ଜାଣନ୍ତୁ, ଅକ୍ଷୟ ତୃତୀୟାର ଶୁଭ ମୁହୂର୍ତ୍ତ ସମ୍ବନ୍ଧରେ
ହିନ୍ଦୁ ଶାସ୍ତ୍ରରେ ବୈଶାଖ ମାସର ଅନେକ ମହତ୍ତ୍ବ ରହିଛି। ଏହି ମାସର ଶୁକ୍ଳ ପକ୍ଷ ତୃତୀୟା ତିଥିକୁ ଅକ୍ଷୟ ତୃତୀୟା କୁହାଯାଏ। ହିନ୍ଦୁ ମାନ୍ୟତା ଅନୁଯାୟୀ, ଏହି ତିଥି ଅନେକ ଶୁଭପ୍ରଦ ଅଟେ। ଅକ୍ଷୟ ତୃତୀୟା ଏକ ଏପରି ତିଥି ଯାହାର ଅର୍ଥ କେବେ ବି କ୍ଷୟ ନ ହେବା। ଚଳିତ ବର୍ଷ ମେ ମାସ ୭ ତାରିଖ ଦିନ ଅକ୍ଷୟ ତୃତୀୟା ପର୍ବ ପାଳନ କରାଯିବ। ତେବେ ଆସନ୍ତୁ ଜାଣିବା ଏହି ଦିନର ପୂଜାର ଶୁଭ ମୁହୂର୍ତ୍ତ ସମ୍ବନ୍ଧରେ ..
ପୂଜାର ଶୁଭ ମୁହୂର୍ତ୍ତ :
ତିଥି – ମେ ୭, ମଙ୍ଗଳବାର
ଶୁଭ ମୁହୂର୍ତ୍ତ – ପ୍ରାତଃ ୫.୪୦ମିନିଟ୍ ଠାରୁ ଦ୍ବିପ୍ରହର ୧୨.୧୭ ମିନିଟ୍
ସୁନା କିଣିବାର ମୁହୂର୍ତ୍ତ – ସକାଳ ୬.୨୬ ମିନିଟ୍ ଠାରୁ ରାତି ୧୧.୪୭ ମିନିଟ୍
ଅକ୍ଷୟ ତୃତୀୟାରେ ପଡୁଛି ଏହି ଶୁଭ ସଂଯୋଗ :
ହିନ୍ଦୁ ଶାସ୍ତ୍ର ଅନୁଯାୟୀ, ଚଳିତ ବର୍ଷ ଅକ୍ଷୟ ତୃତୀୟା ଦିନ ଚାରୋଟି ବଡ ଗ୍ରହଙ୍କର ଶୁଭ ସଂଯୋଗ ହେବ। ଜ୍ୟୋତିଷଙ୍କ ଅନୁଯାୟୀ, ଏହି ଯୋଗ ବହୁତ ଦୁର୍ଲଭ ହୋଇଥାଏ। ଏହି ବର୍ଷ ଚାରୋଟି ବଡ ଗ୍ରହ ସୂର୍ଯ୍ୟ, ଶୁକ୍ର, ଚନ୍ଦ୍ର ଓ ରାହୁ ଉଚ୍ଚ ରାଶିରେ ଉପସ୍ଥିତ ରହିବେ। ଏହାଦ୍ବାରା ଶୁଭ ଫଳ ପ୍ରାପ୍ତି ହେବ।
ଅକ୍ଷୟ ତୃତୀୟାରେ ଏହି କାର୍ଯ୍ୟ କରନ୍ତୁ :
ଅକ୍ଷୟ ତୃତୀୟା ଦିନ ସୁନା କିଣିବା ବ୍ୟତୀତ ଉପବାସ ଓ ଦାନର ମହତ୍ତ୍ବ ରହିଛି। ଏପରି କରିବା ଦ୍ବାରା ବ୍ୟକ୍ତିଙ୍କ ଜୀବନରେ କୌଣସି ଦ୍ରବ୍ୟର ଅଭାବ ରହି ନ ଥାଏ। ଏହି ଦିନ ପବିତ୍ର ନଦୀରେ ସ୍ନାନ କରିବା ଦ୍ବାରା ସମସ୍ତ ପାପରୁ ମୁକ୍ତି ମିଳିଥାଏ। ଏହାସହ ଗରିବମାନଙ୍କୁ ଦାନ କରିବା ଦ୍ବାରା ପୁଣ୍ୟ ପ୍ରାପ୍ତି ହୋଇଥାଏ। ଅକ୍ଷୟ ତୃତୀୟା ସୁଖ ଓ ସମୃଦ୍ଧିର ପ୍ରତୀକ ଅଟେ।
Comments are closed.