www.samajalive.in
Sunday, December 7, 2025
14.1 C
Bhubaneswar

ଭାରତର ସମସ୍ତ ୨୨ଟି ଟେଲିକମ୍‌ ସର୍କଲରେ ୫ଜି ସେବା କାର୍ଯ୍ୟ ସମ୍ପୂର୍ଣ୍ଣ କରିଛି ଏୟାରଟେଲ୍‌

ଭୁବନେଶ୍ୱର: ଭାରତର ଅନ୍ୟତମ ଅଗ୍ରଣୀ ଟେଲିଯୋଗାଯୋଗ ସେବା ପ୍ରଦାନକାରୀ ସଂସ୍ଥା ଏୟାରଟେଲ୍‌ ପକ୍ଷରୁ ପ୍ରକାଶ କରାଯାଇଛି ଯେ, କମ୍ପାନୀ ଟେଲିକମ ବିଭାଗ (ଡିଓଟି) ମାନଦଣ୍ଡ ଅନୁଯାୟୀ ଭାରତର ସମସ୍ତ ୨୨ଟି ଟେଲିକମ୍‌ ସର୍କଲରେ ୨୬ ଜିଗାହର୍ତ୍ସ ସ୍ପେକ୍ଟ୍ରମ୍‌ରେ ୫ଜି ସେବା ଆରମ୍ଭ କରିବାର ସର୍ବନିମ୍ନ ରୋଲ୍‌ଆଉଟ୍‌ କାର୍ଯ୍ୟକୁ ସଫଳତା ସହ ସମ୍ପୂର୍ଣ୍ଣ କରିଛି । ୨୬ ଜିଗାହତ୍ସ ଦ୍ୱାରା ସକ୍ଷମ ହୋଇଥିବା ବ୍ୟାପକ ୫ଜି ସୁଯୋଗ ସହିତ କମ୍ପାନୀ ଏହାର ଗ୍ରାହକଙ୍କ ପାଇଁ ଉନ୍ନତମାନର ଏୟାରଟେଲ୍‌ ୫ଜି ପ୍ଲସ୍‌ ଅନୁଭୂତି ସୃଷ୍ଟି କରିବା ଲାଗି ଉଦ୍ଭାବନକୁ ନିରବଚ୍ଛିନ୍ନ ଭାବେ ପରିଚାଳନା କରିବା ପାଇଁ ପ୍ରସ୍ତୁତ ରହିଛି । ଭିତିଭୂମି ସ୍ତରରେ ପ୍ରଦର୍ଶନ ଉଲ୍ଲେଖନୀୟ ସମ୍ଭାବନା ଓ ୫ଜି ଗ୍ରହଣୀୟତାର ବଢୁଥିବା ବେଗକୁ ଦର୍ଶାଉଛି ।

ଏୟାରଟେଲ୍‌ର ୫ଜି ସେବା ଏବେ ଦେଶର ୫୦୦୦ରୁ ଅଧିକ ସହର ଓ ଟାଉନ୍‌ରେ ଉପଲବ୍ଧ ହେଉଛି । କମ୍ପାନୀ ଜାତୀୟ ସ୍ତରରେ ଏହାର ୫ଜି ନେଟ୍‌ୱର୍କରେ ୧୦ ମିଲିୟନ ସ୍ୱତନ୍ତ୍ର ଗ୍ରାହକ ଚିହ୍ନକୁ ଅତିକ୍ରମ କରିଛି ଏବଂ ସେପ୍ଟେମ୍ବର ୨୦୨୩ ସୁଦ୍ଧା ଏହାର ୫ଜି ସେବା ସହିତ ପ୍ରତ୍ୟେକ ଟାଉନ୍‌ ଓ ପ୍ରମୁଖ ଗ୍ରାମାଂଚଳ କ୍ଷେତ୍ରଗୁଡିକୁ ଅନ୍ତର୍ଭୁକ୍ତ କରିବା ପାଇଁ ସୁବ୍ୟବସ୍ଥିତ ରହିଛି । କମ୍ପାନୀ ଏହାର ଗ୍ରାହକଙ୍କୁ ଏୟାରଟେଲ୍‌ ୫ଜି ପ୍ଲସ୍‌ ନେଟ୍‌ୱର୍କର ଶକ୍ତିକୁ ଅନୁଭବ କରିବା ପାଇଁ ସକ୍ଷମ କରିବା ଲକ୍ଷ୍ୟ ସହିତ ସେମାନଙ୍କ ପାଇଁ ଅସୀମିତ ୫ଜି ଡାଟା ଉନ୍ମୋଚନ କରିଛି । ଗ୍ରାହକମାନେ ଏବେ ଡାଟା ଶେଷ ହେବାର ଚିନ୍ତା ବିନା ଅଲ୍‌ଟ୍ରାଫାଷ୍ଟ୍‌, ନିର୍ଭରଯୋଗ୍ୟ ଓ ସୁରକ୍ଷିତ ୫ଜି ପ୍ଲସ୍‌ ସେବାଗୁଡିକର ଅନୁଭୂତି ପାଇବାକୁ ସକ୍ଷମ ହେବେ କାରଣ ଏୟାରଟେଲ୍‌ ସମସ୍ତ ବିଦ୍ୟମାନ ପ୍ଲାନ୍‌ଗୁଡିକରେ ଡାଟା ବ୍ୟବହାର ଉପରେ କ୍ୟାପିଙ୍ଗ୍‌କୁ ଉଚ୍ଛେଦ କରିଛି ।

- Advertisement -

 

 

Hot this week

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

‘ବାବୁଜୀ ଥିଲେ ଉତ୍କଳମଣିଙ୍କ ଐତିହ୍ୟର ଅନିର୍ବାଣ ଶିଖା’

କଟକ:‘ସମାଜ’ ହେଉଛି ଖବରକାଗଜର ପ୍ରତିନାମ। ‘ସମାଜ’ର ଏପରି ସୁନାମ ପଛରେ ପଣ୍ଡିତ...

Related Articles

Popular Categories