www.samajalive.in
Tuesday, November 18, 2025
16.1 C
Bhubaneswar

ଫିଲ୍ମରୁ କମ୍‌ ନୁହେଁ ; ଏଯାଏଁ ୯ ହତ୍ୟା, ସମସ୍ତେ ମହିଳା, ସମାନ ଶୈଳୀ,ବୁଲୁଛି ସିରିୟଲ କିଲର୍‌..

ନୂଆଦିଲ୍ଲୀ : ଗାଁ ହେଉ ଅଥବା ସହରରେ ପ୍ରତ୍ୟେକ ଦିନ ପୁରୁଷଙ୍କ ଠାରୁ ଆରମ୍ଭ କରି ମହିଳା ମାନେ ନିଜ କର୍ମସ୍ଥାନକୁ ଯାଆନ୍ତି ଓ ସନ୍ଧ୍ୟାରେ ଘରକୁ ଫେରନ୍ତି । ଘରେ ସେମାନଙ୍କର ପରିବାର ସେମାନଙ୍କୁ ଅପେକ୍ଷା କରି ରହି ଥାଆନ୍ତି । ମାତ୍ର ଚିନ୍ତା କରନ୍ତୁ ହଠାତ୍‌ ଘରର ମହିଳା ଯଦି ବାହାରକୁ କାମ କରିବାକୁ ଯାଇ ଆଉ ନଫେରନ୍ତି ଏବଂ ସେମାନଙ୍କ ମୃତ୍ୟୁର ଖବର ଆସେ । ତେବେ ପରିସ୍ଥିତି କ’ଣ ହେବ । ନିଶ୍ଚୟ ଏହା ଶୁଣି ପରିବାର ଲୋକଙ୍କ ପାଦ ତଳୁ ମାଟି ଖସି ଯିବ । ନିକଟରେ ଏଭଳି ହଇଚଇ ସୃଷ୍ଟି କରିଥିବା ହତ୍ୟାକାଣ୍ଡର ଘଟଣା ଉତ୍ତରପ୍ରଦେଶର ବରେଲୀ ଜିଲାର ଏକ ଗାଁର ଆସିଛି । ଏଠାରେ ଗୋଟିଏ ଶୈଳୀରେ ୯ ଜଣ ମହିଳାଙ୍କୁ ହତ୍ୟା କରାଯାଇଛି । ମାତ୍ର କିଏ ଏହି ହତ୍ୟାକାଣ୍ଡ ଘଟାଇଛି ସେନେଇ କୌଣସି ସୂଚନା ମିଳିନାହିଁ । ଏହି ଘଟଣା ପାଇଁ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି । ପୁଲିସ ଘଟଣାର ତଦନ୍ତ ଜାରି ରଖିଛି । ମାତ୍ର ହତ୍ୟାକାରୀ ବିଷୟରେ ଏଯାଏଁ କୌଣସି ସୂଚନା ମିଳିନାହିଁ ।

ଭାଗ୍ୟଶାଳୀ ରାଶି : ମେଷ ଠାରୁ ମୀନ ଅଗଷ୍ଟ ୧୬ ପୂର୍ବରୁ କାହାର ଚମକିବ ଭାଗ୍ୟ..

- Advertisement -

ସୂଚନାନୁଯାୟୀ, ବରେଲୀ ଜିଲାର ଏକ ଗାଁରେ ଗତ କିଛି ମାସ ମଧ୍ୟରେ ୯ ମହିଳାଙ୍କର ହତ୍ୟା କରାଯାଇଛି । ମାତ୍ର ଘଟଣାରେ ସବୁଠାରୁ ଆଶ୍ଚର୍ଯ୍ୟକର ହେଉଛି, ସମସ୍ତ ମହିଳାଙ୍କୁ ଗୋଟିଏ ଶୈଳୀରେ ହତ୍ୟା କରାଯାଇଛି । ଫଳରେ ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଛି । ଯେଉଁମହିଳାଙ୍କ ହତ୍ୟା କରାଯାଇଛି, ସେମାନଙ୍କ ବୟସ ୪୫ ରୁ ୫୫ ବର୍ଷ ହେବ । ଦ୍ୱିପ୍ରହର ସମୟରେ ତଣ୍ଟି ଚିପି ହତ୍ୟା କରାଯାଇଛି । ହତ୍ୟା କରାଯାଇଥିବା ମହିଳାମାନେ ସମସ୍ତେ କ୍ଷେତରେ କାମ କରୁଥିଲେ । କ୍ଷେତରୁ ଫେରିବା ସମୟରେ ହିଁ ହତ୍ୟା କରାଯାଇଛି ।ପୁଲିସ ଘଟଣାର ତଦନ୍ତ ଜାରି ରଖିବା ସହ ଶୀଘ୍ର ହତ୍ୟାକାରୀ ଧରାପଡିବ ବୋଲି କହିଛି ।

Hot this week

ଯାଜପୁର ଜିଲା ଜଖପୁର ଜଙ୍କସନରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ

ସମାଜଲାଇଭ ଡେସ୍କ: ଯାଜପୁର ଜିଲା ଜଖପୁର ଜଙ୍କସନରେ ସୋମବାର ରାତିରେ ଏକ...

ପରଲୋକରେ ତାରକା କଣ୍ଠଶିଳ୍ପୀ ହ୍ୟୁମାନ୍‌‌ ସାଗର

କଟକ: ଓଡ଼ିଆ ସଙ୍ଗୀତ ଜଗତର ଉଦୀୟମାନ ଗାୟକ ତଥା ତାରକା କଣ୍ଠଶିଳ୍ପୀ...

୫୦ ବର୍ଷ ପରେ ପ୍ରେକ୍ଷାଳୟକୁ ଫେରୁଛି ‘ଶୋଲେ’

ମୁମ୍ବାଇ ୧୭/୧୧: ଭାରତୀୟ ସିନେମାର କ୍ଲାସିକ୍ ଫିଲ୍ମ "ଶୋଲେ" ପୁଣି ଥରେ ବଡ଼...

ଷ୍ଟେସନରୁ ୮ ଶ୍ରମିକ ଓ ୫ ଶିଶୁ ଉଦ୍ଧାର, ସର୍ଦ୍ଦାର ଗିରଫ

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ରେଳ ଷ୍ଟେସନ ଅଞ୍ଚଳରୁ ୮ଜଣ ଦାଦନ ଶ୍ରମିକଙ୍କ ସହ...

ଦିଲ୍ଲୀ ବିସ୍ଫୋରଣ: ସହଯୋଗୀ ଷଡ଼ଯନ୍ତ୍ରକାରୀ ଆତଙ୍କୀ ଗିରଫ

ସମାଜଲାଇଭ ଡେସ୍କ: ଦିଲ୍ଲୀ ବିସ୍ଫୋରଣ ମାମଲାରେ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) ସହଯୋଗୀ...

Related Articles

Popular Categories