ପିପିଲି: ପିପିଲି ବ୍ଲକ ଅନ୍ତର୍ଗତ ଆରୁହା ସେବା ସମବାୟ ସମିତି ପକ୍ଷରୁ ଦଇସପାଟଣାଠାରେ ବୁଧବାର ଧାନମଣ୍ଡି ଉଦଘାଟିତ ହୋଇଯାଇଛି। ସମବାୟ ସମିତି ସମୂହ ପୁରୀ ମଣ୍ଡଳର ଉପନିବନ୍ଧକ ସୁନିତା ପତି, ସହନିବନ୍ଧକ ସ୍ୱରୂପ କର ଏହାକୁ ଉଦଘାଟନ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ପୁରୀ ନିମାପଡା ସମବାୟ ବ୍ୟାଙ୍କର ଡିଜିଏମ ତପତି ପଟ୍ଟନାୟକ, ବୋର୍ଡ ନିର୍ଦ୍ଦେଶକ ତଥା ଆରୁହା ସେବା ସମବାୟ ସମିତିର ସଭାପତି ପର୍ଶୁରାମ ମହାପାତ୍ର, ନୋଡାଲ ଅଧିକାରୀ ମଙ୍ଗରାଜ ଜେନା, ଜିଲା ପରିଷଦ ସଭ୍ୟ ଧରଣୀଧର ସାହୁ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଯୁଧିଷ୍ଠିର ସ୍ବାଇଁ, ସମିତିସଭ୍ୟା କବିତା ଖଟେଇଙ୍କ ସମେତ ସମବାୟ ସମିତିର କର୍ମକର୍ତ୍ତାମାନେ ଅତିଥିଭାବେ ଯୋଗଦେଇଥିଲେ। ଏହି ସମବାୟ ସମିତିର ସମ୍ପାଦକ ଭ୍ରମରବର ଦାସ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ପ୍ରଥମ ଦିନରେ ଆଠ ଜଣ ଚାଷୀଙ୍କଠାରୁ ପ୍ରାୟ ୨ଶହ କ୍ବିଣ୍ଟାଲରୁ ଅଧିକ ଧାନ କ୍ରୟ କରାଯାଇଥିବା ସୂଚନା ମିଳିଛି। ଏହି ଅବସରରେ ସମବାୟ ସମିତି ପକ୍ଷରୁ କେତେକ ଅଗ୍ରଣୀ ଚାଷୀଙ୍କୁ ଉତ୍ତରୀୟ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଛି।
Popular Categories



