www.samajalive.in
Sunday, December 7, 2025
23.1 C
Bhubaneswar

ଆଖଣ୍ଡଳମଣିଙ୍କ ମନ୍ଦିରରେ ପୀଠଦେବୀଙ୍କ ଆଜି ମହାନବମୀ ପୂଜା, ଜୟଦୁର୍ଗା ବେଶରେ ଦର୍ଶନ ଦେଉଛନ୍ତି ମା

ଆରଡି : ରାଜ୍ୟର ପ୍ରମୁଖ ପର୍ଯ୍ୟଟନସ୍ଥଳି ଆରଡିଧାମର ଆଖଣ୍ଡଳମଣିଙ୍କ ମନ୍ଦିର ବେଢା ପ୍ରାଙ୍ଗଣରେ ଥିବା ପୀଠଦେବୀ ଜୟଦୁର୍ଗାଙ୍କର ପବିତ୍ର ମୂଳାଷ୍ଟମୀ ଠାରୁ ଦଶହରା ପର୍ଯ୍ୟନ୍ତ ଚାଲିଥିବା ପାର୍ବଣ ପୂଜାର ଆଜି ମାଙ୍କ ପୂଜା ମଣ୍ଡପରେ ମହାନବମୀ ପୂଜା ଅନୁଷ୍ଠିତ ହେଉଅଛି। ଭୋର ୫ଟାରେ ପହଡ ଖୋଲିବା ପରେ ରୀତିନୀତି ଅନୁଯାୟୀ ମଙ୍ଗଳ ଆଳତୀ, ମାର୍ଜନା, ମହାସ୍ନାନ, ହଳଦୀପଞ୍ଚାମୃତ ସ୍ନାନ ଆଦି ସରିବା ପରେ ମହାନବମୀ ପୂଜା ଅବସରରେ ମାଙ୍କୁ ଜୟଦୁର୍ଗା ବେଶରେ ସଜ୍ଜିତ କରାଯାଇଛି। ପରେ ଘଟସ୍ଥାପନ, ଦ୍ବାରପାଳ ପୂଜା, ସୂର୍ୟପୂଜା, ଆଦି ସରିବା ପରେ ପୂଜା ମଣ୍ଡପରେ ବ୍ରାହ୍ମଣମାନଙ୍କ ଦ୍ବାରା କୋଭିଡ କଟକଣାକୁ ଦୃଷ୍ଟିରେଲରଖି ସାମାଜିକ ଦୂରତା ରଖିବା ସହିତ ସୀମିତ ସେବାକାରୀ ଚଣ୍ଡିପାଠ ସହିତ ପଞ୍ଚ ଉପଚାର ପୂଜା କରାଯାଉଛି। ସେହି ଅପରାଜିତା ମନ୍ତ୍ରରେ ପୂଜାର୍ଚ୍ଚନା କରାଯିବା ସହ ରାତିରେ ମାଙ୍କର ଷୋଡଶ ଉପଚାର ସହିତ ସଂନ୍ଧିପୂଜା
କରାଯିବା ପରେ ହୋମ , ଆଳତୀ କରାଯିବ। ହେଲେ ଚଳିତବର୍ଷ ମହାମାରୀ କରୋନା ପାଇଁ କଟକଣା ବଳବତର ଥିବାରୁ ଭକ୍ତଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ସମ୍ପୁର୍ଣ୍ଣ ବନ୍ଦ ରହିଛି।

ବିଶେଷକରି ମୃଣ୍ମମୟଦେବୀଙ୍କ ପୂଜାମଣ୍ଡପରେ ଆଜି ମହାଷ୍ଟମୀ ପାଳିତ ହେଉଥିବାରୁ ଉପବାସଧାରୀ ଭକ୍ତଙ୍କର ଭିଡକୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ଓ ସ୍ଥାନୀୟ ପୋଲିସ ପକ୍ଷରୁ ମନ୍ଦିର ଭିତରେ ଓ ବାହାରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। କୋଭେଡି କଟକଣା ପାଇଁ ଭକ୍ତମାନେ ମନ୍ଦିର ବାହାରେ ଦୀପ ଜାଳିବା ସହ ପ୍ରଣାମ କରି ଫେରିଯିବା ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି। ଅନ୍ୟପଟେ ପୀଠର ମୃଣ୍ମୟ ଦେବୀ ମୂର୍ତ୍ତୀଙ୍କ ପୂଜାମଣ୍ଡପ ସମୁଖରେ ପରଦା ଟଣାଯାଇ ସମସ୍ତ ନୀତିକାନ୍ତି କରାଯାଉଛି। ରାତିରେ ମାଙ୍କ ପାଖରେ ସଂନ୍ଧି ପୂଜାରେ ଆବାହନ କରାଯାଇ କୁସୁମାଣ୍ଡ ବଳି ଓ ଆମିଷ ଭୋଗ ଲାଗି କରାଯିବ।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories