www.samajalive.in
Monday, December 15, 2025
16.1 C
Bhubaneswar

୧୬ ଅଗଷ୍ଟରେ ୨ ଦୁର୍ଲ୍ଲଭ ଯୋଗ: ୫ ରାଶିଙ୍କୁ ମିଳିବ ଲାଭ ହିଁ ଲାଭ, ବଦଳିଯିବ ଭାଗ୍ୟ, ରହିବିନି ଚିନ୍ତା..

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସମସ୍ତ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟ ଅନୁସାରେ ରାଶି ଓ ନକ୍ଷତ୍ର ପରିବର୍ତ୍ତନ କରି ଥାଆନ୍ତି । ଏହାର ପ୍ରଭାବ ମେଷ ରାଶି ଠାରୁ ଆରମ୍ଭ କରି ମୀନ ରାଶି ପର୍ଯ୍ୟନ୍ତ ପଡିଥାଏ । ଧନର ଦାତା ଶୁକ୍ର ୧୬ ଅଗଷ୍ଟ ୨୦୨୪ରେ ସନ୍ଧ୍ୟା ୭ଟା ୫୩ ମିନିଟରେ କର୍କଟ ରାଶିରୁ ସିଂହ ରାଶିରେ ଚଳନ କରି ୧୬ ସେପ୍ଟେମ୍ବର ୨୦୨୪ ପର୍ଯ୍ୟନ୍ତ ଏହି ରାଶିରେ ବିରାଜମାନ କରିବେ । ସିଂହ ରାଶିରେ ବୁଧ ପୂର୍ବରୁ ହିଁ ବିରାଜମାନ ରହିଛନ୍ତି । ସୂର୍ଯ୍ୟଙ୍କ ସହ ଏହି ୨ ଗ୍ରହ ଏକାଠି ହେବା ପରେ ୨ ଦୁର୍ଲ୍ଲଭ ରାଜଯୋଗ ସୃଷ୍ଟି ହେବ । ସୂର୍ଯ୍ୟ-ବୁଧ ଏକାଠି ହେବା ଦ୍ୱାରା ବୁଦ୍ଧାଦିତ୍ୟ ଯୋଗ ଓ ସୂର୍ଯ୍ୟ-ଶୁକ୍ର ଏକାଠି ହେବା ଦ୍ୱାରା ଶୁକ୍ରାଦିତ୍ୟ ଯୋଗ ସୃଷ୍ଟି ହେବ । ଶାସ୍ତ୍ର ଅନୁଯାୟୀ ଏହି ୨ଟି ଯୋଗ ଦ୍ୱାରା ଶୁଭଫଳ ପ୍ରାପ୍ତି ହୋଇଥାଏ । ମାନ୍ୟତା ଅନୁଯାୟୀ, ଏହାଦ୍ୱାରା ମାନ-ସମ୍ମାନ ବୃଦ୍ଧି ହେବା ସହ ଧନର ଆଗମନ ହେବ । ବିଭିନ୍ନ କ୍ଷେତ୍ରରେ ସଫଳତା ପ୍ରାପ୍ତି ହୋଇଥାଏ । ତେବେ ଜାଣନ୍ତୁ ଏହି ଯୋଗ ଦ୍ୱାରା କେଉଁ ରାଶିଙ୍କ ଭାଗ୍ୟ ଚମକିବ..

ମେଷ – ଅଗଷ୍ଟ ମାସରେ ସୂର୍ଯ୍ୟଙ୍କ ଚଳନ ମେଷ ରାଶି ପାଇଁ କଲ୍ୟାଣକାରୀ ପ୍ରମାଣିତ ହେବ । ହଠାତ୍‌ ଆପଣଙ୍କୁ ଧନ ପ୍ରାପ୍ତି ହେବ । ଆମଦାନୀର ନୂଆ ସ୍ରୋତ ସାମ୍ନାକୁ ଆସିବ । ଘରେ ସୁଖ-ଶାନ୍ତିର ବାତାବରଣ ରହିବ । ଉନ୍ନତିରେ ଆସୁଥିବା ବାଧା ଦୂରେଇ ଯିବ । କର୍ମକ୍ଷେତ୍ରରେ ବଡ ସଫଳତା ମିଳିବ । ଆର୍ଥିକ କ୍ଷେତ୍ର ମଜଭୁତ ହେବା ସହ ବ୍ୟବସାୟରେ ଲାଭ ହେବ ।

- Advertisement -

ବୃଷ – ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ସଫଳତା ମିଳିବ । କାର୍ଯ୍ୟରେ ଥିବା ସମସ୍ୟା ଦୂର ହୋଇ ଯିବ । ପୈତୃକ ସମ୍ପତ୍ତିରୁ ଧନ ଲାଭ ହେବ । ଚାକିରି କରୁଥିବା ବ୍ୟକ୍ତି ବିଶେଷଙ୍କର ପଦନ୍ନୋତି ହେବ । ଦୀର୍ଘ ଦିନରୁ ଅଟକି ରହିଥିବା କାମ ପୂରଣ ହେବ । ଭୂମି -ଯାନ କିଣିବାର ଯୋଗ ରହିଛି । ଆୟରେ ବୃଦ୍ଧି ହେବ ।

କୋଷ୍ଠକାଠିନ୍ୟ ସମସ୍ୟା ପାଇଁ ଚିନ୍ତିତ କି? କ୍ଷୀରରେ ଏହି ପତ୍ର ପକାଇ ପିଅନ୍ତୁ, ଦେଖନ୍ତୁ ଚମତ୍କାର..

ସିଂହ – ଏହି ରାଶି ବ୍ୟକ୍ତି ବିଶେଷଙ୍କର ଭାଗ୍ୟ ଚମକିବ । ଅଟକି ଥିବା କାମ ପୂରଣ ହେବ । ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ହେବ । ଧନ ପ୍ରାପ୍ତି ହେବ । ଜୀବନରେ ସକରାତ୍ମକ ଶକ୍ତି ପ୍ରବେଶ କରିବ । ପ୍ରତ୍ୟେକ କ୍ଷେତ୍ରରେ ସଫଳତା ମିଳିବ । ମନସ୍କାମନା ପୂରଣ ହେବ ।

ତୁଳା – ଏହି ରାଶି ବ୍ୟକ୍ତି ବିଶେଷଙ୍କ ଆଶା ଅନୁଯାୟୀ ପରିବର୍ତ୍ତନ ହେବ । ଶତ୍ରୁ ପରାସ୍ତ ହେବେ । କୋର୍ଟ କଚେରୀ ମାମଲାରେ ବିଜୟୀ ହେବେ । ଟଙ୍କା ନିବେଶରୁ ଲାଭବାନ୍‌ ହେବେ । ଅବିବାହିତ ଯୁବକ ଯୁବତୀଙ୍କ ବିବାହ ସ୍ଥିର ହେବ । ବ୍ୟବସାୟରେ ଲାଭ ମିଳିବ । ଆମଦାନୀର ନୂଆ ରାସ୍ତା ସାମ୍ନାକୁ ଆସିବ । ନୂଆ କାର୍ଯ୍ୟ ଆରମ୍ଭ ପାଇଁ ଶୁଭ ସମୟ ରହିଛି ।

ଭାଗ୍ୟଶାଳୀ ରାଶି : ମେଷ ଠାରୁ ମୀନ ଅଗଷ୍ଟ ୧୬ ପୂର୍ବରୁ କାହାର ଚମକିବ ଭାଗ୍ୟ..

ମୀନ – ଏହି ରାଶି ବ୍ୟକ୍ତି ବିଶେଷଙ୍କ ଜୀବନ ସୁଖମୟ ହେବ । ଇଚ୍ଛା ଅନୁଯାୟୀ କାର୍ଯ୍ୟରେ ସଫଳତା ମିଳିବ । ବିଦେଶ ଯାତ୍ରାର ଯୋଗ ରହିଛି । ବିଦ୍ୟାର୍ଥୀଙ୍କ ପାଇଁ ଉତ୍ତମ ସମୟ । ଆୟରେ ବୃଦ୍ଧି ହେବ । ସୁଖସମୃଦ୍ଧି ବୃଦ୍ଧି ହେବ । ମନ ପ୍ରସନ୍ନ ହେବ ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories