bjd gruha runa

ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

BJD Bijuli 480×75 Mob

ଡେସ୍କ: ଆଜି ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଆକାଶବାଣୀ କଟକର ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଛି। ଏଥିରେ ଆଞ୍ଚଳିକ ସମ୍ବାଦ ପାଠକଙ୍କ ସମେତ ଆକାଶବାଣୀର ଇଞ୍ଜିନିଅରିଂ କର୍ମଚାରୀ, ଅଧିକାରୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ସମାଚାର ସମ୍ପାଦକ ଇତିଶ୍ରୀ ସିଂ ରାଠୋରଙ୍କ ନେତୃତ୍ୱରେ ଆୟୋଜିତ ଏହି ଯୋଗ କାର୍ଯ୍ୟକ୍ରମରେ ଯୋଗ ପ୍ରଶିକ୍ଷକ ଗୌରାଙ୍ଗ ଚରଣ ମହାନ୍ତି ବିଭିନ୍ନ ପ୍ରକାର ଆସନ ଓ ପ୍ରାଣାୟାମ ଶିଖାଇଥିଲେ। ଏଥିରେ ସମ୍ବାଦ ପାଠକ ଆଶୁତୋଷ ପତି ଆକ୍ୟୁପ୍ରେସର ଥେରାପି ସମ୍ପର୍କରେ ଅବଗତ କରାଇଥିଲେ।

ଏହି ଅବସରରେ ସମ୍ବାଦ ବିଭାଗର ଉପ ନିର୍ଦ୍ଦେଶକ ସତ୍ୟନାରାୟଣ ପଟ୍ଟନାୟକ କହିଛନ୍ତି, ଆଜିର ଯୁଗରେ ଯୋଗ ସହିତ ନିଜକୁ ଯୋଡ଼ିବାର ଆବଶ୍ୟକତା ରହିଛି। ଶାରୀରିକ ଓ ମାନସିକ ସୁସ୍ଥତା ପାଇଁ ଯୋଗ ନିତାନ୍ତ ଜରୁରୀ ବୋଲି ସେ କହିଛନ୍ତି। କାର୍ଯ୍ୟକ୍ରମ ଶେଷରେ ସମ୍ବାଦ ବିଭାଗର ବରିଷ୍ଠ ସମାଚାର ସମ୍ପାଦକ ତପନ କୁମାର ମହାରଣା ଧନ୍ୟବାଦ ଜ୍ଞାପନ କରିଥିଲେ।

Comments are closed.