www.samajalive.in
Saturday, December 6, 2025
26.1 C
Bhubaneswar

ବିଦ୍ୟାଳୟରେ କ୍ଷେପଣାସ୍ତ୍ର ମାଡ଼, ୧୦୦ରୁ ଊର୍ଦ୍ଧ୍ବ ମୃତ

ସମାଜ ଡିଜିଟାଲ ଡେସ୍କ: ଗାଜାର ଏକ ବିଦ୍ୟାଳୟରେ ଇସ୍ରାଏଲ ପକ୍ଷରୁ ଶନିବାର କ୍ଷେପଣାସ୍ତ୍ର ମାଡ଼ କରାଯାଇଛି। ଏଥିରେ ୧୦୦ରୁ ପ୍ରାଣ ହରାଇଥିବାବେଳେ ବହୁ ଲୋକ ଆହତ ହୋଇଛନ୍ତି। ଇସ୍ରାଏଲର ନାଗରିକ ପ୍ରତିରକ୍ଷା ସଂସ୍ଥା ପକ୍ଷରୁ ଏ ସମ୍ପର୍କରେ ସୂଚନା ଦିଆଯାଇଛି। ଉକ୍ତ ସ୍କୁଲ ହମାସ ଆତଙ୍କବାଦୀ ଲୁଚି ରହିବା ସହିତ ତାହାକୁ ଆଡ୍ଡାସ୍ଥଳୀ କରିଥିବାରୁ ସେମାନଙ୍କୁ ନିପାତ କରିବା ଲାଗି ଏହି ଆକ୍ରମଣ କରାଯାଇଥିବା ଇସ୍ରାଏଲ ପକ୍ଷରୁ କୁହାଯାଇଛି।

ଅନ୍ୟପଟେ ଗାଜାରେ ଶାସନ କରୁଥିବା ହମାସର ସରକାରୀ ଗଣମାଧ୍ୟମ ପକ୍ଷରୁ କୁହାଯାଇଛି ଯେ, ବିସ୍ଥାପିତ ଲୋକମାନେ ପ୍ରାର୍ଥନା କରୁଥିବା ବେଳେ ଇସ୍ରାଏଲ ପକ୍ଷରୁ ଏହି ଆକ୍ରମଣ କରାଯାଇଛି। ତେଣୁ ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ପାଇପାରେ। ଆକ୍ରମଣ ପରେ ସେଠାରେ ନିଆଁ ଲାଗିଯାଇଛି। କର୍ମଚାରୀମାନେ ନିଆଁକୁ ଆୟତ୍ତ କରି ମୃତଦେହ ବାହାର କରିବାକୁ ଚେଷ୍ଟା କରୁଛନ୍ତି। ଏହା ଏକ ଭୟଙ୍କର ଗଣହତ୍ୟା ବୋଲି ହମାସ ପକ୍ଷରୁ କୁହାଯାଇଛି।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories