www.samajalive.in
Sunday, December 7, 2025
14.1 C
Bhubaneswar

ଆଖଣ୍ଡଳମଣିଙ୍କ ମନ୍ଦିରରେ ପୀଠଦେବୀଙ୍କ ମହାଷ୍ଟମୀ ଓ ମୃଣ୍ମୟଦେବୀଙ୍କର ମହାସପ୍ତମୀ ପୂଜା, କରୋନା କଟକଣା ପାଇଁ ଭକ୍ତଙ୍କ ଦର୍ଶନ ବନ୍ଦ

ଆରଡି  : ରାଜ୍ୟର ପ୍ରମୁଖ ପର୍ଯ୍ୟଟନସ୍ଥଳି ଆରଡିଧାମର ଆଖଣ୍ଡଳମଣିଙ୍କ ମନ୍ଦିର ବେଢା ପ୍ରାଙ୍ଗଣରେ ଥିବା ପୀଠଦେବୀ ଜୟଦୁର୍ଗାଙ୍କର ପବିତ୍ର ମୂଳାଷ୍ଟମୀ ଠାରୁ ଦଶହରା ପର୍ଯ୍ୟନ୍ତ ଚାଲିଥିବା ପାର୍ବଣ ପୂଜାର ଶୁକ୍ରବାର ମାଙ୍କ ପୂଜା ମଣ୍ଡପରେ ମହାଅଷ୍ଟମୀ ପୂଜା ଅନୁଷ୍ଠିତ ହୋଇଅଛି। ଭୋର ୫ଟାରେ ପହଡ ଖୋଲିବା ପରେ ରୀତିନୀତି ଅନୁଯାୟୀ ମଙ୍ଗଳ ଆଳତୀ, ମାର୍ଜନା, ମହାସ୍ନାନ, ହଳଦୀପଞ୍ଚାମୃତ ସ୍ନାନ ଆଦି ସରିବା ପରେ ମହାଷ୍ଟମୀ ପୂଜା ଅବସରରେ ମାଙ୍କୁ ମହାଲକ୍ଷ୍ମୀ ବେଶରେ ସଜ୍ଜିତ କରାଯାଇଥିଲା। ପରେ ଘଟସ୍ଥାପନ, ଦ୍ବାରପାଳ ପୂଜା, ସୂର୍ୟପୂଜା, ଆଦି ସରିବା ପରେ ପୂଜା ମଣ୍ଡପରେ ବ୍ରାହ୍ମଣମାନଙ୍କ ଦ୍ବାରା କୋଭିଡ କଟକଣାକୁ ଦୃଷ୍ଟିରେଲରଖି ସାମାଜିକ ଦୂରତା ରଖିବା ସହିତ ସୀମିତ ସେବାକାରୀ ଚଣ୍ଡିପାଠ ସହିତ ପଞ୍ଚ ଉପଚାର ପୂଜା ସହ ଅପରାଜିତା ମନ୍ତ୍ରରେ ପୂଜାର୍ଚ୍ଚନା କରାଯାଇଛି। ରାତିରେ ମାଆଙ୍କର ଷୋଡଶ ଉପଚାରରେ ପୂଜା କରାଯିବା ସହ ହୋମ, ଆଳତୀ ଅନୁଷ୍ଠିତ ହେବ। ହେଲେ ଚଳିତବର୍ଷ ମହାମାରୀ କରୋନା ପାଇଁ କଟକଣା ବଳବତ୍ତର ଥିବାରୁ ଭକ୍ତଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ସମ୍ପୁର୍ଣ୍ଣ ବନ୍ଦ ରହିଛି।

ବିଶେଷକରି ମହାଷ୍ଟମୀ ଦିନ ଉପବାସଧାରୀ ଭକ୍ତଙ୍କର ଭିଡକୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ଓ ସ୍ଥାନୀୟ ପୋଲିସ ପକ୍ଷରୁ ମନ୍ଦିର ଭିତରେ ଓ ବାହାରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। କୋଭେଡି କଟକଣା ପାଇଁ ଭକ୍ତମାନେ ମନ୍ଦିର ବାହାରେ ଦୀପ ଜାଳିବା ସହ ପ୍ରଣାମ କରି ଫେରିଯିବା ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ଡାକବାଜିଯନ୍ତ୍ର ଦ୍ବାରା ପରାମର୍ଶ ଦିଆଯାଇଛି। ଅନ୍ୟପଟେ ପୀଠର ଶହଶହ ବର୍ଷଧରି ଅନୁଷ୍ଠିତ ହେଉଥିବା ମୃଣ୍ମୟ ଦେବୀ ମୂର୍ତ୍ତୀଙ୍କ ପୂଜା ମଣ୍ଡପରେ ଗତକାଲି ଷଷ୍ଠୀ ଅବସରରେ ବେଲ୍ବବରଣ ନୀତି ସମ୍ପନ୍ନ ହୋଇଥିବା ବେଳେ ଆଜି ସପ୍ତମୀ ପୂଜା ଅନୁଷ୍ଠିତ ହେଉଛି। ପୂଜା ମଣ୍ଡପରେ କୋଭିଡ କଟକଣାକୁ ଦୃଷ୍ଟିରେ ରଖି ସମସ୍ତ ନୀତିକାନ୍ତି ହେଉଥିବା ପୂଜା କମଟି ପକ୍ଷରୁ କୁହାଯାଇଛି। ସେହିପରି ବଡଓଳଗ ଓ ସାନଓଳଗ ଗ୍ରାମରେ ପରମ୍ପରା ଅନୁଯାୟୀ ମାଙ୍କ ପ୍ରତିମା କୌଣସି ରାସାୟିନିକ ଦ୍ରବ୍ୟରେ ନିର୍ମାଣ କରାନଯାୟୀ କଦଳି ପଟୁଆ ଓ ରୂପା , ସୁନାଳଙ୍କାରରେ ନିର୍ମାଣ କରାଯାଇ ରୀତିନୀତି ଅନୁଯାୟୀ ପୂଜା ଅନୁଷ୍ଠିତ ହେଉଛି।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories