ଠିଆ ହୋଇଥିବା ଟ୍ରକକୁ ପିଟିଲା ୧୦୮ ଆମ୍ବୁଲାନ୍ସ
ମାଲକାନଗିରି : ମାଲକାନଗିରି ଜିଲ୍ଲା ସଦର ମହକୁମା ୩୨୬ ନମ୍ବର ଜାତୀୟ ରାଜପଥ ପାତ୍ରଗୁଡା ମୁଖ୍ୟ ରାସ୍ତାରେ ଠିଆ ହୋଇ ରହିଥିବା ଟ୍ରକକୁ ପିଟିଲା ୧୦୮ ଆମ୍ବୁଲାନ୍ସ। ଘଟଣାରୁ ପ୍ରକାଶ ତିନି ଦିନ ପୂର୍ବରୁ ରାସ୍ତା କଡରେ ଟ୍ରକଟି ଇଞ୍ଜିନ ମରାମତି କାମ କରିବା ନିମନ୍ତେ ଠିଆ ହୋଇଥିବା ବେଳେ ଏକ ୧୦୮ ଆମ୍ବୁଲାନ୍ସ ରୋଗୀ ଧରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସୁଥିବା ସମୟରେ ଟ୍ରକକୁ ପଛ ପଟୁ ଧକ୍କା ଦେଇଥିଲା ଫଳରେ ଟ୍ରକଟି ଆଗକୁ ଗାଡିଯାଇ ଟ୍ରକ ସାମ୍ନାରେ ଥିବାଏକ ମୋଟର ସାଇକେଲକୁ ଧକ୍କା ଦେଇଥିଲା ଫଳରେ ଗୋଟିଏ ପଟେ ଆମ୍ବୁଲାନ୍ସର ସାମ୍ନାପଟ ସମ୍ପୂର୍ଣ୍ଣ ଭାଙ୍ଗିଯାଇଥିଲା ଓ ମୋଟର ସାଇକେଲଟି ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି। ଆମ୍ବୁଲାନ୍ସରେ ଥିବା ରୋଗୀ, ରୋଗୀଙ୍କ ସମ୍ପର୍କୀୟ, ଆଶା କର୍ମୀ ଓ ଆମ୍ବୁଲାନ୍ସ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି। ଆହତ ମାନଙ୍କୁ ଅନ୍ୟ ଏକ ଆମ୍ବୁଲାନ୍ସ ଯୋଗେ ମେଡିକାଲ ପଠାଇ ଦିଆଯାଇଥିଲା।
Comments are closed.