ଅତାବିରା ଓକିଲ ସଂଘର ନିର୍ବାଚନ ଫଳାଫଳ – ଦୁର୍ଯ୍ୟୋଧନ ଛତର ସଭାପତି ଓ ହିତେନ୍ଦ୍ରିୟ ପ୍ରଧାନ ସମ୍ପାଦକ ନିର୍ବାଚିତ

ରେଙ୍ଗାଲିକ୍ୟାମ୍ପ – ଅତାବିରା ଓକିଲ ସଂଘର କର୍ମକର୍ତ୍ତା ନିର୍ବାଚନରେ ଦୁର୍ଯ୍ୟୋଧନ ଛତର ସଭାପତି ଓ ହିତେନ୍ଦ୍ରିୟ ପ୍ରଧାନ ସମ୍ପାଦକ ନିର୍ବାଚିତ ହୋଇଛନ୍ତି । ନିର୍ବାଚନ ଅଧିକାରୀ ତ୍ରିଲୋଚନ ବେହେରା ଫଳାଫଳ ଘୋଷଣା କରିଥିଲେ । ତୃତୀୟ ଥର ପାଇଁ ନିର୍ଦ୍ଵନ୍ଦରେ ତ୍ରିପୁରାରୀ ଚାନ୍ଦ ଉପସଭାପତି ଭାବରେ ନିର୍ବାଚିତ ହୋଇଥିବା ବେଳେ ପ୍ରଥମ ଥର ପାଇଁ କାର୍ଯ୍ୟ ନିର୍ବାହୀ ସଦସ୍ୟ ଭାବରେ ମନୋଜ କୁମାର ଷଡଙ୍ଗୀ,ରୋହିତ କୁମାର ମହାପାତ୍ର,ଦିଲୀପ କୁମାର ସ୍ବାଇଁ, ଧନପତି ବାଦି ଓ ମାନସ ରଞ୍ଜନ ତ୍ରିପାଠୀ ନିର୍ବାଚିତ ହୋଇଛନ୍ତି ।
ନିର୍ବାଚନରେ ୪୭ ଜଣ ଭୋଟର ଭୋଟ ଦେଇଥିଲେ । ନିର୍ବାଚନ ପରେ ଆସନ୍ତା ଏପ୍ରିଲ ପହିଲାରେ ନିର୍ବାଚିତ କର୍ମକର୍ତ୍ତା ମାନେ ଶପଥ ପାଠ କରିବେ ବୋଲି ଜଣା ପଡିଛି ।

Comments are closed.