Patra electronics

ଦୁର୍ଲ୍ଲଭ ଯୋଗ : ଶ୍ରାବଣ ଶେଷ ସୋମବାର ପୂର୍ବରୁ ଏହି ରାଶିଙ୍କ ଭାଗ୍ୟ ଚମକାଇବେ ପ୍ରଭୁ ଶଙ୍କର, ମିଳିବ ହଠାତ୍‌ ଧନ..

ଶ୍ରାବଣ ମାସରେ ଭଗବାନ ଶଙ୍କରଙ୍କୁ ପୂଜାର୍ଚ୍ଚନା କରିବା ଦ୍ୱାରା ଅତ୍ୟନ୍ତ ଶୁଭଫଳ ପ୍ରାପ୍ତି ହୋଇଥାଏ । ପଞ୍ଚାଙ୍ଗ ଅନୁସାରେ ୧୯ ଅଗଷ୍ଟ ସୋମବାର ଦିନ ଶ୍ରାବଣ ମାସ ଶେଷ ହେବ । ଶ୍ରାବଣ ମାସର ଶେଷ ଦିନ ସୋମବାର ପଡୁଥିବାରୁ ଏହାର ମହତ୍ତ୍ୱ ଦ୍ୱିଗୁଣିତ ହୋଇ ଯାଇଛି । ୧୯ ଅଗଷ୍ଟରେ ସର୍ବାର୍ଥ ସିଦ୍ଧି ଯୋଗ, ଶୋଭନ ଯୋଗ, ରବି ଯୋଗ ଓ ଶବଣ ନକ୍ଷତ୍ରର ଦୁର୍ଲ୍ଲଭ ଯୋଗ ସୃଷ୍ଟି ହେଉଛି । ଏହି ଦୁର୍ଲ୍ଲଭ ଯୋଗ ପ୍ରାୟ ୯୦ ବର୍ଷ ପରେ ହେଉଛି । ଏହାର ଶୁଭ ପ୍ରଭାବ ଅନେକ ରାଶି ଉପରେ ପଡିବ । ଭଗବାନ ଶିବଙ୍କ ବିଶେଷ କୃପା ମିଳିବା ସହ ଭାଗ୍ୟ ଚମକିବ।

ଦେଖନ୍ତୁ ଭିଡିଓ ; ସଫାରୀରେ ଯାଇ ସିଂହ ମୁଣ୍ଡରେ ହାତ ମାରିଲେ ପର୍ଯ୍ୟଟକ, ଆଉ ତା’ପରେ..

ମେଷ – ଏହି ଦୁର୍ଲ୍ଲଭ ଯୋଗ ଫଳରେ ମେଷ ରାଶି ବ୍ୟକ୍ତି ବିଶେଷଙ୍କୁ ଖୁବ୍‌ ଲାଭ ମିଳିବ । ଧନ ସହ ଜଡିତ ବିବାଦ ଦୂର ହେବ । କରଜରୁ ମୁକ୍ତି ମିଳିବ । ଆର୍ଥିକ କ୍ଷେତ୍ରରେ ମଜଭୂତ ହେବେ । ଭାଇ ଭଉଣୀଙ୍କ ସମ୍ପର୍କ ମଜଭୁତ ହେବ । ମାନ-ସମ୍ମାନ ବୃଦ୍ଧି ହେବ ।

କର୍କଟ- ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ଖୁସି ମିଳିବ । ନିବେଶରୁ ଭଲ ଲାଭ ହେବ । ବ୍ୟବସାୟୀ ଲାଭବାନ୍‌ ହେବେ । କର୍ମକ୍ଷେତ୍ରରେ ଆଶାନୁଯାୟୀ ଫଳ ମିଳିବ । ଧାର୍ମିକ କାର୍ଯ୍ୟର ଆୟୋଜନ କରିବେ । ସୁଖ-ସମୃଦ୍ଧି ବୃଦ୍ଧି ହେବ।

ସିଂହ – ସିଂହ ରାଶି ବ୍ୟକ୍ତି ବିଶେଷଙ୍କୁ ମଧ୍ୟ ସଫଳତା ମିଳିବ । ନୂଆ କାମର ଆରମ୍ଭ ପାଇଁ ସମୟ ଶୁଭଙ୍କର । ବୈବାହିକ ଜୀବନ ସୁଖମୟ ହେବ । ସୁଖ ସୁବିଧା ମିଳିବ । କର୍ମକ୍ଷେତ୍ରରେ ଶୁଭଫଳ ପ୍ରାପ୍ତି ହେବ । ପ୍ରତ୍ୟେକ କ୍ଷେତ୍ରରେ ସଫଳତା ହାସଲ କରିବେ । ଧନ-ସମ୍ପତ୍ତି ବୃଦ୍ଧି ହେବ । ହଠାତ୍‌ ଧନ ଲାଭ ହେବ।

୧୬ ଅଗଷ୍ଟରେ ୨ ଦୁର୍ଲ୍ଲଭ ଯୋଗ: ୫ ରାଶିଙ୍କୁ ମିଳିବ ଲାଭ ହିଁ ଲାଭ, ବଦଳିଯିବ ଭାଗ୍ୟ, ରହିବିନି ଚିନ୍ତା..

Comments are closed.