www.samajalive.in
Tuesday, December 9, 2025
15.1 C
Bhubaneswar

ମାଘ ସପ୍ତମୀରେ ବଡସିଂହାର ବେଶରେ ଦର୍ଶନ ଦେଲେ ବାବା ଆଖଣ୍ଡଳମଣି, କୋଭିଡ କଟକଣା ମଧ୍ଯରେ ଦର୍ଶନ କଲେ ଶ୍ରଦ୍ଧାଳୁ

ଆରଡି: ବାବା ଆଖଣ୍ଡଳମଣିଙ୍କ ପୀଠରେ ପ୍ରଚଳିତ ବିରଜା ପଞ୍ଜିକା ଅନୁଯାୟୀ ପବିତ୍ର ମାଘ ମାସ ଶେଷ ସୋମବାର ଓ ମାଘସପ୍ତମୀ ଅବସରରେ ବଡସିଂହାର ବେଶରେ ସଜ୍ଜିତ ହୋଇଥିଲେ ମଣିବାବା। ମଣିବାବାଙ୍କୁ ଦର୍ଶନ କରିବା ପାଇଁ ରାଜ୍ୟର ବିଭିନ୍ନ ପ୍ରାନ୍ତରରୁ ଆସିଥିବା ଶ୍ରଦ୍ଧାଳୁ ଭକ୍ତମାନେ କୋଭିଡ କଟକଣା ପାଳନ କରି ମନ୍ଦିର ଭିତରକୁ ଯାଇ ଦର୍ଶନ କରିଥିଲେ। ଅନ୍ୟପଟେ ଭୋର ୪ଟାରେ ମନ୍ଦିର ଦ୍ବାରଫିଟା ଯିବା ପରେ ମଙ୍ଗଳ ଆଳତୀ, ମହାସ୍ନାନ, ଘର୍ଷଣଲାଗି ନୀତି ସମ୍ପନ୍ନ ହେବା ପରେ ଦିଗମ୍ବର ବେଶରେ ସଜ୍ଜିତ କରାଯାଇଥାଏ। ଏହି ଅବସରରେ ବାବା ଆଖଣ୍ଡଳମଣିଙ୍କଠାରେ ପହିଲି ବାଲ୍ୟଭୋଗ ଲାଗି କରାଯାଇଥିଲା।

 

- Advertisement -

ଏହାପରେ କୋଭିଡ ନିୟମ ଅନୁଯାୟୀ ସକାଳ ୬ଟାରୁ ରାତ୍ର ୮ଟା ଯାଏଁ ଶ୍ରଦ୍ଧାଳୁଭକ୍ତଙ୍କ ଦର୍ଶନ ପାଇଁ ସାହାଣମେଲା କରାଯାଇଥିଲା। ଶ୍ରଦ୍ଧାଳୁଭକ୍ତ କୋଭିଡ ନିୟମ ପାଳନ କରି ମଣିବାବାଙ୍କୁ ଦର୍ଶନ କରିବା ସହ ସେବାୟତଙ୍କ ଦ୍ବାରା ଭୋଗ ଲାଗି କରାଇଥିଲେ। ସମସ୍ତ ସକାଳ ନୀତିକାନ୍ତି ଅପରାହ୍ଣ ୩ଟା ସୁଧା ସରିବା ପରେ ୪ଟାରେ ବିଭିନ୍ନ ଅଳଙ୍କାର ଓ ଫୁଲ ଚନ୍ଦନ ଦ୍ବାରା ମଣିବାବାଙ୍କୁ ବଡସିଂହାର ବେଶରେ ସଜ୍ଜିତ କରାଯାଇ ସଂନ୍ଧ୍ୟା ନୀତିକାନ୍ତି କରାଯାଇଥିଲା।

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories