www.samajalive.in
Monday, December 15, 2025
26.1 C
Bhubaneswar

‘ରୌପ୍ୟ ପଦକ ବିଜେତା ଭାବେ ସମ୍ମାନିତ ହେବେ ବିନେଶ ଫୋଗତ’

ଚଣ୍ଡୀଗଡ଼: ବିନେଶ ଫୋଗତଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ହରିୟାଣା ସରକାର। ରୌପ୍ୟ ପଦକ ବିଜେତାର ସମ୍ମାନ ଓ ସୁବିଧା ପାଇବେ ବିନେଶ। ପ୍ୟାରିସ୍‌ ଅଲିମ୍ପିକ୍ସରେ ଅଯୋଗ୍ୟ ଘୋଷଣା ହେବାର ଦିନକ ପରେ ଆଜି କୁସ୍ତିରୁ ସନ୍ନ୍ୟାସ ଘୋଷଣା କରିଛନ୍ତି ଭାରତର ତାରକା ମହିଳା କୁସ୍ତିଯୋଦ୍ଧା ବିନେଶ ଫୋଗତ। ପ୍ରଥମ ଥର ପାଇଁ ମହିଳା କୁସ୍ତି ଫାଇନାଲରେ ପ୍ରବେଶ କରିଥିବା ବିନେଶ ଫୋଗତଙ୍କଠାରୁ ଭାରତ ସ୍ୱର୍ଣ୍ଣ ପଦକ ଆଶା କରିଥିଲା, କିନ୍ତୁ ଫାଇନାଲ ମ୍ୟାଚ ଦିନ ଧାର୍ଯ୍ୟଠାରୁ ଅଧିକ ଓଜନ କାରଣରୁ ତାଙ୍କୁ ଅଯୋଗ୍ୟ ଘୋଷିତ କରାଗଲା। ଅପରପକ୍ଷେ, ବିନେଶଙ୍କୁ ନେଇ ଗୁରୁବାର ବଡ଼ ଘୋଷଣା କରିଛନ୍ତି ହରିୟାଣା ମୁଖ୍ୟମନ୍ତ୍ରୀ ନାୟବ ସିଂହ ସୈନି।


ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ଯେ, ପ୍ୟାରିସ୍‌ ଅଲିମ୍ପିକ୍ସରେ ୫୦ କିଲୋ ମହିଳା କୁସ୍ତି ବର୍ଗରେ ସ୍ଵର୍ଣ୍ଣ ପଦକ ପାଇଁ ଅଯୋଗ୍ୟ ଘୋଷିତ ହୋଇଥିବା କୁସ୍ତିଯୋଦ୍ଧା ବିନେଶ ଫୋଗତଙ୍କୁ ଅଲିମ୍ପିକ୍ସରେ ରୌପ୍ୟ ବିଜେତାର ସମ୍ମାନ, ପୁରସ୍କାର ଓ ସୁବିଧା ପ୍ରଦାନ କରାଯିବ। ସୈନି ଏକ ବୟାନରେ କହିଛନ୍ତି, ‘‘ବିନେଶ ଫୋଗତ ଆମ ପାଇଁ ଚମ୍ପିଆନ୍। ସମଗ୍ର ଭାରତ ବିନେଶଙ୍କ ପ୍ରଦର୍ଶନ ପାଇଁ ଗର୍ବିତ।’’ ତାଙ୍କୁ ଅଯୋଗ୍ୟ ଘୋଷଣା କରାଯିବାର କିଛି ଘଣ୍ଟା ପରେ ମୁଖ୍ୟମନ୍ତ୍ରୀ କହିଥିଲେ, ‘‘ହରିୟାଣା ସମେତ ସମଗ୍ର ଭାରତ ଆପଣଙ୍କ ସହ ଛିଡ଼ା ହୋଇଛି। ଆପଣ ସମସ୍ତ ଆହ୍ବାନକୁ ସାହସର ସହ ସାମ୍ନା କରିଛନ୍ତି। ଆମ ଝିଅ ଉପରେ ଆମର ସମ୍ପୂର୍ଣ୍ଣ ବିଶ୍ୱାସ ଅଛି ଯେ, ଆପଣ ସମସ୍ତ ବାଧାବିଘ୍ନକୁ ଦୂର କରିବେ ଏବଂ ସର୍ବଦା ଭାରତର ଗୌରବ ବୃଦ୍ଧି କରୁଥିବେ।’’ ସେହିପରି ବିନେଶ ଫୋଗତଙ୍କୁ ରୌପ୍ୟ ପଦକ ବିଜେତାଙ୍କୁ ମିଳୁଥିବା ସମସ୍ତ ସୁବିଧା କୃତଜ୍ଞତା ପୂର୍ବକ ପ୍ରଦାନ କରିବାକୁ ହରିୟାଣା ମୁଖ୍ୟମନ୍ତ୍ରୀ ଗୁରୁବାର ଘୋଷଣା କରିଛନ୍ତି।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories