mission shakti banner

ସଡକ ଦୁର୍ଘଟଣାରେ ୧ମୃତ ଓ ୮ ଆହତ

BSKY banner  750×100
0

ରେଢ଼ାଖୋଲ: ରବିବାର ୫୫ ନଂ ଜାତୀୟ ରାଜପଥ ବେତଗଡ ଠାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୮ଜଣ ଆହତ ହୋଇଥିବା ଜଣାପଡିଛି । ପ୍ରାପ୍ତ ସୂଚନା ଅନୁଯାୟୀ, ରବିବାର ପ୍ରାୟ ସାଢେ ୮ଟା ବେଳେ ଅନୁଗୋଳରୁ-ସମ୍ବଲପୁର ଆସୁଥିବା ଏସକୁମାର ବସ ସହିତ ସମ୍ମୁଖଦିଗରୁ ଅନୁଗୁଳ ଅଭିମୁଖେ ଯାଉଥିବା ହ୍ୟୁଣ୍ଡାଇ କାର ମହାଁମୁହିଁ ଧକ୍କା ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁର୍ଘଟଣାରେ ବଲାଙ୍ଗିରର କାର ଚାଳକ ରାକେଶ ପାଣ୍ଡେ(୪୩)ଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା । କାର୍‌ରେ ଥିବା ଅନ୍ୟ ଆହତ ମାନେ ହେଲେ ସ୍ମୃତିରଂଜନ ସାହୁ(୨୭),ଦେବରାଜ ନାଗ(୨୫),ନିଶିକାନ୍ତ ଜେନା(୨୪)ଓ ଓମପ୍ରକାଶ (୧୮)ବୋଲି ଜଣାପଡିଛି ।

ସେହିପରି ବସରେ ଥିବା ଢେଙ୍କାନାଳ ଜିଲ୍ଲା କଳନ୍ଦା,ବାଙ୍ଗୁ ଗ୍ରାମର ଗିରିଶ ସାହୁ(୩୫),ରେଢ଼ାଖୋଲ ଥାନା କାଙ୍କନପଡା ଗ୍ରାମର ନଥିଲା ସେଠୀ(୬୦),ଢେଙ୍କାନାଳ ମାନପୁର ଗ୍ରାମର ରମେଶ ରାଉତ(୬୦)ଓ ଅନୁଗୋଳ ଜିଲ୍ଲା ବଅଁରନାଳୀ ଗ୍ରାମର ଗୋଲାପି ଦେହୁରୀ(୩୮)ଆହତ ହୋଇଛନ୍ତି । ତେବେ ଦୁର୍ଘଟଣାର ଖବର ପାଇ ରେଢ଼ାଖୋଲ ଦମକଳବାହିନୀ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଚିକିତ୍ସାପାଇଁ ରେଢ଼ାଖୋଲ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ହେଲେ କାରରେ ଥିବା ସ୍ମୃତିରଂଜନ ସାହୁ,ଦେବରାଜ ନାଗ,ନିଶିକାନ୍ତ ଜେନାଙ୍କୁ ବୁର୍ଲା କରାଯାଇଥିବା ଜଣାପଡିଛି । ବସରେ ଥିବା ଅନ୍ୟ ଆହତ ଯାତ୍ରୀମାନେ ରେଢ଼ାଖୋଲ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

Leave A Reply