www.samajalive.in
Saturday, December 6, 2025
14.1 C
Bhubaneswar

ଭିଡିଓରେ ଦେଖନ୍ତୁ ; ହଠାତ୍‌ ଗାଁ ରାସ୍ତାକୁ ପଶି ଆସିଲା କୁମ୍ଭୀର..

ନୂଆଦିଲ୍ଲୀ : ଚିନ୍ତା କରନ୍ତୁ ବର୍ଷା ସମୟରେ ରାସ୍ତାରେ ଯାଉଥିବା ବେଳେ ହଠାତ୍‌ ଆପଣଙ୍କ ସାମ୍ନାକୁ କୁମ୍ଭୀର ଆସିଗଲେ ଅବସ୍ଥା କ’ଣ ହେବ । ନିଶ୍ଚୟ ଭୟରେ ଛାତି ଥରି ଉଠିବ । ନିକଟରେ ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ ହେଉଛି, ଯାହାକୁ ଦେଖି ନିଶ୍ଚୟ ଚମକି ପଡିବେ । ଭାଇରାଲ ହେଉଥିବା ଏହି ଭିଡିଓରେ ପାଣିରୁ ଏକ କୁମ୍ଭୀର ବାହାରି ଆସି ଗାଁର ଗଳି ରାସ୍ତାରେ ବୁଲୁଥିବା ଦେଖାଯାଉଛି । କୁମ୍ଭୀରକୁ ଦେଖିବାକୁ ଲୋକଙ୍କ ଭିଡ ଲାଗିଥିଲା ।

ଥମୁନି ଆଳୁ ନିଆଁ; କିଲୋ ଛୁଇଁଲା ୬୦

- Advertisement -

ଫିଲ୍ମରୁ କମ୍‌ ନୁହେଁ ; ଏଯାଏଁ ୯ ହତ୍ୟା, ସମସ୍ତେ ମହିଳା, ସମାନ ଶୈଳୀ,ବୁଲୁଛି ସିରିୟଲ କିଲର୍‌..

ଏହି ଭିଡିଓଟି ଉତ୍ତର ପ୍ରଦେଶର ବିଜନୋର ଜିଲାର ବୋଲି କୁହାଯାଉଛି । ନାଗଲ ଗାଁରେ ଏକ ବିଶାଳକାୟ କୁମ୍ଭୀର ରାସ୍ତାରେ ବୁଲୁଥିବା ଦେଖାଯାଉଛି । ସେହି ସମୟରେ ଏକ କୁକୁର ମଧ୍ୟ କୁମ୍ଭୀରକୁ ହଇରାଣ କରୁଥିବା ନଜର ଆସୁଛି । କୁମ୍ଭୀରକୁ ଦେଖି କିଛି ଲୋକେ ନିଜ ଘର କବାଟ ବନ୍ଦ କରି ଦେଉଛନ୍ତି । ଜଣେ ବ୍ୟକ୍ତି କୁମ୍ଭୀର ରାସ୍ତାରେ ଯାଉଥିବା ସମୟରେ କୁମ୍ଭୀରକୁ ଗୋଡରେ ମାରୁଥିବା ଦେଖାଯାଇଛି । ଖବର ପାଇ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିବା ପରେ କୁମ୍ଭୀରକୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନରେ ଛାଡି ଥିଲେ ।

ଭାଗ୍ୟଶାଳୀ ରାଶି : ମେଷ ଠାରୁ ମୀନ ଅଗଷ୍ଟ ୧୬ ପୂର୍ବରୁ କାହାର ଚମକିବ ଭାଗ୍ୟ..

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories