www.samajalive.in
Monday, December 15, 2025
24.1 C
Bhubaneswar

୯୨ ବର୍ଷୀୟା ବୁଢ଼ୀ ମଡେଲ

ବୟସ ବାଧକ ନୁହେଁ, ବୟସ କେବଳ ମାତ୍ର ଏକ ସଂଖ୍ୟା। ବାର୍ଦ୍ଧକ୍ୟରେ ଉପନୀତ ବ୍ୟକ୍ତିମାନେ ଏପରି କଥା କହି ନିଜ ମନକୁ ବୁଝାଇନିଅନ୍ତି। ବର୍ତ୍ତମାନ ଏମିତି କଥା କହି ମନକୁ ବୁଝାଇବା ଆଉ ଦରକାର ନାହିଁ, ଏଭଳି ଘଟଣାର ଜ୍ବଳନ୍ତ ଉଦାହରଣ ବି ସାମ୍ନାରେ ଦେଖିବାକୁ ମିଳିବ। ଫେସନ୍‌ ଜଗତର ସର୍ବପୁରାତନ ମଡେଲ ଭାବେ ପରିଚିତ କାର୍ମାନ୍‌ ଡେଲରଫାଇସ୍ ମାତ୍ର ୧୩ ବର୍ଷ ବୟସରୁ ମଡେଲିଂ ଆରମ୍ଭ କରିଥିଲେ।

ଏବେ ତାଙ୍କୁ ୯୨ ବର୍ଷ ବୟସ, ବାର୍ଦ୍ଧକ୍ୟରେ ଉପନୀତ ହେବା ସତ୍ତ୍ବେ ସେ କାର୍ଯ୍ୟରୁ ବିରତି ନେଇନାହାନ୍ତି। ତାଙ୍କ ମଡେଲିଂ କ୍ୟାରିୟର କାହାଣୀ ମଧ୍ୟ ବେଶ୍ ରୋମାଞ୍ଚକର। ୧୩ ବର୍ଷ ବୟସରେ ନିଜ ନୃତ୍ୟ କ୍ଲାସ୍‌‌କୁ ଯିବା ସମୟରେ ଜଣେ ଫଟୋଗ୍ରାଫର୍‌ ତାଙ୍କୁ ମଡେଲିଂ ପାଇଁ ଉତ୍ସାହିତ କଲେ। କିଶୋରୀ କାର୍ମାନ୍‌ ଫଟୋଗ୍ରାଫର୍‌ଙ୍କ କଥା ମାନି ମଡେଲିଂରେ ପାଦ ଥାପିବାର ମାତ୍ର ୨ ବର୍ଷ ପରେ ଚର୍ଚ୍ଚିତ ଭୋଗ୍ ପତ୍ରିକାରେ ତାଙ୍କ ଫଟୋ ପ୍ରକାଶିତ ହେଲା। ସେବେଠାରୁ ଆଉ ବିଶ୍ରାମ ପାଇନାହାନ୍ତି କାର୍ମାନ୍‌।

- Advertisement -

ଜୀବନରେ ବହୁ ଘାତପ୍ରତିଘାତ ଦେଇ ଆଗକୁ ବଢ଼ିଥିବା କାର୍ମାନ୍‌‌୍‌ ନିଜ ସୌନ୍ଦର୍ଯ୍ୟଚର୍ଯ୍ୟାରେ ଆଦୌ ଅବହେଳା କରନ୍ତିନି। ଗୋଲାପ ଜଳ ତାଙ୍କର ଅତି ପ୍ରିୟ। ଫଟୋ ସୁଟ୍ ଶେଷ ହେବାମାତ୍ରେ ସେ ଗୋଲାପ ଜଳରେ ତ୍ବଚା ପରିଷ୍କାର କରି ଅଲିଭ ତେଲରେ ମାଲିସ୍ କରନ୍ତି। ୯୨ ବର୍ଷୀୟା କାର୍ମାନ୍‌ ଏବେ ବି ଦିନକୁ ୪-୫ ଘଣ୍ଟା ଫଟୋସୁଟ୍‌ରେ ସମୟ ଦେଉଥିବା ପ୍ରକାଶ। ଖାଦ୍ୟପାନୀୟରେ ପ୍ରତିଦିନ ସେ ସିଝା ଅଣ୍ଡା, ଗ୍ରିଲ୍‌ ଚିକେନ୍‌, ଡାଳିମ୍ବ ଫଳ ରସ ପିଅନ୍ତି। ଗଲା ବର୍ଷ ଚେକୋସ୍ଲୋଭିଆରେ ଏକ ଶୋ’ରେ ସେ ଭାଗ ନେଇ ଚମତ୍କାର ଭାବେ ୱାକ୍ କରିଥିଲେ। ବିଚାରକ ମଣ୍ଡଳୀ ତାଙ୍କ ଚାଲି ଦେଖି ଥଟ୍ଟା କରିଥିଲେ ଯେ ପ୍ରକୃତରେ କାର୍ମାନ୍‌ଙ୍କ ଡିଏନଏ ପରୀକ୍ଷା କରାଯାଇ ତାଙ୍କ ବୟସ କେତେ ପ୍ରଥମେ ପରୀକ୍ଷା କରାଯିବ। ଜଣେ ବୟସ୍କା ମହିଳା ମଡେଲର ଭାବେ ନିଜକୁ ଫେସନ୍‌ ଜଗତରେ ତିଷ୍ଠି ରଖି ଲୋକପ୍ରିୟତା ହାସଲ କରିବା ସତରେ ଏକ ବଡ଼ ଆହ୍ବାନ।

ଏହିସବୁ ନାମ ପିଲାଙ୍କୁ ଦିଅନ୍ତୁ, ଭବିଷ୍ୟ ଉଜ୍ଜଳ ହେବ – Samaja Live

 

ସବୁଠାରୁ ଶୁଭ ତାରିଖ ଜାନୁଆରୀ ୨୫ ; କିଣି ଆଣନ୍ତୁ ଏହି ଜିନିଷ ହୋଇପାରିବେ ଧନୀ – Samaja Live

Hot this week

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

Related Articles

Popular Categories