www.samajalive.in
Saturday, December 6, 2025
15.1 C
Bhubaneswar

ସବୁଠାରୁ ଶୁଭ ତାରିଖ ଜାନୁଆରୀ ୨୫ ; କିଣି ଆଣନ୍ତୁ ଏହି ଜିନିଷ ହୋଇପାରିବେ ଧନୀ

ଜାନୁଆରୀ ୨୫ତାରିଖକୁ ମାସର ସବୁଠାରୁ ଶୁଭ ତାରିଖ ବୋଲି ଉଲ୍ଲେଖ ରହିଛି। ଏହି ଦିନ ୫ଟି ଜିନିଷକୁ ଘରକୁ ଆଣିବା ଦ୍ୱାରା ଧନୀ ହୋଇପାରିବେ। ୨୫ ଜାନୁଆରୀରେ ଗୁରୁପୁଷ୍ୟ ନକ୍ଷତ୍ର ହେବାକୁ ଯାଉଛି। ଶାସ୍ତ୍ରରେ କିଣାବିକା ଓ ମାଙ୍ଗଳିକ କାର୍ଯ୍ୟ ପାଇଁ ଗୁରୁ ପୁଷ୍ୟ ନକ୍ଷତ୍ରକୁ ଖୁବ ଶୁଭ ବୋଲି ମାନ୍ୟତା ରହିଛି। ଏହିଦିନ ଗୁରୁ-ଶନିଙ୍କ ଆଧିପତ୍ୟ ରହିଥାଏ। ତେଣୁ ଏହିଦିନକୁ ଶୁଭ କୁହାଯାଏ। ଏହିଦିନ ନୂଆ କାର୍ଯ୍ୟର ଆରମ୍ଭ,ଗୃହ ପ୍ରବେଶ ଆଦି କରିବା ଶୁଭଙ୍କର। ତେବେ ଜାଣନ୍ତୁ ଏହି ଦିନ କେଉଁ ଜିନିଷ କିଣି ଘରକୁ ଆଣିବା ଦ୍ୱାରା ବିଶେଷ ଲାଭ ମିଳିଥାଏ..
ଏହିଦିନ ସୁନାଚାନ୍ଦି ଅଳଙ୍କାର କିଣି ଆଣିବା ଅତ୍ୟନ୍ତ ଶୁଭ। ଏହାଦ୍ୱାରା ଘରେ ସର୍ବଦା ସୁଖସମୃଦ୍ଧି ବୃଦ୍ଧି ହୋଇଥାଏ। ଧନ ମଧ୍ୟ ବୃଦ୍ଧି ହୋଇଥାଏ।
ଏହିଦିନ ଘର, ଜମି, ନୂଆ ଦୋକାନ ଆଦି କିଣିବା ଦ୍ୱାରା ଅତ୍ୟନ୍ତ ଲାଭ ଓ ଶୁଭଫଳ ମିଳିଥାଏ।
ଏହି ଦିନ ଘରକୁ ମା’ଲକ୍ଷ୍ମୀ ଓ ପ୍ରଭୁ ଗଣେଶ ଥିବା ରୁପା ଟଙ୍କା ନେଇ ଆସନ୍ତୁ।
ଦେବଗୁରୁ ବୃହସ୍ପତିଙ୍କ ପୂଜାରେ ଚଣା ଡାଲିର ବିଶେଷ ମହତ୍ତ୍ୱ ରହିଛି,ତେଣୁ ଏହି ଦିନ ଆପଣ ଚଣା ଡାଲି ମଧ୍ୟ କିଣିପାରିବେ।
ଏହି ଦିନ ବହି, ଶଙ୍ଖ, ଚନ୍ଦନ, ସିନ୍ଦୂର ପୂଜାପାଠର ଅନ୍ୟାନ୍ୟ ଜିନିଷ ମଧ୍ୟ କିଣିପାରିବେ।
ଏହି ଦିନ ଶ୍ରୀସୁକ୍ତ ମଧ୍ୟ ପାଠ କରିପାରିବେ। ଏହାଦ୍ୱାରା ମଧ୍ୟ ମା’ଲକ୍ଷ୍ମୀ ପ୍ରସନ୍ନ ହେବା ସହ ଧନସମ୍ପତ୍ତି ବୃଦ୍ଧି ହୋଇଥାଏ।

 

- Advertisement -

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories