www.samajalive.in
Sunday, December 7, 2025
23.1 C
Bhubaneswar

ବିଏମଡବ୍ଲ୍ୟୁ ସହ ଫଟୋ, ବିଦେଶରେ ଚାକିରି, ଶାଶୁ ଘରେ ପହଞ୍ଚି ଯୁବତୀଙ୍କ ଉଡିଲା ହୋସ୍‌, ଥାନାରେ ମାମଲା..

ଆଗ୍ରା : ଉତ୍ତରପ୍ରଦେଶର ଆଗ୍ରାରୁ ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ଯୁବକଙ୍କ ଫଟୋକୁ ବିଏମଡବ୍ଲ୍ୟୁ କାର ସହ ଦେଖି ଯୁବତୀ ଜଣକ ତାଙ୍କ ସହ ବନ୍ଧୁତା କରିବା ପରେ କିଛି ଦିନ କଥାବାର୍ତ୍ତା ପରେ ବିବାହ କରିଥିଲେ। ମାତ୍ର ବିବାହ ପରେ ଯୁବତୀ ଜଣକ ଶାଶୁ ଘରେ ପହଞ୍ଚିବା ପରେ ତାଙ୍କ ହୋସ୍‌ ଉଡି ଯାଇଥିଲା।

ଦୁର୍ଲ୍ଲଭ ଯୋଗ : ଶ୍ରାବଣ ଶେଷ ସୋମବାର ପୂର୍ବରୁ ଏହି ରାଶିଙ୍କ ଭାଗ୍ୟ ଚମକାଇବେ ପ୍ରଭୁ ଶଙ୍କର, ମିଳିବ ହଠାତ୍‌ ଧନ..

ଦେଖନ୍ତୁ ଭିଡିଓ ; ଜ୍ୱାଇଁଙ୍କ ଭବ୍ୟ ସ୍ୱାଗତ ପାଇଁ ଶାଶୁ ତିଆରି କଲେ ୧୦୦ ପ୍ରକାରର ରାଜକୀୟ ଭୋଜନ

- Advertisement -


କାରଣ ଯୁବତୀଙ୍କୁ ଜଣାପଡିଥିଲା ତାଙ୍କ ସ୍ୱାମୀ ସାମାନ୍ୟ ପରିବାରରୁ ଥିବା ସହ ତାଙ୍କ ପାଖରେ ବିଏମଡବ୍ଲ୍ୟୁ ନାହିଁ କି ସେ ବିଦେଶରେ ଚାକିରି କରି ନାହାଁନ୍ତି। ଏହି ଘଟଣା ପରେ ଯୁବତୀ ଜଣକ ଶାଶୁ ଘର ବିରୁଦ୍ଧରେ ଥାନାରେ ମାମଲା ରୁଜୁ କରିଛନ୍ତି। ବର୍ତ୍ତମାନ ଏହି ଘଟଣା ବେଶ ଚର୍ଚ୍ଚାର ବିଷୟ ପାଲଟିଛି ।
ଘଟଣା କ୍ରମେ, ଯୁବକ ଜଣକ ମଧ୍ୟପ୍ରଦେଶର ଗ୍ୱାଲିୟରର ବାସିନ୍ଦା । ଯୁବତୀ ଜଣକ ଆଗ୍ରାର। ସୋସିଆଲ ମିଡିଆ ଜରିଆରେ ଉଭଙ୍କ ବନ୍ଧୁତା ହୋଇଥିଲା। କିଛି ଦିନ କଥାବାର୍ତ୍ତା ପରେ ଉଭୟଙ୍କ ବିବାହ ହୋଇଥିଲା। ବିବାହ ପୂର୍ବରୁ ଯୁବକ ଜଣକ କହିଥିଲେ, ତାଙ୍କ ପାଖରେ ବିଏମଡବ୍ଲ୍ୟୁ ଥିବା ସହ ସେ କାନାଡାରେ ଚାକିରି କରନ୍ତି। ଦରମା ମାସକୁ ୩ ଲକ୍ଷ ଟଙ୍କା । ସୋସିଆଲ ମିଡିଆରେ ଯୁବକଙ୍କର ବିଳାସପୂର୍ଣ୍ଣ ଗାଡି ସହ ଫଟୋ ମଧ୍ୟ ଥିଲା। ଯୁବତୀ ଜଣକ ଏସବୁ ସତ ବୋଲି ଭାବିଥିଲେ।

ସାମ୍ନାକୁ ଆସିଲା ‘କଙ୍ଗୁଭା’ର ଜବରଦସ୍ତ ଟ୍ରେଲର ; ପ୍ରଥମ ଝଲକ୍‌ ଦେଖି ‘ବାହୁବଳୀ’କୁ ଭୁଲି ଯିବେ ପ୍ରଶଂସକ..

ଉଭୟ ପରିବାର ଲୋକେ ରାଜି ହେବା ପରେ ସେମାନଙ୍କର ୮ ମାସ ପୂର୍ବରୁ ବିବାହ ହୋଇଥିଲା। ଯୁବତୀ ଜଣକ ଗ୍ୱାଲିୟର ପହଞ୍ଚିବା ପରେ ଯୁବକଙ୍କ ବିଷୟରେ ସମସ୍ତ ସତ ଜାଣି ପାରିଥିଲେ। ସତ ସାମ୍ନାକୁ ଆସିବା ପରେ ଯୁବକ ଜଣକ ବିଦେଶରେ କାମର ବାହାନା କରି ଫେରାର ହୋଇ ଯାଇଥିବା ଜଣାପଡିଛି। ଯୁବତୀ ଜଣକ କିଛି ଦିନ ଶାଶୁ ଘରେ ରହିବା ପରେ ନିଜ ବାପ ଘରକୁ ଫେରି ଆସିଥିଲେ। ମାମଲା ରୁଜୁ ହେବା ପରେ ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

ଦେଖନ୍ତୁ ଭିଡିଓ ; ଏଠାରେ ସିଂହ ନିକଟରେ ଶୋଇବାକୁ ଆସନ୍ତି ପର୍ଯ୍ୟଟକ, ହୋଟେଲ୍‌ ନା ଆଉ କିଛି..

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories