୩ ଘଣ୍ଟାରେ ବଦଳିଗଲା ଫଳ ଦୋକାନୀ ପ୍ରୀତିଙ୍କ ଭାଗ୍ୟ: ୨ ଲକ୍ଷ ଟଙ୍କାର ଚେକ୍ ନେଇ ନିଜେ ଆସିଲେ ଜିଲାପାଳ
ମାତ୍ର ୩ ଘଣ୍ଟା । ଏହି ୩ ଘଣ୍ଟାରେ ବଦଳିଗଲା ଜଣେ ଗରିବ ଫଳ ଦୋକାନୀ ପ୍ରୀତିଙ୍କ ଭାଗ୍ୟ । ନିଜେ ଜିଲାପାଳ ୨ ଲକ୍ଷ ଟଙ୍କାର ଚେକ୍ ନେଇ ପ୍ରୀତିକୁ ଦେବାପାଇଁ ଆସି ପହଞ୍ଚି ଗଲେ । ସିନେମାର କାହାଣୀ ପରି ଲାଗୁଥିବା ଏହି ଘଟଣାଟି ଘଟିଛି ଆଗ୍ରାରେ ।
ଗତ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ବ ନିଧି ଯୋଜନା ସମ୍ପର୍କରେ ସମ୍ବୋଧନ କରୁଥିବାବେଳେ ଆଗ୍ରାର ରାସ୍ତା କଡ଼ରେ ଫଳ ଦୋକାନ କରିଥିବା ପ୍ରୀତି ନାମ୍ନୀ ଜଣେ ମହିଳାଙ୍କ ସହ କଥା ହେଉଥିଲେ । ଏହି ସମୟରେ ସେ ଲକଡ଼ାଉନ ସମୟରେ ପନିପରିବା ନଷ୍ଟ ହେବା ପରେ ୧୦ ହଜାର ଟଙ୍କାର ଋଣ ନେଇ ସ୍ବ ନିଧି ଯୋଜନାରେ ବ୍ୟବସାୟ ଆରମ୍ଭ କରିଥିବା ଓ ଲାଭ କରିଥିବା କଥା କହିଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ତାଙ୍କୁ ତାଙ୍କ ପରିବାର ଏବଂ ଘର ବିଷୟରେ ପଚାରିଥିଲେ, ପ୍ରୀତି କହିଥିଲେ ତାଙ୍କ ଘର ଖରାପ ହୋଇଯାଇଛି। ଏହାପରେ ପ୍ରଧାନମନ୍ତ୍ରୀ ଅଧିକାରୀମାନେ ତାଙ୍କୁ ଭେଟି ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହାର ଠିକ୍ ୩ ଘଣ୍ଟା ପରେ ଆଗ୍ରା ଜିଲା ମାଜିଷ୍ଟ୍ରେଟ ପ୍ରଭାସ ଏନ୍ ସିଂହ ନିଜେ ପ୍ରୀତିଙ୍କ ଘରେ ପହଞ୍ଚିଥିଲେ । ତାଙ୍କ ଘର ଦେଖିଥିଲେ ଓ ୨ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଥିଲେ । ଏହାପରେ ପ୍ରୀତିଙ୍କ ପାଦ ଯେପରି ତଳେ ଲାଗି ନ ଥିଲା ।
Comments are closed.