www.samajalive.in
Saturday, December 6, 2025
17.1 C
Bhubaneswar

୧୯୩୪ ମସିହା ସମାଜରେ ବାହାରିଥିବା ଖବର

ବାବୁ ରାଜେନ୍ଦ୍ର ପ୍ରସାଦ ଓ ପଣ୍ଡିତ ମାଲବ୍ୟଙ୍କ ନିବେଦନ
ପାଟଣା, ୧୯।୧।୩୪:ବିହାର କଂଗ୍ରେସ ନେତା ବାବୁ ରାଜେନ୍ଦ୍ର ପ୍ରସାଦ ଜେଲରୁ ଖଲାସ ହୋଇ ଲୋକ ସାଧାରଣଙ୍କୁ ବିହାରର ଏ ଦୁଃସମୟରେ ଯଥାଶକ୍ତି ସାହାଯ୍ୟ କରିବା ପାଇଁ ବିଶେଷ ଅନୁରୋଧ କରିଛନ୍ତି। ବିଶେଷତଃ ସେ କଂଗ୍ରେସର ନାରୀ ଓ ପୁରୁଷ କର୍ମୀମାନଙ୍କୁ ଯଥାଶକ୍ତି ବିପନ୍ନ ଲୋକଙ୍କ ପ୍ରତି ନିଜର କର୍ତ୍ତବ୍ୟ କରିବା ପାଇଁ ଆହ୍ବାନ କରିଛନ୍ତି।
ଆଜି ସକାଳେ ପଣ୍ଡିତ ମଦନମୋହନ ମାଲବ୍ୟ ଟେଲିଫୋନରେ ବନାରସଠାରୁ ବାବୁ ରାଜେନ୍ଦ୍ର ପ୍ରସାଦଙ୍କ ସହିତ କଥାବାର୍ତ୍ତା ହୋଇଥିଲେ। ପଣ୍ଡିଜ ଜୀ ବିହାରକୁ ଏ ଦୁଃସମୟରେ ସକଳ ପ୍ରକାର ସାହାଯ୍ୟ କରିବାର ନିର୍ଭର ଜବାବ ଦେଇଛନ୍ତି। ପଣ୍ଡିତ ମାଲବ୍ୟ ନିଖିଳ ଭାରତ ପ୍ରୟାଗ ସେବା ସମିତିକୁ ଅବିଳମ୍ବେ ଭୂମିକମ୍ପ ଦ୍ବାରା ଛାରଖାର ହୋଇଥିବା ସ୍ଥାନମାନଙ୍କୁ ଯାଇ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ତାର ଯୋଗେ ନିବେଦନ କରିଛନ୍ତି। ଏ ସାହାଯ୍ୟ ପାଇଁ ସେ ପ୍ରୟାଗ ସେବା ସମିତି ପକ୍ଷରୁ ୫ ହଜାର ଟଙ୍କା ଦେଇ ଗୋଟିଏ ପାଣ୍ଠି ଆରମ୍ଭ କରୁଛନ୍ତି। ପଣ୍ଡିତ ମାଲବ୍ୟଙ୍କ ପରାମର୍ଶ ଅନୁସାରେ ବନାରସ ସେବା ସମିତି ୧୯ ତାରିଖ ଦିନ ଗୋଟିଏ ସଭା କରି ବନାରସ ସହରର ଏବଂ ବିହାରର ବିପନ୍ନ ଅଞ୍ଚଳକୁ ସ୍ବେଚ୍ଛାସେବକ ଓ ଅର୍ଥ ସାହାଯ୍ୟ ପଠାଇବାର ବ୍ୟବସ୍ଥା କରିଛନ୍ତି।
ରାଜବନ୍ଦୀ ଖଲାସ
କଲିକତା, ତା ୧୯।୧।୩୪ : ୟୁନାଇଟେଡ ପ୍ରେସର ବିଶିଷ୍ଟ ସଂବାଦଦାତା ପାଟଣାଠାରୁ ଟେଲିଫୋନ ଦ୍ବାରା ଜଣାଇଛନ୍ତି ଯେ ବିହାର ସରକାର ସବୁ ଜେଲମାନଙ୍କରେ ଥିବା ରାଜନୈତିକ ବନ୍ଦୀମାନଙ୍କ ଭିତରୁ ଯେଉଁମାନଙ୍କର ଜେଲଦଣ୍ଡ ଆଉ ବର୍ଷକରୁ କମ୍‌ ଅଛି ସେମାନଙ୍କୁ ଶୁକ୍ରବାର ସକାଳେ ଖଲାସ କରିଦେଇଛନ୍ତି।
ଭୀଷଣ ବସନ୍ତ
ଝାରପଡ଼ା, ୧୬।୧।୩୪ : ଗୋବିନ୍ଦପୁର ଥାନାର ଅଧିକାଂଶ ମୌଜାରେ ବସନ୍ତ ଲାଗିବାର ଦେଖାଗଲାଣି। କିନ୍ତୁ ସେ ସବୁର ପ୍ରତିକାର କିଛି ହେବାର ଦେଖାଯାଉନାହିଁ। ନୂଆଗଁା, ନାହାଳପୁର, ଗୁଣାଦୋଳ ଓ ଛେଦା ମୌଜାରେ ବର୍ତ୍ତମାନ ପ୍ରବଳ ବସନ୍ତ ଲାଗି ରହିଛି। ଦିନକୁ ଦିନ ତାହା ଭୀଷଣ ଭାବରେ ବ୍ୟାପୁଛି। ଆଜି ସୁଦ୍ଧା ୨୦/୩୦ ଜଣ ପ୍ରାୟ ମଲେଣି ଓ ୩୦/୪୦ ଜଣ ରୋଗାକ୍ରାନ୍ତ ହୋଇପଡ଼ିଛନ୍ତି। ନୂଆଗଁା ଓ ନାହାଳପୁରର ବସନ୍ତତ ବିଷୟରେ ‘ସମାଜ’ରେ ପ୍ରକାଶ ପାଇଥିଲା। ଜିଲାବୋର୍ଡ଼ ତରଫରୁ କୌଣସି ପ୍ରତିକାର ହୋଇନାହିଁ। ଆଶା କରୁ ନୂତନ ଚେୟାରମ୍ୟାନ ଏଥିପ୍ରତି ଶୀଘ୍ର ଦୃଷ୍ଟି ଦେଇ ଏହାର ପ୍ରତିକାର କରିବେ। ନଚେତ୍‌ ବସନ୍ତ ଚାରିଆଡ଼େ ବ୍ୟାପିଯିବ।

 

- Advertisement -

ଏହିସବୁ ନାମ ପିଲାଙ୍କୁ ଦିଅନ୍ତୁ, ଭବିଷ୍ୟ ଉଜ୍ଜଳ ହେବ – Samaja Live

ସବୁଠାରୁ ଶୁଭ ତାରିଖ ଜାନୁଆରୀ ୨୫ ; କିଣି ଆଣନ୍ତୁ ଏହି ଜିନିଷ ହୋଇପାରିବେ ଧନୀ – Samaja Live

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories