ସାଇବର ଠକେଇକୁ ନିୟନ୍ତ୍ରିତ କରିବାପାଇଁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଗୁରୁତ୍ୱ

0

ସିଆଇଏସ୍‌ଏଫ୍‌ର ୪୯ତମ ପ୍ରତିଷ୍ଠା ଦିବସ

ନୂଆଦିଲ୍ଲୀ : ସାଇବର ଠକେଇକୁ ନିୟନ୍ତ୍ରିତ କରିବାପାଇଁ ସରକାର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟରେ ଏକ ପୃଥକ ପ୍ରଭାଗ ସୃଷ୍ଟି କରିଛନ୍ତି । ସାଇବର ସୁରକ୍ଷା ବ୍ୟବସ୍ଥାକୁ କାର୍ଯ୍ୟକାରୀ କରି ପ୍ରତିଟି ସ୍ତରରେ ସାଇବର ଠକେଇ ଏବଂ ଡାଟା ଚୋରିକୁ ରୋକିବା ଉପରେ ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ ଗୁରୁତ୍ୱ ଆରୋପ କରିଛନ୍ତି । ଦିଲ୍ଲୀ ନିକଟସ୍ଥ ଗାଜିଆବାଦଠାରେ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ ସିଆଇଏସ୍‌ଏଫ୍‌ର ୪୯ତମ ପ୍ରତିଷ୍ଠା ଦିବସ ଅବସରରେ ଉଦ୍‌ବୋଧନ ଦେଇ ଶ୍ରୀ ସିଂହ ବର୍ତ୍ତମାନ କାର୍ଯ୍ୟକାରୀ ହେଉଥିବା ସାଇବର ଯୋଜନାକୁ ଅଧିକ ସୁଦୃଢ଼ କରିବାର ସମ୍ଭାବନା ଅନ୍ୱେଷଣ କରିବା ସହ ଏହାକୁ କିପରି ଅଧିକ ଫଳପ୍ରଦ କରିହେବ, ସେ ଦିଗରେ କାର୍ଯ୍ୟ କରିବାକୁ ସୁରକ୍ଷା ବାହିନୀକୁ ଆହ୍ୱାନ କରିଛନ୍ତି।  ଅର୍ଦ୍ଧସାମରିକ ବାହିନୀରେ ଅଧିକରୁ ଅଧିକ ମହିଳାଙ୍କୁ ନିଯୁକ୍ତି ଦେବାପାଇଁ ଜୋର୍‌ଦାର୍‌ ପଦକ୍ଷେପ ନେବାକୁ ଶ୍ରୀ ସିଂହ ସିଆଇଏସ୍‌ଏଫ୍‌ ଓ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀକୁ ଆହ୍ୱାନ କରିଛନ୍ତି।

Leave A Reply