www.samajalive.in
Sunday, December 7, 2025
16.1 C
Bhubaneswar

ମହିଳା ଉତ୍ପାଦକ ସଂଗଠନର ବିକାଶ ପାଇଁ ବୁଝାମଣାପତ୍ର ସ୍ୱାକ୍ଷରିତ

ଭୁବନେଶ୍ୱର: ଗ୍ରାମାଞ୍ଚଳରେ ଥିବା ବିଭିନ୍ନ କୃଷକ ଉତ୍ପାଦକ ସଂଗଠନ ମୁଖ୍ୟତଃ ମହିଳା ନେତୃତ୍ୱାଧୀନ କୃଷକ ଉତ୍ପାଦକ ସଂଗଠନ ଗୁଡ଼ିକର ସାମାଜିକ ଏବଂ ଆର୍ଥିକ ବିକାଶ, ଉତ୍ପାଦକ ସଦସ୍ୟାମାନଙ୍କୁ ଦକ୍ଷତା ବିକାଶ ତାଲିମ ପ୍ରଦାନ, ଉତ୍ପାଦ ପ୍ରସ୍ତୁତି ଏବଂ ଏ ସମ୍ପର୍କିତ ଆନୁଷଙ୍ଗିକ ସୁବିଧା ସୁଯୋଗ ପ୍ରଦାନ ପାଇଁ ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗ ଅଧୀନରେ ଥିବା ଓରମାସ ନିରବଛିନ୍ନ ଭାବେ ପ୍ରୟାସ ଚଳାଇଛି। ଏହି କ୍ରମରେ ଓରମାସ ତରଫରୁ ଏକ କର୍ମଶାଳା ଏବଂ ବୁଝାମଣା ପତ୍ର ସ୍ୱାକ୍ଷର କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ମୁମ୍ୱାଇ ସ୍ଥିତ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ୍ ପ୍ୟାକେଜିଂ, ଗୁଜରାଟ ଗାନ୍ଧିନଗର ଥିବା ନ୍ୟାସନାଲ ଇନୋଭେସନ ଫାଉଣ୍ଡେସନ, ଲକ୍ଷ୍ନୌ ସ୍ଥିତ ସେଣ୍ଟ୍ରାଲ ଇନଷ୍ଟିଚ୍ୟୁଟ ଅଫ୍ ମେଡିସିନାଲ ଆଣ୍ଡ ଆରୋମାଟିକ ପ୍ଲାଣ୍ଟ (ସିମାପ) ଏବଂ ଭୁବନେଶ୍ୱରର ଫାଇଟୋବାୟକ୍ସ ସଂସ୍ଥା ସହିତ ଏହି ବୁଝାମଣାପତ୍ର ଗୁଡ଼ିକ ସ୍ୱାକ୍ଷରିତ ହୋଇଥିଲା। ଗ୍ରାମୀଣ ଉତ୍ପାଦକମାନଙ୍କର ଦକ୍ଷତା ବିକାଶ, ସାମାଜିକ ଏବଂ ଆର୍ଥିକ ବିକାଶ ସହ ତୃଣମୂଳସ୍ତରରେ ନୂତନ ଉତ୍ପାଦର ଉଦଭାବନ, ସେଗୁଡ଼ିକର ଅଭିବୃଦ୍ଧି ଏବଂ ସୁଯୋଗ ସୃଷ୍ଟି କରିବା ଏହି ବୁଝାମଣା ପତ୍ରର ମୁଖ୍ୟ ଉଦ୍ଦେଶ୍ୟ।

- Advertisement -

ବୁଝାମଣାପତ୍ର

ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ୍ ପ୍ୟାକେଜିଂ, ମୁମ୍ୱାଇ ସହିତ ସ୍ୱାକ୍ଷରିତ ବୁଝାମଣାପତ୍ର ଅନୁସାରେ, ଗ୍ରାମୀଣ ସାମଗ୍ରୀ ଗୁଡ଼ିକର ମୂଲ୍ୟ ବୃଦ୍ଧି ଓ ରପ୍ତାନି କାରବାର ବଢ଼ାଇବା ପାଇଁ ଗ୍ରାମୀଣ କୃଷକ ଉତ୍ପାଦକ ସଂଗଠନ/ଉତ୍ପାଦକ ଉଦ୍ୟୋଗ/ଉତ୍ପାଦକ ସମୂହ ଗୁଡ଼ିକୁ ସାମଗ୍ରୀର ଉତ୍ତମ ପ୍ୟାକେଜିଂ ପ୍ରକ୍ରିୟା ସମ୍ପର୍କିତ ଦକ୍ଷତା ବିକାଶ ତାଲିମ ପ୍ରଦାନ କରିବା। ସେହିପରି ଗୁଜରାଟ ଗାନ୍ଧିନଗର ସ୍ଥିତ ନ୍ୟାସନାଲ ଇନୋଭେସନ ଫାଉଣ୍ଡେସନ ସହିତ ହୋଇଥିବା ବୁଝାମଣାପତ୍ର ଅନୁସାରେ ଓରମାସ ଇନକ୍ୟୁବେସନ ସେଣ୍ଟର ମାଧ୍ୟମରେ ଗୋଷ୍ଠୀସ୍ତରୀୟ ଅନୁଷ୍ଠାନଗୁଡିକ ପାଇଁ ଉନ୍ନତ ବୈଷୟିକ ହସ୍ତକ୍ଷେପ ଏବଂ ଯନ୍ତ୍ରପାତି ଯୋଗାଇ ଦେବ । ଏହି କ୍ରମରେ ଏଥିରେ ମୁଖ୍ୟ ହସ୍ତକ୍ଷେପ ଭାବେ ସିଆଳି ଏବଂ କଦଳୀ ପଟୁଆରୁ ପ୍ରସ୍ତୁତ ସାମଗ୍ରୀ ଅନ୍ତର୍ଭୁକ୍ତ।

ସେଣ୍ଟ୍ରାଲ ଇନଷ୍ଟିଚ୍ୟୁଟ ଅଫ୍ ମେଡିସିନାଲ ଆଣ୍ଡ ଆରୋମାଟିକ ପ୍ଲାଣ୍ଟ (ସିମାପ), ଲକ୍ଷ୍ନୌ ସହିତ ଲେମନ ଗ୍ରାସ ଭଳି ଅନ୍ୟ ସୁଗନ୍ଧିତ ଏବଂ ଔଷଧୀୟ ଚାରା ଉତ୍ପାଦନ ବୃଦ୍ଧି କରିବା ଏବଂ ସେଥିରେ ମୂଲ୍ୟଯୋଗ ପାଇଁ ଆବଶ୍ୟକ ବୈଷୟିକ ସହାୟତା ପ୍ରଦାନ କରିବା ନେଇ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା।
ଭୁବନେଶ୍ୱରର ଫାଇଟୋବାୟକ୍ସ ମାନ୍ୟୁଫାକ୍ଚରର ସଂସ୍ଥା ସହିତ ଜ୍ଞାନକୌଶଳର ସହଭାଗିତା ଏବଂ ଗ୍ରାମୀଣ ଓ ଆଦିବାସୀ ଉତ୍ପାଦକଙ୍କ ଆର୍ଥିକ ବିକାଶ ପାଇଁ ସେମାନଙ୍କ ଦ୍ୱାରା ଉତ୍ପାଦିତ ଔଷଧୀୟ ଓ ସୁଗନ୍ଧିତ ଉତ୍ପାଦ ଗୁଡ଼ିକୁ ବିକ୍ରି କରିବା ସୁଯୋଗ ନେଇ ଏକ ବୁଝାମଣାପତ୍ର ମଧ୍ୟ ସ୍ୱାକ୍ଷରିତ ହୋଇଥିଲା।
ଏହି କାର୍ଯ୍ୟକ୍ରମରେ ଓରମାସ ତରଫରୁ, ମୁଖ୍ୟ କାର୍ୟ୍ୟନିର୍ବାହୀ ଅଧିକାରୀ ଗୁହା ପୁନମ ତାପସ କୁମାର ଏହି ବୁଝାମଣାପତ୍ର ସ୍ୱାକ୍ଷର କରିଥିବା ବେଳେ, ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗର ମନ୍ତ୍ରୀ ପ୍ରଦିପ କୁମାର ଅମାତ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀଯୁକ୍ତ ସୁଶୀଲ କୁମାର ଲୋହାନୀ ଅନ୍ୟ ବରିଷ୍ଠ ଅଧିକାରୀ, ଓରମାସର ରାଜ୍ୟ ଏବଂ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସମେତ ବିଭିନ୍ନ ଜିଲ୍ଲାରୁ ଆସିଥିବା ମହିଳା ନେତୃତ୍ୱାଧୀନ କୃଷକ ଉତ୍ପାଦକ ସଂଗଠନର ବୋର୍ଡ ଅଫ ଡାଇରେକ୍ଟର୍ସ ସଦସ୍ୟା ଉପସ୍ଥିତ ଥିଲେ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories