www.samajalive.in
Wednesday, November 19, 2025
18.1 C
Bhubaneswar

୬ ଥାକିଆ ଭୁବନେଶ୍ଵର-ପୁରୀ ରାସ୍ତାକୁ ରାଜ୍ୟର ଅନୁମୋଦନ

ଭୁବନେଶ୍ଵର: ଭୁବନେଶ୍ଵର-ପୁରୀ ଏକ୍ସପ୍ରେସ୍ ଓ୍ବେ ବା ସବୁଜ ରାସ୍ତା ନିର୍ମାଣ କରାଯିବ। ୬ ଟିକିଆ ସବୁଜ ଏକ୍ସପ୍ରେସ୍ ସହିତ ଉଭୟ ପାର୍ଶ୍ବରେ ଦୁଇ ଟିକିଆ ସେବା ସଡକ ନିର୍ମାଣ ହେବ। ଏହି ସଡକ ନିର୍ମାଣ ପ୍ରସ୍ତାବକୁ ରାଜ୍ୟ ସରକାରଙ୍କ ପକ୍ଷରୁ ମଞ୍ଜୁର ମିଳିଥିବାବେଳେ ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ ନକ୍ସା ପ୍ରସ୍ତୁତ କରିବାକୁ ପୂର୍ତ୍ତ ବିଭାଗ ଭୁବନେଶ୍ଵର ଆଞ୍ଚଳିକ ଏନଏଚଏଆଇକୁ ଚିଠି ଲେଖିଛି । ସେହିପରି ବଡବିଲ ଚଣ୍ଡିଖୋଲ ମଧ୍ୟରେ ନିର୍ମାଣ ହେବାକୁ ଥିବା ୮ ଟିକିଆ ସଡକ ପାଇଁ ମଧ୍ୟ ଡିପିଆର ପ୍ରସ୍ତୁତ କରିବାକୁ ଏନଏଚଆଇକୁ କୁହାଯାଇଛି। ଉଭୟ ରାସ୍ତାର ଡିପିଆର ତିଆରି ନେଇ ପୂର୍ତ୍ତ ବିଭାଗ ସ୍ଵତନ୍ତ୍ର ସଚିବ ଇଂ ଲକ୍ଷ୍ମୀକାନ୍ତ ପାଢୀ ଆଞ୍ଚଳିକ ଏନଏଚଏଆଇକୁ ଚିଠି ଲେଖିଛନ୍ତି। ଶ୍ରୀ ପାଢୀ ଚିଠିରେ ଉଲ୍ଲେଖ କରିଛନ୍ତି ଯେ ଚୂଡାନ୍ତ ଡିପିଆର ପ୍ରସ୍ତୁତ ପୂର୍ବରୁ ମୁଖ୍ୟ ଶାସନ ସଚିବ ଅନୁଧ୍ୟାନ କରିବେ। ପରବର୍ତ୍ତୀ ସମୟରେ ଚୂଡାନ୍ତ ଡିପିଆର ସରକାରଙ୍କ ପାଖରେ ଦାଖଲ କରାଯିବ ବୋଲି ଏନଏଚଏଆଇ କୁ କୁହାଯାଇଛି। ଭୁବନେଶ୍ଵର-ପୁରୀ ଏକ୍ସପ୍ରେସ ଓ୍ବେରେ ଘଣ୍ଟା ପ୍ରତି ୧୨୦ କିମି ବେଗରେ ଗାଡିମୋଟର ଚଳାଚଳ କରିବ । ଏକ୍ସପ୍ରେସ୍ ଓ୍ବେ ଭୁବନେଶ୍ଵର ବିମାନ ବନ୍ଦରରୁ ବାହାରି ମାଳତିପାଟପୁର ଦେଇ ପୁରୀ ବିମାନ ବନ୍ଦରକୁ ସଂଯୋଗ କରିବ। ଏହି ୫୭ କିମି ସଡକ ନିର୍ମାଣ ପ୍ରକଳ୍ପ ପାଇଁ ପ୍ରାଥମିକ ଭାବେ ୩,୫୯୨ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।

Hot this week

ଅଲ୍‌ ଫଲାହ ପ୍ରତିଷ୍ଠାତା ଗିରଫ

ନୂଆଦିଲ୍ଲୀ: ହ୍ବାଇଟ କଲାର ଟେରର ମଡ୍ୟୁଲ ଓ ଦିଲ୍ଲୀ ଲାଲକିଲା ବିସ୍ଫୋରଣ...

ନୀତିଶଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆସନ୍ତା ୨୦ରେ ନୀତିଶ କୁମାରଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବେ...

ଦ୍ବିତୀୟ ଟେଷ୍ଟରୁ ବାଦ୍‌ ପଡ଼ିପାରନ୍ତି ଗିଲ୍‌ : ନୀତୀଶଙ୍କୁ ମିଳିପାରେ ସୁଯୋଗ

ନୂଆଦିଲ୍ଲୀ : ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତୀୟ କ୍ରିକେଟ...

୩ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବ ତାପମାତ୍ରା

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ହ୍ରାସ ପାଇବାରୁ ପାହାଡ଼ିଆ...

ବାଂଲାଦେଶୀ ନାବାଳିକା ଉଦ୍ଧାର ମାମଲା: ୧୦ ଜଣଙ୍କ ନାଁରେ ଏନ୍‌ଆଇଏର ଚାର୍ଜସିଟ୍‌ ଦାଖଲ

ଭୁବନେଶ୍ବର: କଟକରୁ ଉଦ୍ଧାର ବାଂଲାଦେଶୀ ନାବାଳିକା ଚାଲାଣ ମାମଲାରେ ୧୦ଜଣଙ୍କ ବିରୋଧରେ...

Related Articles

Popular Categories