www.samajalive.in
Tuesday, December 9, 2025
26.1 C
Bhubaneswar

ଆଗୁସ୍ତା ୱେଷ୍ଟଲାଣ୍ଡ ମାମଲା: ତ୍ୟାଗୀ ଭ୍ରାତାଙ୍କୁ ଜାମିନ

ନୂଆଦିଲ୍ଲୀ : ଆଗୁସ୍ତା ୱେଷ୍ଟଲାଣ୍ଡ ହେଲିକପ୍ଟର ଟେଣ୍ଡର ଦୁର୍ନୀତିକୁ ନେଇ ଗିରଫ ହୋଇଥିବା ବାୟୁସେନାର ପୂର୍ବତନ ମୁଖ୍ୟ ଏସ୍‍.ପି. ତ୍ୟାଗୀ ଏବଂ ତାଙ୍କର ୨ ଜଣ ସମ୍ପର୍କୀୟ ଭାଇ ରାଜୀବ ଓ ସଞ୍ଜିବ ତ୍ୟାଗୀଙ୍କୁ ଦିଲ୍ଲୀର ପଟିଆଲା ହାଉସକୋର୍ଟ ବୁଧବାର ଜାମିନ ପ୍ରଦାନ କରିଛନ୍ତି। କାର୍ଲୋ ଗେରୋସା ଏବଂ ଜି.ଆର୍‍. ହେଶକେଙ୍କ ସମେତ ଅନ୍ୟ ବହୁ ଅଭିଯୁକ୍ତ ଶୁଣାଣି ବେଳେ କୋର୍ଟରେ ହାଜର ହୋଇ ନ ଥିଲେ। କୋର୍ଟ ସେମାନଙ୍କୁ ଜାମିନ ମଞ୍ଜୁର କରିନାହାନ୍ତି। ୩,୬୦୦ କୋଟି ଟଙ୍କାର ଅଗଷ୍ଟା ୱେଷ୍ଟଲାଣ୍ଡ ଭିଭିଆଇପି ହେଲିକପ୍ଟର କାରବାର ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ ଜୁଲାଇରେ ତ୍ୟାଗୀ ଭ୍ରାତା, ଭାରତୀୟ ଓ ବିଦେଶୀ କମ୍ପାନୀର କେତେକ ଅଧିକାରୀଙ୍କ ସମେତ ବହୁ ଲୋକଙ୍କ ବିରୋଧରେ ଅଭିଯୋଗଫର୍ଦ ଦାଖଲ କରିଥିଲା। ଏକାଧିକ ବିଦେଶୀ କମ୍ପାନୀ ସହାୟତାରେ ବ୍ୟାପକ ବେଆଇନ ଅର୍ଥ କାରବାର ହୋଇଥିବା ଅଭିଯୋଗଫର୍ଦରେ ଦର୍ଶାଯାଇଥିଲା।

Hot this week

ପୀତବାସ ପଣ୍ଡା ହତ୍ୟା ମାମଲା: ବିକ୍ରମଙ୍କ ସହ ୫ଜଣଙ୍କ ଜାମିନ୍‌ ରାୟ ସଂରକ୍ଷିତ

ସମାଜ ଡିଜିଟାଲ ଡେସ୍କ: ପୀତପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ...

ବିଜେପି ମୋର୍ଚ୍ଚା ସଭାପତି : ଅଭିଳାଷ , ଐଶ୍ଵର୍ଯ୍ୟା ରିପିଟ୍‌

ଭୁବନେଶ୍ଵର : ମୋର୍ଚ୍ଚା ସଭାପତି ଓ ଜିଲ୍ଲା ପ୍ରଭାରୀ ଘୋଷଣା କଲେ...

ଚୁଟ୍‌କିରେ ଦୂର ହେବ କେଶ ଝଡିବା ସମସ୍ୟା : ବ୍ୟବହାର କରନ୍ତୁ ଏହି ମାସ୍କ

ନୂଆଦିଲ୍ଲୀ : ଆଜିକାଲି ସମୟରେ କେଶ ଝଡିବା ସମସ୍ତଙ୍କ ପାଇଁ ଏକ...

ବାରବାଟୀ ଜଗିଛନ୍ତି ୫୦ପ୍ଲାଟୁନ ଫୋର୍ସ

ସମାଜ ଡିଜିଟାଲ ଡେସ୍କ: ଆଜି ବାରବାଟୀରେ ବିଗ୍‌ ଫାଇଟ୍‌ । ମ୍ୟାଚ...

ଇଣ୍ଡିଗୋକୁ ୫% ବିମାନ ଉଡାଣ ହ୍ରାସ କରିବାକୁ ନିର୍ଦ୍ଦେଶ ଦେଲେ ସରକାର

ସମାଜ ଲାଇଭ ଡ଼େସ୍କ : ଦେଶରେ ବିମାନ ଉଡାଣରେ ବିଶୃଙ୍ଖଳା ପାଇଁ...

Related Articles

Popular Categories