ଶୀତତାପ ନିୟନ୍ତ୍ରିତ ଯନ୍ତ୍ରକୁ ନେଇ କଡ଼ା ନିୟମ

0

ଯଦି କୌଣସି ପର୍ଯ୍ୟଟକ ଗ୍ରୀଷ୍ମରେ ଜାପାନ ଯାଇଥିବେ, ତେବେ ସେଠା ହୋଟେଲ ଓ ରେସ୍ତୋରାଁର କଟକଣା ବିଷୟରେ ଭଲଭାବେ ଅବଗତ ଥିବେ। କାରଣ ସେଠାର ନିୟମ ଅନୁସାରେ ପଞ୍ଚତାରକା ହୋଟେଲ ହେଉ ଅବା ନାମୀ ରେସ୍ତୋରାଁ, ସବୁଠାରେ ଶୀତତାପ ନିୟନ୍ତ୍ରିତ ଯନ୍ତ୍ରର ତାପମାତ୍ରା ୨୮ ଡିଗ୍ରୀରୁ କମ୍ ହୋଇପାରିବ ନାହିଁ। ସାଧାରଣ ଲୋକଙ୍କଠାରୁ ବ୍ୟବସାୟୀ, ସମସ୍ତେ ଏହାକୁ କଡ଼ାକଡ଼ି ଭାବେ ପାଳନ କରୁଛନ୍ତି। ଯଦି କେହି ଶୀତତାପ ନିୟନ୍ତ୍ରିତ ଯନ୍ତ୍ରର ତାପମାତ୍ରା କମ୍ କରୁଥିବାର ଅଭିଯୋଗ ଆସେ, ତେବେ ସେମାନଙ୍କୁ ୬ ମାସରୁ ୧ ବର୍ଷ ଜେଲ୍ ଦଣ୍ଡ ମଧ୍ୟ ଶୁଣାଯାଏ। ଇଣ୍ଟରନ୍ୟାସନାଲ ଏନର୍ଜି ଏଜେନ୍ସି ଅନୁସାରେ ୨୦୫୦ ସୁଦ୍ଧା ଏସିର ଆବଶ୍ୟକତା ୩ ଗୁଣ ବଢ଼ିବ। ଏସିର ତାପମାତ୍ରା କମ୍ ରଖି କକ୍ଷକୁ ଥଣ୍ଡା କଲେ ଏହା ପରିବେଶ ଉପରେ କୁପ୍ରଭାବ ପକାଇଥାଏ। ଏସି କାରଣରୁ ପରିବେଶରେ ଅଙ୍ଗାରକାମ୍ଳର ପରିମାଣ ବଢ଼ିବାରେ ଲାଗିଛି। ବିଶେଷଜ୍ଞଙ୍କ ମତରେ ଭାରତରେ ୪୦ ଡିଗ୍ରୀ ତାପମାତ୍ରାରେ ମଧ୍ୟ ଏସିର ତାପମାତ୍ରା ୨୪ ଡିଗ୍ରୀ ରଖିଲେ ତାହା ପର୍ଯ୍ୟାପ୍ତ ଥଣ୍ଡା ପ୍ରଦାନ କରିଥାଏ। କେବଳ ଆମ ଦେଶର ଲୋକେ ହିଁ ଏହି ଏସି ବାବଦରେ ସଚେତନ ନୁହନ୍ତି। ଜାପାନରେ ୨୮ ଡିଗ୍ରୀ କିମ୍ବା ୨୭ ଡିଗ୍ରୀ ଏସିର ତାପମାତ୍ରା, ହଂକଂରେ ୨୫.୫ ଡିଗ୍ରୀ, ବ୍ରିଟେନ୍‌ରେ ୨୪ଡିଗ୍ରୀ ତାପମାତ୍ରା ରଖିବା ବାଧ୍ୟତାମୂଳକ। କେବଳ ଯେ ଶରୀରର ବାହାରକୁ ଥଣ୍ଡା କରିଦେଲେ ସବୁ ଠିକ୍ ରହିନଥାଏ। ଏହା ବରଂ ରୋଗକୁ ନିମନ୍ତ୍ରଣ କରିଥାଏ। ଏସିର ତାପମାତ୍ରାକୁ କମ୍ କରି ହିଁ ଅଧିକାଂଶ ଲୋକେ ମୁଣ୍ଡବିନ୍ଧା, ଅଣ୍ଟାବିନ୍ଧା, ଗୋଡ଼ବିନ୍ଧା ଓ ଅନ୍ୟାନ୍ୟ ରୋଗରେ ଆକ୍ରାନ୍ତ ହୋଇଥାନ୍ତି। ଜାପାନୀଙ୍କ ସୁସ୍ଥତା ସମ୍ପର୍କରେ ଅଧିକାଂଶ ଅବଗତ, ସେମାନଙ୍କ ଏହି ପଦ୍ଧତିକୁ ଅନୁସରଣ କରିବା ଉଚିତ।

Leave A Reply