www.samajalive.in
Saturday, December 6, 2025
26.1 C
Bhubaneswar

ବିନେଶଙ୍କ ପରେ ଓଜନ ବୃଦ୍ଧିର ଶିକାର ହୋଇଥିଲେ ଅମନ, ୧୦ ଘଣ୍ଟାରେ କମାଇଲେ ୪.୬ କିଲୋଗ୍ରାମ

ସମାଜ ଡିଜିଟାଲ ଡେସ୍କ: ମହିଳା କୁସ୍ତିର ୫୦ କିଲୋଗ୍ରାମ ବର୍ଗରେ ବିନେଶ ଫୋଗଟ ଫାଇନାଲ ମ୍ୟାଚ ଖେଳିବା ପୂର୍ବରୁ ଅଯୋଗ୍ୟ ଘୋଷିତ ହୋଇଥିଲେ। କାରଣ ଥିବା ଓଜନ ବୃଦ୍ଧି। ୧୦୦ ଗ୍ରାମ ଓଜନ ଅଧିକ ହେବାରୁ ତାଙ୍କୁ ପ୍ୟାରିସ ଅଲିମ୍ପିକ୍ସରୁ ବାହାରିବାକୁ ପଡ଼ିଥିଲା। ଏବେ ଆଉ ଏକ ତଥ୍ୟ ସାମ୍ନାକୁ ଆସିଛି। ଭାରତକୁ କୁସ୍ତିରେ ପ୍ରଥମ ପଦକ ଦେଇଥିବା ଅମନ ଶେରାଓ୍ବତ ମଧ୍ୟ ଅନୁରୂପ ସମସ୍ୟାର  ସମ୍ମୁଖୀନ ହୋଇଥିଲେ। ହେଲେ ବିନେଶଙ୍କଠାରୁ ମିଳିଥିବା ଶିକ୍ଷା ତାଙ୍କୁ ପଦକ ଦେବାରେ ସହଯୋଗ କରିଥିଲା।

ଘଟଣାଟି ଏମିତି। ଅମନ ଗତ ଶୁକ୍ରବାର କୁସ୍ତିରେ ଭାରତ ପାଇଁ କାଂସ୍ୟ ପଦକ ଜିତିଛନ୍ତି। ଏହା ପୂର୍ବରୁ ସେ ସେମିଫାଇନାଲରେ ଜାପାନର କୁସ୍ତିଯୋଦ୍ଧାଙ୍କଠାରୁ ପରାଜିତ ହୋଇଥିଲେ। କିନ୍ତୁ ବ୍ରୋଞ୍ଜ ପଦକ ପାଇଁ ତାଙ୍କୁ ଲଢ଼ିବାର ଥିଲା। ହେଲେ ସେମିଫାଇନାଲରେ ହାରିବା ପରେ ତାଙ୍କ ଓଜନ ହଠାତ ବଢ଼ିଯାଇଥିଲା। ସେ ୫୮ କିଲୋଗ୍ରାମ ବର୍ଗରେ ଅଂଶଗ୍ରହଣ କରିଥିବା ବେଳେ ତାଙ୍କ ଓଜନ ୬୧.୫ କିଲୋଗ୍ରାମ ହୋଇଯାଇଥିଲା। କିନ୍ତୁ ପ୍ରାୟ ୧୦ ଘଣ୍ଟା ଧରି ପ୍ରଶିକ୍ଷକଙ୍କ ତତ୍ଵାବଧାନରେ ନିରବଚ୍ଛିନ୍ନ ପ୍ରୟାସ କରି ଶେଷରେ ନିଜ ଓଜନ ୪.୬ କିଲୋଗ୍ରାମ ହ୍ରାସ କରିବାରେ ସଫଳ ହୋଇଥିଲେ। ଯେଉଁଥିପାଇଁ ସେ ବ୍ରୋଞ୍ଜ ପଦକ ଲାଗି ଅଂଶଗ୍ରହଣ କରିପାରିଥିଲେ। ନଚେତ୍‌ ଏହି ପଦକଟି ବି ହାତଛଡ଼ା ହୋଇଯିବାର ଆଶଙ୍କା ଉପୁଜିଥିଲା।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories