www.samajalive.in
Saturday, December 6, 2025
23.1 C
Bhubaneswar

ଦେଖନ୍ତୁ ଭିଡିଓ ; ସଫାରୀରେ ଯାଇ ସିଂହ ମୁଣ୍ଡରେ ହାତ ମାରିଲେ ପର୍ଯ୍ୟଟକ, ଆଉ ତା’ପରେ..

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଅନେକ ସମୟରେ ଜଙ୍ଗଲ ସଫାରୀର ଭିଡିଓ ଭାଇରାଲ ହେଉଥାଏ । ସାଧାରଣତଃ ଜଙ୍ଗଲୀ ଜୀବଜନ୍ତୁଙ୍କ ନାମ ଶୁଣିଲେ କିମ୍ବା ନିକଟରୁ ଦେଖିଲେ ଭୟ ଲାଗି ଥାଏ । ମାତ୍ର ଅନେକ ଲୋକେ ଜଙ୍ଗଲ ସଫାରୀକୁ ପସନ୍ଦ କରି ଥାଆନ୍ତି । ସଫାରୀ ସମୟରେ ଜୀବଜନ୍ତୁଙ୍କ ଅନେକ ଭିଡିଓକୁ କ୍ୟାମେରାରେ କଏଦ କରି ଥାଆନ୍ତି।

୧୬ ଅଗଷ୍ଟରେ ୨ ଦୁର୍ଲ୍ଲଭ ଯୋଗ: ୫ ରାଶିଙ୍କୁ ମିଳିବ ଲାଭ ହିଁ ଲାଭ, ବଦଳିଯିବ ଭାଗ୍ୟ, ରହିବିନି ଚିନ୍ତା..

- Advertisement -

ନିକଟରେ ସୋସିଆଲ ମିଡିଆରେ ଜଙ୍ଗଲ ସଫାରୀର ଏକ ନୂଆ ଭିଡିଓ ଖୁବ୍‌ ଭାଇରାଲ ହେଉଛି। ଭିଡିଓରେ ଏପରି କିଛି ଦେଖାଯାଉଛି, ଯାହା ବାସ୍ତବିକ ଭୟଭୀତ କରିବ । ଏହି ଭିଡିଓରେ ଜଙ୍ଗଲ ସଫାରୀ ସମୟରେ କିଛି ପର୍ଯ୍ୟଟକ ସିଂହର ନିକଟତର ହେଉଥିବା ନଜର ଆସୁଛି । ମାତ୍ର ତା’ପରେ ଯାହା ହେଲା ଏହାକୁ ଦେଖି ନିଶ୍ଚୟ ପର୍ଯ୍ୟଟକ ଏଭଳି କରିବାରୁ ଦୂରେଇ ରହିବେ।

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଡିଲରଙ୍କୁ ଆଳୁ ପ୍ରଦାନ

ଭିଡିଓରେ ଦେଖିପାରିବେ, ଜଣେ ପର୍ଯ୍ୟଟକ ସଫାରୀ ଗାଡି ଭିତରୁ ସିଂହକୁ ସ୍ପର୍ଶ କରିବାକୁ ଚେଷ୍ଟା କରୁଛନ୍ତି । ହଠାତ୍‌ ସେହି ସମୟରେ ସିଂହ ରାଗି ଯାଇ ଖୁବ୍‌ ଜୋରରେ ଗର୍ଜନ କରୁଛି । ସିଂହ ଅନ୍ୟ କୌଣସି ପ୍ରତିକ୍ରିୟା ଦେବା ପୂର୍ବରୁ ବ୍ୟକ୍ତି ଜଣକ ତୁରନ୍ତ ନିଜ ହାତ ପଛକୁ ନେଇ ଯାଉଛନ୍ତି । ୩୦ ଜୁଲାଇରେ ଏହି ଭିଡିଓ ଶେୟାର କରାଯାଇଛି।
ଭିଡିଓକୁ ଦେଖି ଲୋକେ ଚିନ୍ତା ପ୍ରକଟ କରିବା ସହ ଭିନ୍ନ ଭିନ୍ନ ମତ ଦେଇଛନ୍ତି । ଏଭଳି ଜୀବଜନ୍ତୁଙ୍କୁ ହଇରାଣ କରିବା ବିପଦପୂର୍ଣ୍ଣ ବୋଲି କହିଛନ୍ତି।

 

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories