ରାଷ୍ଟ୍ରପତି ଭାବେ ପୁଟିନ୍‌ଙ୍କ ଶପଥ

0

ମସ୍କୋ : ରୁଷିଆର ରାଷ୍ଟ୍ରପତି ଭାବେ ଭ୍ଲାଦିମିର୍‌ ପୁତିନ୍‌ ସୋମବାର ଶପଥ ଗ୍ରହଣ କରିଛନ୍ତି। ଗ୍ରାଣ୍ଡ କ୍ରେମଲିନ୍‌ ଆଣ୍ଡ୍ରେୟେଭସ୍କି ହଲ୍‌ଠାରେ ହାତରେ ସମ୍ବିଧାନର ସ୍ୱର୍ଣ୍ଣିମ ନକଲ ଧରି ପୁତିନ୍‌ ରୁଷ୍‌ବାସୀଙ୍କ ସେବା ତଥା ସେମାନଙ୍କ ଅଧିକାର ଓ ସ୍ୱାଧୀନତାର ସୁରକ୍ଷା କରିବା ସହିତ ଦେଶର ସାର୍ବଭୌମତ୍ୱ ରକ୍ଷା ନିମନ୍ତେ ପୁନଃ ଶପଥ ପାଠ କରିଛନ୍ତି। ରେକର୍ଡ ଚତୁର୍ଥ ଥର ପାଇଁ ସେ ଦେଶର ରାଷ୍ଟ୍ରପତି ପଦ ଗ୍ରହଣ କରିଛନ୍ତି। ଦୁଇ ମାସ ପୂର୍ବେ ଅନୁଷ୍ଠିତ ରାଷ୍ଟ୍ରପତି ନିର୍ବାଚନରେ ସେ ୭୦% ଭୋଟରେ ବିଜୟୀ ହୋଇଥିଲେ। ଆଲେକ୍ସି ନାଭାଲନୀ ଏହି ନିର୍ବାଚନରେ ତାଙ୍କର ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ଥିଲେ ମଧ୍ୟ ପୁତିନ୍‌ଙ୍କୁ ବିପୁଳ ସମର୍ଥନ ମିଳିଥିଲା। ମାତ୍ର ରାଷ୍ଟ୍ରପତି ଭାବେ ତାଙ୍କ ଶପଥ ଗ୍ରହଣକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିବାବେଳେ ନାଭାଲନୀ ଏବଂ ତାଙ୍କର ଶତାଧିକ ସମର୍ଥକଙ୍କୁ ପୁଲିସ ଶନିବାର ଅଟକ ରଖିଥିଲା। ପୁତିନ୍‌ ଆସନ୍ତା ୬ ବର୍ଷ ପାଇଁ ଏହି ପଦବୀରେ ରହିବେ।

Leave A Reply