www.samajalive.in
Tuesday, December 9, 2025
23.1 C
Bhubaneswar

ଜର୍ମାନୀର ଫ୍ରାଙ୍କଫୁର୍ଟରୁ ମିଳିଲା ଦ୍ୱିତୀୟ ବିଶ୍ୱଯୁଦ୍ଧର ବିଶାଳ ବୋମା

ଫ୍ରାଙ୍କଫ୍ରୁଟ : ଜର୍ମାନୀର ଫ୍ରାଙ୍କଫୁର୍ଟସ୍ଥିତ ୟୁରୋପୀୟ କେନ୍ଦ୍ରୀୟ ବ୍ୟାଙ୍କ (ଇସିବି) ମୁଖ୍ୟାଳୟ ନିକଟରୁ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର ଏକ ବିଶାଳ ବୋମା ମିଳିଛି। ୫୦୦ କିଲୋ ଓଜନର ଏହି ବୋମାକୁ ନିଷ୍କ୍ରିୟ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିପାଇଁ ସ୍ଥାନୀୟ ଅଞ୍ଚଳର ସହସ୍ରାଧିକ ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ଇସିବି କୋଠା ସମେତ ଆଖପାଖର ୧ କିଲୋମିଟର ଅଞ୍ଚଳକୁ ଖାଲି କରାଯାଇଛି।

ସୂଚନା ଅନୁସାରେ ଇସିବିର ୧ କିଲୋମିଟର ପରିସର ମଧ୍ୟରେ ୧୬୦୦୦ ଲୋକ ରହନ୍ତି। ଏହି ବୋମା ପ୍ରାୟ ୧ କିଲୋମିଟର ଅଞ୍ଚଳକୁ ଛାରଖାର କରିପାରେ। ଜର୍ମାନୀର ବ୍ୟାଙ୍କି ରାଜଧାନୀ ଭାବେ ଜଣାଶୁଣା ଫ୍ରାଙ୍କଫୁର୍ଟରେ ଏକ କୋଠା ନିର୍ମାଣ ପାଇଁ ଖନନ ବେଳେ ଜୁନ ୨୫ରେ ଏହି ବୋମା ମିଳିଥିଲା। ଏହି ବୋମା ଆମେରିକା ଦ୍ୱାରା ନିର୍ମିତ। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଫ୍ରାଙ୍କଫୁର୍ଟରେ ପକାଯାଇଥିଲା। ଜର୍ମାନୀର ଜଣେ ଅଧିକାରୀ କହିଛନ୍ତି ଯେ ଏହି ବୋମା ଏବେ ବିପଦଜନକ ନୁହେଁ। କିନ୍ତୁ ବୋମାଟିକୁ ନିଷ୍କ୍ରିୟ କରିବା ପାଇଁ ସ୍ଥାନୀୟ ଅଞ୍ଚଳର ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ରବିବାରଠାରୁ ବୋମା ନିଷ୍କ୍ରିୟ ପ୍ରକ୍ରିୟା ଆରମ୍ଭ ହୋଇଛି। ଦ୍ୱିତୀୟ ବିଶ୍ୱଯୁଦ୍ଧର ପାଖାପାଖି ୭୫ ବର୍ଷ ପରେ ବି ଜର୍ମାନୀରେ ବୋମା ଏବଂ ଅନ୍ୟ ବିସ୍ଫୋରକ ସାମଗ୍ରୀ ମିଳୁଛି।

Hot this week

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

୨୦୨୬ରେ ଦୁଇ ଥର ଚଳନ କରିବେ ରାହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

Related Articles

Popular Categories