ମୁମ୍ବଇ : ‘ଆନିମଲ୍’ ଚଳଚ୍ଚିତ୍ରରେ ନିଜ ଅଭିନୟର ଯାଦୁ ଦେଖାଇ ପ୍ରଶଂସକଙ୍କ ମନକୁ କିଣିଥିବା ଅଭିନେତା ବବି ଦେଓଲଙ୍କ ଆଗାମୀ ଚଳଚ୍ଚିତ୍ରକୁ ପ୍ରଶଂସକ ବେଶ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି। ସେ ସାଉଥ୍ ସୁପରଷ୍ଟାର ସୂର୍ଯ୍ୟାଙ୍କ ସହ ଆଗାମୀ ଚଳଚ୍ଚିତ୍ର ‘କଙ୍ଗୁଭା’ରେ ନିଜ ଭୂମିକା ଉନ୍ମୋଚନ କରିଛନ୍ତି। ତାଙ୍କର ଭୂମିକା କ’ଣ ହେବାକୁ ଯାଉଛି ଜାଣିବାକୁ ପ୍ରଶଂସକମାନେ ବେଶ ଆଗ୍ରହୀ ରହିଛନ୍ତି। ନିକଟରେ ଟ୍ରେଲରର ରିଲିଜ୍ ତାରିଖ ସାମ୍ନାକୁ ଆସିଥିଲା ଯାହା ୧୨ ଅଗଷ୍ଟ ଥିଲା । ଏହା ପରେ ସୋସିଆଲ ମିଡିଆରେ ପ୍ରଶଂସକଙ୍କ ଉତ୍ସାହ ଫିଲ୍ମ ପାଇଁ ବଢି ଯାଇଥିଲା । ଆଜି ୧୨ ଅଗଷ୍ଟରେ ନିର୍ମାତା ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘କଙ୍ଗୁଭା’ର ଚମତ୍କାର ଟ୍ରେଲର ରିଲିଜ୍ କରିଛନ୍ତି। ଯାହା ୟୁଟ୍ୟୁବରେ ଆସିବା ମାତ୍ରେ ଟ୍ରେଣ୍ଡ କରୁଥିବା ଦେଖାଯାଉଛି।
‘କଙ୍ଗୁଭା’ ହେଉଛି ଚଳିତ ବର୍ଷର ସବୁଠାରୁ ବଡ ତଥା ମହଙ୍ଗା ଚଳଚ୍ଚିତ୍ର, ଯାହାର ବଜେଟ୍ ୩୫୦ କୋଟିରୁ ଅଧିକ ହେବ ବୋଲି କୁହାଯାଉଛି । ଯାହା ‘ପୁଷ୍ପା’, ସିଂଘମ୍ ଏବଂ ଅନ୍ୟାନ୍ୟ ଚଳଚ୍ଚିତ୍ରଠାରୁ ବଡ ଅଟେ।
ଦୁର୍ଲ୍ଲଭ ଯୋଗ : ଶ୍ରାବଣ ଶେଷ ସୋମବାର ପୂର୍ବରୁ ଏହି ରାଶିଙ୍କ ଭାଗ୍ୟ ଚମକାଇବେ ପ୍ରଭୁ ଶଙ୍କର, ମିଳିବ ହଠାତ୍ ଧନ..
ଏହି ଚଳଚ୍ଚିତ୍ରଟିକୁ ୭ଟି ଦେଶର ବିଭିନ୍ନ ସ୍ଥାନରେ ସୁଟିଂ କରାଯାଇଛି ବୋଲି ଜଣାପଡିଛି। ଏହା ପ୍ରାଚୀନ ଇତିହାସକୁ ଦର୍ଶାଉଥିବା ଏକ ଅନନ୍ୟ ଚଳଚ୍ଚିତ୍ର । ନିର୍ମାତାମାନେ ଆକ୍ସନ ଏବଂ ସିନେମାଟୋଗ୍ରାଫି ପରି ବୈଷୟିକ ବିଭାଗ ପାଇଁ ହଲିଉଡ ଏକ୍ସପଟ୍ ଙ୍କୁ ନିଯୁକ୍ତି ଦେଇଛନ୍ତି।
ଦେଖନ୍ତୁ ଭିଡିଓ ; ଏଠାରେ ସିଂହ ନିକଟରେ ଶୋଇବାକୁ ଆସନ୍ତି ପର୍ଯ୍ୟଟକ, ହୋଟେଲ୍ ନା ଆଉ କିଛି..
ଷ୍ଟୁଡିଓ ଗ୍ରୀନ୍ ଏବଂ ସୂର୍ଯ୍ୟା ଶିବକୁମାରଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର କଙ୍ଗୁଭାରେ ସୂର୍ଯ୍ୟାଙ୍କୁ ଜଣେ ଶକ୍ତିଶାଳୀ ଯୋଦ୍ଧା ଏବଂ ବବି ଦେଓଲ ଜଣେ ଭିଲେନ୍ ଭାବରେ ନଜର ଆସିବେ। ଏହାର ବଜେଟ୍ ୩୫୦ କୋଟିରୁ ଅଧିକ ଅଟେ। କଙ୍ଗୁଭା ଦୁଇଟି ଭିନ୍ନ ସମୟର କାହାଣୀ ଉପସ୍ଥାପନ କରିବ। ଗୋଟିଏ ପୂର୍ବ- ଐତିହାସିକ ଯୁଗ ଏବଂ ଆଜିର ଦିନ। ନିର୍ମାତାମାନେ ନିଶ୍ଚିତ କରିଛନ୍ତି ଯେ ସେମାନେ ଉଭୟ ସମୟସୀମାକୁ ଦର୍ଶକଙ୍କ ନିକଟରେ ଏକ ଉତ୍ତମ ଉପାୟରେ ଉପସ୍ଥାପନ କରିବେ। ଏହି ଚଳଚ୍ଚିତ୍ରରେ ଭେଟ୍ରି ପାଲାନିସାମିଙ୍କ ସିନେମାଟୋଗ୍ରାଫି ଏବଂ ରକଷ୍ଟାର ଦେବୀ ଶ୍ରୀ ପ୍ରସାଦଙ୍କ ସଙ୍ଗୀତ ରହିଛି।
ଦେଖନ୍ତୁ ଭିଡିଓ ; ଜ୍ୱାଇଁଙ୍କ ଭବ୍ୟ ସ୍ୱାଗତ ପାଇଁ ଶାଶୁ ତିଆରି କଲେ ୧୦୦ ପ୍ରକାରର ରାଜକୀୟ ଭୋଜନ


