Patra electronics

ଦେଖନ୍ତୁ ଭିଡିଓ ; ଜ୍ୱାଇଁଙ୍କ ଭବ୍ୟ ସ୍ୱାଗତ ପାଇଁ ଶାଶୁ ତିଆରି କଲେ ୧୦୦ ପ୍ରକାରର ରାଜକୀୟ ଭୋଜନ

ନୂଆଦିଲ୍ଲୀ : ଅଧିକାଂଶ ସମୟରେ ଆପଣ ଦେଖିଥିବେ ଓ ଶୁଣିଥିବେ ଶ୍ୱଶୁର ଘରେ ଜ୍ୱାଇଁଙ୍କ ସ୍ୱାଗତ ସ୍ୱତନ୍ତ୍ର ଭାବେ କରାଯାଏ । ଦେଶର ଅନେକ ସ୍ଥାନରେ ଏହି ପରମ୍ପରା ଅନେକ ସମୟରୁ ଚାଲୁ ଆସୁଛି । ଜ୍ୱାଇଁଙ୍କ ସ୍ୱାଗତ ପାଇଁ ଶ୍ୱଶୁର ଘର ଲୋକେ ବିଭିନ୍ନ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ କରି ଥାଆନ୍ତି । ଆନ୍ଧ୍ର ପ୍ରଦେଶର କାକିନାଡା ଜିଲାରେ ଜ୍ୱାଇଁଙ୍କ ପ୍ରସ୍ତୁତ ହୋଇଥିବା ରାଜକୀୟ ଖାଦ୍ୟର ଏକ ଝଲକ ଦେଖିବାକୁ ମିଳୁଛି । ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଟ୍ରେଣ୍ଡ୍‌ କରୁଛି । ଏହି ହୃଦୟସ୍ପର୍ଶୀ ଭିଡିଓକୁ ଲୋକେ ଖୁବ୍‌ ପସନ୍ଦ କରୁଛନ୍ତି । ସ୍ନେହ ଓ ପରମ୍ପରାର ପ୍ରଦର୍ଶନ ସହ ଆନ୍ଧ୍ରପ୍ରଦେଶର କାକିନାଡା ଜିଲାର କିରାଲମ ମଣ୍ଡଳର ତମାରାଡା ଗାଁରେ ଜଣେ ଶାଶୁ ନିଜ ଜ୍ୱାଇଁ ରବିଙ୍କ ପାଇଁ ୧୦୦ ପ୍ରକାର ବ୍ୟଞ୍ଜନ ସହ ଭବ୍ୟ ସ୍ୱାଗତ କରିଛନ୍ତି।

ଦୁର୍ଲ୍ଲଭ ଯୋଗ : ଶ୍ରାବଣ ଶେଷ ସୋମବାର ପୂର୍ବରୁ ଏହି ରାଶିଙ୍କ ଭାଗ୍ୟ ଚମକାଇବେ ପ୍ରଭୁ ଶଙ୍କର, ମିଳିବ ହଠାତ୍‌ ଧନ..


ଶାଶୁ ୧୦୦ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ କରି ଶ୍ୱଶୁର ଘରେ ଜ୍ୱାଇଁଙ୍କ ପ୍ରଥମ ଯାତ୍ରାର ସ୍ୱାଗତ କରିଛନ୍ତି । ଏଥିରେ ପାରମ୍ପରିକ ଆନ୍ଧ୍ରର ବ୍ୟଞ୍ଜନ ସହ ଆଧୁନିକ ବ୍ୟଞ୍ଜନ ମଧ୍ୟ ସାମିଲ ରହିଛି । ଏହି ସମସ୍ତ ବ୍ୟଞ୍ଜନକୁ ଘରେ ପ୍ରସ୍ତୁତ କରାଯାଇଛି।
ସେହିପରି କିଛି ଦିନ ପୂର୍ବରୁ ଭାଇରାଲ ହୋଇଥିବା ଏକ ଭିଡିଓରେ ଦେଖାଯାଇଥିଲା, ଜଣେ ପରିବାର ନିଜ ଜ୍ୱାଇଁଙ୍କ ସ୍ୱାଗତ ପାଇଁ ୪ ଦିନ ପରିଶ୍ରମ କରି ପ୍ରାୟ ୧୭୩ ବ୍ୟଞ୍ଜନ ପରଷି ଥିଲେ । ଅନ୍ୟ ଏକ ପରିବାର ଜ୍ୱାଇଁଙ୍କ ସ୍ୱାଗତ ପାଇଁ ୩୭୯ ବ୍ୟଞ୍ଜନ ସଜାଇ ଥିଲେ । ଆନ୍ଧ୍ରପ୍ରଦେଶର ପଶ୍ଚିମ ଗୋଦାବରୀ ଜିଲାର ନରସାପୁରମର ଏକ ଭିଡିଓ ବେଶ ଭାଇରାଲ ହୋଇଥିଲା । ଏଠାରେ ନିଜ ଝିଅ ଓ ଜ୍ୱାଇଁ ପାଇଁ ପରିବାର ପକ୍ଷରୁ ୩୭୯ ବ୍ୟଞ୍ଜନ ପ୍ରସ୍ତୁତ କରାଯାଇଥିଲା । ୧୦ ଦିନ ପରିଶ୍ରମ କରିବା ପରେ ଜ୍ୱାଇଁଙ୍କ ପାଇଁ ଖାଦ୍ୟ ପରଷା ଯାଇଥିଲା । ମକର ସଂକ୍ରାନ୍ତି ଦିନ ଏହି ଭବ୍ୟ ସ୍ୱାଗତ କରାଯାଇଥିଲା।

ଦେଖନ୍ତୁ ଭିଡିଓ ; ଏଠାରେ ସିଂହ ନିକଟରେ ଶୋଇବାକୁ ଆସନ୍ତି ପର୍ଯ୍ୟଟକ, ହୋଟେଲ୍‌ ନା ଆଉ କିଛି..


ମିଳିଥିବା ସୂଚନାନୁଯାୟୀ, ବ୍ୟଞ୍ଜନରେ ୪୦ ପ୍ରକାରର ଭାତ, ୪୦ ତରକାରୀ,୨୦ ପ୍ରକାରର ରୁଟି,୧୦୦ ପ୍ରକାରର ମିଠା ଓ ୭୦ ପ୍ରକାର ପାନୀୟ ସାମିଲ ଥିଲା ।

Comments are closed.