www.samajalive.in
Saturday, December 6, 2025
14.1 C
Bhubaneswar

ମଦ ନିଶାରେ ମାରି ନିଜେ ଆତ୍ମହତ୍ୟା କରିଥିଲେ ପିଏସ୍‌ଓ : ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ୍

ସୋନପୁର/ବିନିକା: ସୁବର୍ଣ୍ଣପୁର ବିନିକା ଚୁଲିମାଲରେ ପୁଲିସ୍ ବନ୍ଧୁକ ଗୁଳିରେ ଦୁଇ ମୃତ ଘଟଣା ଉପରୁ ପର୍ଦ୍ଦା ଉଠାଇଛନ୍ତି ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ୍ । ସେ କହିଛନ୍ତି  ଅତ୍ୟଧିକ ମଦ ନିଶାରୁ ଏହି ଗୁଳିକାଣ୍ଡଟି ଘଟିଛି। ଘଟଣାରେ କୌଣସି ପୂର୍ବ ଶତ୍ରୁତା ନଥିଲା। ମଦ ନିଶାରେ କନଷ୍ଟେବଳ ଜଣକ ପ୍ରଥମେ ଫାଙ୍କା ଗୁଳିଚାଳନା କରିଥିଲେ। ନିଶାରେ ଚୁର ହୋଇ ସମ୍ପର୍କୀୟ ଭାଇଙ୍କୁ ଗୁଳି କରି ହତ୍ୟା କରିଥିଲେ । ପରେ ନିଜ ମୁଣ୍ଡକୁ ସର୍ଭିସ୍ ପିସ୍ତଲରୁ ଗୁଳି କରି ଆତ୍ମହତ୍ୟା କରିଥିଲେ। ମଙ୍ଗଳବାର ପୁଲିସ୍ ପିସ୍ତଲରୁ ଅତି ରହସ୍ୟଜନକ ଭାବେ ଗୁଳି ଫୁଟି ଦୁଇ ଜଣଙ୍କର ପ୍ରାଣହାନୀ ହୋଇଥିଲା। ମୃତକ ଦୁଇ ଜଣ ହେଉଛନ୍ତି ମନୋଜ ଝାଙ୍କର ଏବଂ ସହଦେବ ଝାଙ୍କର। ଉଭୟ ସମ୍ପକୀୟ ଭାଈ। ଏବଂ ଏମାନଙ୍କ ଘର ବିନିକା ଥାନା ଭଣ୍ଡାର ପଞ୍ଚାୟତ ଚୁଲିମାଲ ଗାଁରେ। ଖୋଲା ପଡିଆରୁ ଉଭୟଙ୍କ ରକ୍ତାକ୍ତ ମୃତଦେହ ମିଳିଥିଲା। ମୃତଦେହ ନିକଟରୁ ପୁଲିସ୍ ସର୍ଭିସ୍ ପିସ୍ତଲ ମିଳିଥିବାବେଳେ ମୃତ ପୁଲିସ୍ କନେଷ୍ଟବଳ ଜଣକ ପିଏସଓ ଥିବାର ସୂଚନା ମିଳିଛି। ଦୁଇ ଜଣଙ୍କ ମୁଣ୍ଡରେ ଗୁଳି ବାଜିଛି।  ପୁଲିସ୍ ଏହି ଘଟଣାରେ ଦୁଇ ଜଣଙ୍କୁ ଅଟକ ରଖି ଅଧିକ ପଚରାଉଚରା ଜାରି ରଖିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories