www.samajalive.in
Sunday, December 14, 2025
26.1 C
Bhubaneswar

୪ ଲକ୍ଷ ଟଙ୍କାରେ ସ୍ତ୍ରୀକୁ ଶ୍ୱଶୁରଘର ଲୋକେ ବିକ୍ରି କରିଥିବା ଅଭିଯୋଗ ଆଣିଲେ ସ୍ୱାମୀ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପାର୍ଶାଲି ପଞ୍ଚାୟତର ଭାଲେରି ଗ୍ରାମର ନରସିଂ ବାଗଙ୍କ ପୁଅ ବଳରାମ ବାଗ ତାଙ୍କ ସ୍ତ୍ରୀ ରଶ୍ମିତା ବାଗକୁ ତାଙ୍କ ଶ୍ୱଶୁର ଘର ଲୋକେ ୪ ଲକ୍ଷ ଟଙ୍କାରେ ବିକ୍ରି କରିଥିବା ନେଇ ଥାନାରେ ଅଭିଯୋଗ କରିଥିବା ଜଣାପଡିଛି।
ବଳରାମ ବାଗ ମୁନିଗୁଡା ବ୍ଲକର ଅମ୍ବାଦଳା ଥାନା ରଘୁବାରି ପଞ୍ଚାୟତ ସଦର ଗୁରୁବାରୁ ଛାତ୍ରୀଆଙ୍କ ଝିଅ ରଶ୍ମିତାଙ୍କୁ ପ୍ରାୟ ୧୪ ବର୍ଷ ହେବ ପ୍ରେମ ବିବାହ କରିଥିଲେ। ତାଙ୍କର ଦୁଇଟି ଝିଅ ଓ ଗୋଟିଏ ପୁଅ ରହିଛି । ଘରର ଆର୍ଥିକ ଅଭାବ ଯୋଗୁଁ ବଳରାମ ଦାଦନ ଶ୍ରମିକ ଭାବେ ଆନ୍ଧ୍ରପ୍ରଦେଶକୁ ଯାଇଥିଲେ। ବଳରାମ ବହୁ ଦିନ ଧରି ଘରକୁ ନ ଫେରିବାର ସୁଯୋଗ ନେଇ ୨୦୨୪ ମସିହା ମେ ମାସ ୩୦ ତାରିଖ ଅପରାହ୍ନରେ ରଶ୍ମିତାକୁ ତାଙ୍କ ଭାଇ ବକଚନ ଛାତ୍ରୀଆ, ଅଭିମନ୍ୟୁ ଛାତ୍ରୀଆ ଓ ଭାଉଜ ତିନି ଜଣ ରାଜସ୍ଥାନର ଏକ ଲୋକ ଠାରୁ ୪ ଲକ୍ଷ ଟଙ୍କା ଆଣି ତାଙ୍କ ସହିତ ବିବାହ କରାଇ ଦେଇ ଥିବା କହିବା ସହ ଅଭିଯୋଗ କରିଛନ୍ତି। ବଳରାମ ଆନ୍ଧ୍ରପ୍ରଦେଶରେ ଥାଇ ସବୁ ଜାଣିବା ପରେ ଶ୍ୱଶୁର ଘରକୁ ଯାଇ ରଶ୍ମିତା ବିଷୟରେ ବଚାରିଥିଲେ। ଦୁଇଶଳା ଓ ଭାଉଜ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରି ଜୀବନରୁ ମାରିଦେବା ପାଇଁ ଧମକ ଦେଇଥିଲେ।  ତିନି ପିଲାଙ୍କ ଭବିଷ୍ୟତ କଥା ଭାବି ଭୟରେ ସେହି ଠାରୁ ଚାଲି ଆସିଥିଲେ ବୋଲି ବଳରାମ କହିଛନ୍ତି। ଏହା ପୂର୍ବରୁ ୨୦୨୪ ମସିହା ଜୁନ ମାସ ୨୮ତାରିଖରେ ଥାନାରେ ଲିଖିତ ଅଭିଯୋଗ କରି ଥିଲି, କିନ୍ତୁ ସ୍ତ୍ରୀର କୌଣସି ଖବର ନ ପାଇବାରୁ ଆଜି ପୁନର୍ବାର ଥାନାରେ ଅଭିଯୋଗ କରିଛି। ଏହାର ସଠିକ ତଦନ୍ତ କରି ଉଚିତ ନ୍ୟାୟ ଦେବା ପାଇଁ କହିଛନ୍ତି ।

୧୮ ବର୍ଷ ପରେ ଏକାଠି ହେବେ ଶୁକ୍ର-ରାହୁ: ଏହି ୩ ରାଶିଙ୍କ ଉପରେ ହେବ ଧନ ବର୍ଷା, ବିବାହ,ଖୋଲିବ ବନ୍ଦ ଭାଗ୍ୟର ତାଲା..

ଜାଣନ୍ତୁ ଜିଓର ଏହି ଶସ୍ତା ରିଚାର୍ଜ ପ୍ଲାନ୍‌, ମାଗଣାରେ ମିଳିବ ୨୦ ଜିବି ଡାଟା ସହ ଅନ୍ୟାନ୍ୟ ସୁବିଧା..

- Advertisement -

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories