www.samajalive.in
Tuesday, December 9, 2025
15.1 C
Bhubaneswar

ବିଧାନସଭାରେ ବିବୃତି ରଖିଲେ ସ୍ବାସ୍ଥ୍ୟମନ୍ତ୍ରୀ, କହିଲେ ଏଏନ୍‌ଏମ୍‌ଙ୍କୁ ଯୋଗ୍ୟତା ଭିତ୍ତିରେ ଦିଆଯିବ ନିଯୁକ୍ତି

ଭୁବନେଶ୍ବର: କୋଭିଡ୍‌ ପରେ ଛଟେଇ ହୋଇଥିବା ଧାରଣା ଦେଉଥିବା ଏଏନ୍‌ଏମ୍‌ଙ୍କ ଆଶା ଉଜ୍ଜିବୀତ ହୋଇଛି। ଆନ୍ଦୋଳନରତ ଏଏନ୍‌ଏମ୍‌ଙ୍କ ସମ୍ପର୍କରେ ସ୍ବାସ୍ଥ୍ୟମନ୍ତ୍ରୀ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାଶ ବିବୃତି ରଖିଛନ୍ତି। ସେ କହିଛନ୍ତି ଯେ ଆନ୍ଦୋଳନରତ ଏଏନ୍‌ଏମ୍‌ଙ୍କୁ ଯୋଗ୍ୟତା ଭିତ୍ତିରେ ନିଯୁକ୍ତି ଦିଆଯିବ। ରାଜ୍ୟରେ ୧୦୯୯ଟି ଏଏନ୍‌ଏମ୍‌ ପଦ ଖାଲି ପଡ଼ିଛି। କରୋନାକୁ ଦୃଷ୍ଟିରେ ରଖି ସର୍ତ୍ତମୂଳକ ନିଯୁକ୍ତି ଦିଆଯାଇଥିଲା।

 

- Advertisement -

ଆଜି ‘ଏଏନଏମ’ଙ୍କୁ ନେଇ ବଡ଼ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ବିଧାନସଭାରେ ବିବୃତି ରଖି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି ଯୋଗ୍ୟତା ଭିତିରେ ଆନ୍ଦୋଳନରତ ଏଏନଏମଙ୍କୁ ନିଯୁକ୍ତି ଦିଆଯିବ। ଏବେ ରାଜ୍ୟରେ ୧ ହଜାର ୯୯ଟି ଏଏନ୍‌ଏମ୍‌ ପଦ ଖାଲି ରହିଛି। ପୂର୍ବରୁ କରୋନା ମହାମାରୀକୁ ଦେଖି ଏଏନଏମଙ୍କୁ ସର୍ତମୂଳକ ନିଯୁକ୍ତି ଦିଆଯାଇଥିଲା। ତେବେ ୯୦ ଦିନ ପାଇଁ ଏହି ଅସ୍ଥାୟୀ ନିଯୁକ୍ତି ଦିଆଯାଇଥିବା ବେଳେ, କରୋନା କମିଯିବା ପରେ ସେମାନଙ୍କୁ ଛଟେଇ କରାଯାଇଛି। ଏହାର ପ୍ରତିବାଦ କରି ଏଏନଏମ୍ କର୍ମୀ ଭୁବନେଶ୍ୱରରେ ଆନ୍ଦୋଳନ ଚଳାଇଛନ୍ତି। ତେବେ ବିଧାନସଭାରେ ବିଭାଗୀୟ ମନ୍ତ୍ରୀଙ୍କ ଉତ୍ତର ଆନ୍ଦୋଳନରତ ଏଏନଏମ୍ କର୍ମୀଙ୍କ ପାଇଁ ବଡ଼ ଆସ୍ୱସ୍ତି ଆଣିଦେଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories