲ ପରିଚାଳନା କମିଟିର ଉପସଭାପତି ରମାକାନ୍ତ ପଟ୍ଟନାୟକ ଓ ସଂପାଦକ ଶ୍ରୀଧର ରଥ ଯୋଗଦେଇ ଉଦବୋଧନ ଦେଇଥିଲେ। ଛାତ୍ରଛାତ୍ରୀଙ୍କ ଦ୍ବାରା ପ୍ରଦର୍ଶିତ ୯୫ଟି ପ୍ରକଳ୍ପକୁ ଅତିଥିମାନେ ମୂଲ୍ୟାୟନ କରିଥିଲେ। ଶିକ୍ଷକ କାହ୍ନୁଚରଣ ବର୍ଦ୍ଧନ, ଅକ୍ଷୟ ମିଶ୍ର, ଏ ସି ପଲାଇ, ଦେବୀପ୍ରସାଦ ଶତପଥି, ଶିକ୍ଷୟିତ୍ରୀ ପୁଷ୍ପାଞ୍ଜଳି ନନ୍ଦ, କାକଳୀ ଦାସ, ସ୍ୱପ୍ନାରାଣୀ ବେହେରା ପ୍ରମୁଖଙ୍କ ସମେତ ଅନ୍ଯ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀ ଏଥିରେ ସହଯୋଗ କରିଥିଲେ।  ଶେଷରେ ଶିକ୍ଷୟିତ୍ରୀ ରେଣୁବାଳା ରଥ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.