ପଲିଥିନ ଓ ପ୍ଲାଷ୍ଟିକ୍ ପରିବେଶ ସଚେତନତା

ଆଠଗଡ: ଆଠଗଡସ୍ଥିତ ଗୋପବନ୍ଧୁ ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଶୁକ୍ରବାର ପଲିଥିନ ଓ ପ୍ଲାଷ୍ଟିକମୁକ୍ତ ପରିବେଶ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସମନ୍ଵିତ ଯୁବ ବିକାଶ କାର୍ଯ୍ୟକ୍ରମ ଅନ୍ତର୍ଗତ ଏହି ସଚେତନତା କାର୍ଯ୍ୟକ୍ରମରେ ଅଧ୍ୟକ୍ଷା ସଂଯୁକ୍ତା ମହାପାତ୍ର ଯୋଗଦେଇ ପ୍ଲାଷ୍ଟିକ ଓ ପଲିଥିନ ଆମ ପରିବେଶକୁ ବ୍ୟାପକ ଭାବେ ପ୍ରଦୁଷଣ କରୁଥିବାରୁ ତାହା ସ୍ବାସ୍ଥ୍ୟ ଉପରେ କୁପ୍ରଭାବ ପକାଉଛି। ଏକ ସୁସ୍ଥ ଓ ସ୍ୱଚ୍ଛ ପରିବେଶ ପାଇଁ ପଲିଥିନ ଓ ପ୍ଲାଷ୍ଟିକକୁ ସମ୍ପୂର୍ଣ୍ଣ ରୂପେ ବର୍ଜନ କରିବା ଜରୁରୀ ବୋଲି ସେ ମତବ୍ୟକ୍ତ କରିଥିଲେ।
ନୋଡାଲ ଅଧିକାରୀ ଅଧ୍ୟାପିକାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ଅବସରରେ କଲେଜର ଛାତ୍ରୀମାନେ ହାତରେ ସଚେତନଧର୍ମୀ ପ୍ଲାକାର୍ଡ ଧରି ସ୍ଳୋଗାନ ଦେଇ ସହର ପରିକ୍ରମଣ କାଳରେ ପଲିଥିନ ଓ ପ୍ଲାଷ୍ଟିକ ବ୍ୟବହାରର କୁପ୍ରଭାବ ବିଷୟରେ ଲୋକଙ୍କୁ ବୁଝାଇଥିଲେ। ସାମାଜିକ କାର୍ଯ୍ୟକ୍ରମ ନୋଡାଲ ଅଧିକାରୀ ଅଧ୍ୟାପିକା ପ୍ରମୋଦିନୀ ମହାରଣା ସଚେତନତା ସଭା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । କନିଷ୍ଠ କଲେଜର ସମସ୍ତ ଅଧ୍ୟାପିକା ଓ କର୍ମଚାରୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସହଯୋଗ କରିଥିଲେ।

Comments are closed.