www.samajalive.in
Sunday, December 14, 2025
23.1 C
Bhubaneswar

ଟ୍ରଲରକୁ ଧକ୍କା ଦେଇ ବୁଡ଼ିଲା ବୋଟ, ୮ ଯାତ୍ରୀ ଉଦ୍ଧାର

ଧାମରା : ଭଦ୍ରକ ଜିଲ୍ଲା ଧାମରାଠାରେ ଏକ ମାଛ ଧରା ଟ୍ରଲରକୁ ଧକ୍କା ଦେଇ ଏକ ଯାତ୍ରୀବାହୀ ବୋଟ ବୁଡ଼ିଯାଇଛି। ଖବରରୁ ପ୍ରକାଶ ଏକ ଯାତ୍ରୀବାହୀ ବୋଟ ୮ଜଣ ଯାତ୍ରୀଙ୍କୁ ନେଇ ଚାନ୍ଦବାଲିରୁ ଧାମରା ଆସିଥିଲା। ସମ୍ପୃକ୍ତ ଯାତ୍ରୀବାହୀ ବୋଟ ଚାଳକର ଅସାବଧାନତା ଯୋଗୁ ସମ୍ପୃକ୍ତ ଚାଳକ ନିଜର ବୋଟକୁ ନେଇ ଏକ ମାଛ ଧରା ଟ୍ରଲରରେ ଧକ୍କା ଦେଇ ସେହି ସ୍ଥାନରେ ବୁଡ଼ିଯାଇଥିଲା। ମାଛ ଧରା ଟ୍ରଲରରେ ଥିବା ମତ୍ସ୍ୟଜୀବୀ ୮ଜଣ ବୋଟ ଯାତ୍ରୀଙ୍କୁ ପାଣିରୁ ଉଦ୍ଧାର କରି ସେମାନଙ୍କୁ ଧାମରା ମେଡିକାଲରେ ପ୍ରାଥମିକ ଚିକିତ୍ସା କରାଯାଇଛି। ଧାମରାରେ ମକର ମେଳା ଚାଲୁଥିବା ବେଳେ ଧାମରା ମେରାଇନ ଥାନାଧିକାରୀ ନଦୀ ପଥରେ କୌଣସି ସୁରକ୍ଷା ବ୍ୟବସ୍ଥା କରି ନଥିବାରୁ ଏହି ଅଘଟଣ ଘଟିଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ଭଦ୍ରକ ଏସପି ଏଥିପ୍ରତି ସଜାଗ ରହିବାକୁ ଅଂଚଳବାସୀ ଦାବି ଜଣାଇଛନ୍ତି।

୧୮ ବର୍ଷ ପରେ ଏକାଠି ହେବେ ଶୁକ୍ର-ରାହୁ: ଏହି ୩ ରାଶିଙ୍କ ଉପରେ ହେବ ଧନ ବର୍ଷା, ବିବାହ,ଖୋଲିବ ବନ୍ଦ ଭାଗ୍ୟର ତାଲା..

ଆକର୍ଷଣୀୟ ଲୁକ୍‌ ସହ ଲଞ୍ଚ ହେଲା ନୂଆ ‘ହିରୋ ଡେଷ୍ଟିନି ୧୨୫’ ; ଦାମ୍‌ ଏତିକି..

- Advertisement -

 

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories