www.samajalive.in
Saturday, December 6, 2025
14.1 C
Bhubaneswar

ଘନ କୁହୁଡି ହେଲା କାଳ: ୨ବାଇକ ଦୁର୍ଘଟଣାରେ ୫ ମୃତ

ଭଞ୍ଜନଗର- ସୋରଡ଼ା ଥାନା ବରାଡ଼ି ନିକଟରେ ବାଇକ- ସ୍କୁଟି ମୁହାଁମୁହିଁ ଧକ୍କା ଫଳରେ ୫ ଜଣଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣାରେ ଜଣେ ଗୁରୁତର ଆହତ ହୋଇଛନ୍ତି । ଘଟଣା ସ୍ଥଳରେ ସୋରଡ଼ା ପୁଲିସ ତଦନ୍ତ ଜାରି ରଖିଛି । ମୃତକମାନେ ହେଲେ ସୋରଡା ବିଦ୍ୟୁତ ବିଭାଗ କର୍ମଚାରୀ ରଜନୀ ଗୌଡ଼, ମହେନ୍ଦ୍ର ନାୟକ ଓ ଜୟନ୍ତ ବାଡତ୍ୟା । ଅନ୍ୟ ଦୁଇ ମୃତକ ହେଲେ ଦୁଲାଡର ଶ୍ରୀକାନ୍ତ ଗୌଡ଼ ଓ ମନୁ ଡାକୁଆ । ଦୁଲାଡର ପୂର୍ଣ୍ଣ ଗୌଡ ଆହତ ହୋଇଛନ୍ତି ।

ସୂଚନା ମୁତାବକ ଗୁରୁବାର ବିଳମ୍ବିତ ରାତିରେ ଗଞ୍ଜାମ ଜିଲ୍ଲା ସୋରଡା ଥାନା ବରାଡି ନିକଟ ମର୍ମନ୍ତୁଦ ଦୁର୍ଘଟଣା । ଏକ ବାଇକରେ ୩ ଜଣ ବସି ଅସୁରବନ୍ଧ ଠାରୁ ସୋରଡା ଅଭିମୁଖେ ଆସୁଥିବା ବେଳେ ବିପରୀତ ଦିଗରୁ ବିଦ୍ୟୁତ୍ ବିଭାଗର ୩ ଜଣ କର୍ମଚାରୀ ଗୋଟିଏ ସ୍କୁଟିରେ ଆସୁଥିଲେ । ଦୁଇଗାଡ଼ି ମଧ୍ୟରେ ବରାଡି ନିକଟରେ ମୁହାମୁହିଁ ଧକ୍କା ହୋଇଥିଲା । ଖବର ପାଇ ସୋରଡା ପୋଲିସ ଓ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ସୋରଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ସେଠାରେ ୪ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଦୁଇ ଜଣ ଗୁରୁତରଙ୍କୁ ବ୍ରହ୍ମପୁର ବଡମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ଅଧିକ ଗୁରୁତର ଥିବା ଜୟନ୍ତ ବାଡ଼ତ୍ୟାଙ୍କୁ ଭୁବନେଶ୍ୱର ନିଆଯିବା ବେଳେ ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଥିଲା ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories