କୋଷ୍ଠକାଠିନ୍ୟ ସମସ୍ୟା ପାଇଁ ଚିନ୍ତିତ କି? କ୍ଷୀରରେ ଏହି ପତ୍ର ପକାଇ ପିଅନ୍ତୁ, ଦେଖନ୍ତୁ ଚମତ୍କାର..

ବର୍ତ୍ତମାନ ସମୟରେ ଅଧିକାଂଶ ଲୋକଙ୍କ ପାଇଁ କୋଷ୍ଠକାଠିନ୍ୟ ସମସ୍ୟା ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ବିଶେଷ କରି ଅସ୍ୱାସ୍ଥ୍ୟକର ଖାଦ୍ୟ ଓ ଜୀବନଶୈଳୀ ପାଇଁ ଏହି ସମସ୍ୟା ଅଧିକ ବଢି ଯାଇଛି । ସକାଳ ସମୟରେ ପେଟ ଭଲ ଭାବେ ସଫା ନହେଲେ ଦିନଯାକ ପେଟ ଜନିତ ସମସ୍ୟା ସହ ଭାରୀପଣ ଅନୁଭବ ହୋଇଥାଏ । ଅନେକ ସମୟରେ ଏଥିପାଇଁ ପେଟରେ ଯନ୍ତ୍ରଣା ଅନୁଭବ ହେବା ସହ ବ୍ୟସ୍ତତା ଅନୁଭବ ହୋଇଥାଏ । ଏହି ସମସ୍ୟା ଲାଗି ରହୁଥିଲେ କିଛି ଘରୋଇ ଉପାୟ ଦ୍ୱାରା ଦୂର କରି ପାରିବେ । ତୁରନ୍ତ ଏହି ସମସ୍ୟାରୁ ମୁକ୍ତି ମିଳି ପାରିବ ।

ଭାଗ୍ୟଶାଳୀ ରାଶି : ମେଷ ଠାରୁ ମୀନ ଅଗଷ୍ଟ ୧୬ ପୂର୍ବରୁ କାହାର ଚମକିବ ଭାଗ୍ୟ..

ସମୟ ଅନୁଯାୟୀ କୋଷ୍ଠକାଠିନ୍ୟ ଦୂର ନହେଲେ ସ୍ୱାସ୍ଥ୍ୟ ଜନିତ ଅନେକ ସମସ୍ୟା ସହ ବିଭିନ୍ନ ରୋଗ ସୃଷ୍ଟି ହୋଇଥାଏ ।
କୋଷ୍ଠକାଠିନ୍ୟ ସମସ୍ୟାରୁ ମୁକ୍ତି ପାଇବା ପାଇଁ ନିୟମିତ ରାତିରେ ଶୋଇବା ପୂର୍ବରୁ ଏକ ଗ୍ଲାସ କ୍ଷୀରକୁ ଏକ ପାତ୍ରରେ ନେଇ ଏକ ତେଜପତ୍ର ପକାଇ ଭଲ ଭାବେ ଫୁଟାନ୍ତୁ । ଏହାକୁ ଥଣ୍ଡା କରି ଉଷୁମ ଉଷୁମ ପିଅନ୍ତୁ । ଏହି କ୍ଷୀରକୁ ପିଇବା ଦ୍ୱାରା ପେଟ ଭଲ ଭାବେ ସଫା ହୋଇଥାଏ ।

ଏଣିକି ଏଟିଏମରୁ ମିଳିବ ଚାଉଳ; ରାଜଧାନୀରେ ଖୋଲିଲା ରାଜ୍ୟର ପ୍ରଥମ ଚାଉଳ ଏଟିଏମ

ଏହା ବ୍ୟତୀତ କୋଷ୍ଠକାଠିନ୍ୟ ସମସ୍ୟା ଦୂର ପାଇଁ ନିଜ ଖାଦ୍ୟରେ ଫାଇବର ଯୁକ୍ତ ଖାଦ୍ୟ ସାମିଲ କରନ୍ତୁ । ସଠିକ୍‌ ସମୟରେ ଖାଦ୍ୟ ସେବନ ସହ ଶୋଇବା ଦ୍ୱାରା ଏହି କୋଷ୍ଠକାଠିନ୍ୟ ସମସ୍ୟା ଦୂର ହୋଇଥାଏ ।

ଭିଡିଓରେ ଦେଖନ୍ତୁ ; ହଠାତ୍‌ ଗାଁ ରାସ୍ତାକୁ ପଶି ଆସିଲା କୁମ୍ଭୀର..

Comments are closed.